29.6 C
Odisha
Saturday, May 18, 2024
spot_img

ଚନ୍ଦ୍ରପୃଷ୍ଠରେ ଭୂକମ୍ପ !

ଦର୍ଶକବନ୍ଧୁ ଚନ୍ଦ୍ରଯାନ ୩ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କଣ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରର ଦକ୍ଷିଣ ପୋଲରେ ସଫଳ ସଫ୍ଟ ଲ୍ୟାଣ୍ତିଂ କରିଛି । ଏହା ପରଠୁ ଇସ୍ରୋ ଚନ୍ଦ୍ରକୁ ନେଇ ନୂଆ ନୂଆ ତଥ୍ୟ ପ୍ରଦାନ କରୁଛି । ଅବଶ୍ୟ ବର୍ତମାନ ଯାଏଁ, ରୋଭର ପ୍ରଜ୍ଞାନ୍ ବହୁତ ତଥ୍ୟ ଦେଇସାରିଛି । ଆମେ ଯେମିତି କହିଲୁ ଚନ୍ଦ୍ରପୃଷ୍ଠରେ ଅମ୍ଳଜାନ ଥିବା କଥା ବି ସ୍ପଷ୍ଟ ହୋଇସାରିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅଗଷ୍ଟ ୨୬ ତାରିଖରେ ଚନ୍ଦ୍ରରେ ପ୍ରାକୃତିକ ପ୍ରକ୍ରିୟା ଘଟିଥିବା ନେଇ ଟ୍ୱୁଟ୍ କରି ସୂଚନା ଦେଲା ଇସ୍ରୋ । ତେବେ ଚନ୍ଦ୍ରରେ ଭୂମିକମ୍ପ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଲ୍ୟାଣ୍ତର ପେଲୋଡ୍ ଜରିଆରେ ସାମ୍ନାକୁ ଆସିଛି ଗ୍ରାଫ୍ ଯେଉଁଥିରେ ଚନ୍ଦ୍ରରେ କମ୍ପନ ସୃଷ୍ଟି ହୋଇଥିବା ନେଇ ସଙ୍କେତ ମିଳିଛି ।

ଇସ୍ରୋ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିକ୍ରମ ଲ୍ୟାଣ୍ତରରେ ଏପରି ଉପକରଣ ଲଗାଯାଇଛି, ଯାହା ଚନ୍ଦ୍ରରେ ହେଉଥିବା କମ୍ପନର ଗତିବିଧି ରେକର୍ଡ କରି କରିବାରେ ସକ୍ଷମ । ପ୍ରାକୃତି ପ୍ରକ୍ରିୟା ଘଟିଥିବା ନେଇ ଆଇଏଲଏସଏ ସୂଚନା ଦେବା ପରେ ଇସ୍ରୋ ପକ୍ଷରୁ ଏହା ଉପରେ ନଜର ରଖାଯାଇଛି । ‘ଚନ୍ଦ୍ରଯାନ’ ‘ମାଧ୍ୟମରେ ଭାରତ ଚନ୍ଦ୍ର ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାରରେ ନିୟୋଜିତ ଅଛି । ରୋଭର ପ୍ରଜ୍ଞାନ କ୍ରମାଗତ ଭାବରେ ଚନ୍ଦ୍ର ପୃଷ୍ଠର ଅନୁସନ୍ଧାନ କରୁଛି ।

ଇସ୍ରୋ ଟ୍ୱିଟରରେ ପୋଷ୍ଟ ସେୟାର କରି ସୂଚନା ଦେଇଛ ଯେ, ଚନ୍ଦ୍ରପୃଷ୍ଠରେ ପ୍ରାକୃତିକ କମ୍ପନ ରେକର୍ଡ କରାଯାଇଛି । ଅଗଷ୍ଟ ୨୬ ତାରିଖରେ ଭୂକମ୍ପ ରେକର୍ଡ କରାଯାଇଛି । ଏହି ଘଟଣାର ଉତ୍ସ ଅନୁସନ୍ଧାନ କରାଯାଉଛି । ILSA ପେଲୋଡ୍ LEOS, ବେଙ୍ଗାଲୁରୁ ଦ୍ୱାରା ଡିଜାଇନ୍ ଏବଂ କାର୍ଯ୍ୟକାରୀ କରାଯାଇଛି ।
ସୂଚନାଥାଉ ଯେ, ଭାରତର ଚନ୍ଦ୍ରଯାନ ମିଶନ ଆସନ୍ତା ୭ ଦିନ ମଧ୍ୟରେ ଶେଷ ହେବା ପାଇଁ ଯାଉଛି । ପୂର୍ବରୁ ଏହି ମିଶନ୍ 14 ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିଲା କିନ୍ତୁ ଚନ୍ଦ୍ର ଆଲୋକ ଅର୍ଥାତ୍ ଲୁନାର ଲାଇଟ୍ ପାଇଁ ଏହି ମିଶନ୍ ଆସନ୍ତା 7 ଦିନରେ ଶେଷ ହେବା ନେଇ ସୂଚନା ରହିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଲୁନାର ଲାଇଟ୍ ସମୟରେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ ପଡ଼ିନଥାଏ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ମାତ୍ର ୧୪ ଦିନ ପାଇଁ ଚନ୍ଦ୍ର ଉପରେ ସୂର୍ଯ୍ୟ କିରଣ ପଡିଥାଏ ଏବଂ ବାକି ସମୟ ଚନ୍ଦ୍ରରେ ରାତି ହୋଇଯାଏ । ଏପରି ସ୍ଥିତିରେ ବିନା ସୂର୍ଯ୍ୟ କରିଣ ବା ଆଲୋକରେ ଚନ୍ଦ୍ରାଯାନ ରୋଭରର ସୌର ପ୍ୟାନେଲ ଚାର୍ଜ ହୋଇପାରିବ ନାହିଁ ଏବଂ ଏହା କାର୍ଯ୍ୟ କରିବା ବନ୍ଦ ହୋଇଯିବ । ସେଥିପାଇଁ ଆଗାମୀ 7 ଦିନରେ ଚନ୍ଦ୍ରଯାନ-୩ କାର୍ଯ୍ୟ୍ କରିବା ବନ୍ଦ କରିଦେବ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ