25.4 C
Odisha
Saturday, May 18, 2024
spot_img

ନଦୀରେ ବୁଡିଗଲେ ଅଭିନେତ୍ରୀ ଭୂମିକା, ଅଘଟଣ ପାଇଁ ଦାୟୀ କିଏ ?

ଦର୍ଶକବନ୍ଧୁ ଓଡିଶାରେ ଟଳି ଯାଇଛି ଆଉ ଏକ ବଡ ଅଘଟଣ । ଯାହା ଓଲିଉଡକୁ କରିଦେଇଥାନ୍ତା ଛାରଖାର । ଓଲିଉଡ ଜଗତର ଖେଳିଯାଇଥାନ୍ତା ଶୋକର ବାଦଲ । କାରଣ ମହାନଦୀରେ ବଡ ଦୁର୍ଘଟଣାର ସାମ୍ନା କରିଥିଲେ ଚୁଲବୁଲି ଅଭିନେତ୍ରୀ ଭୂମିକା ଏବଂ ଅଭିନେତା ଶ୍ରେୟାନ୍ । ହେଲେ ଅଳ୍ପକେ ବର୍ତ୍ତିଯାଇଥିଲେ । ତେବେ ଦୁର୍ଘଟଣା ପରେ ଉଠୁଛି ଅନେକ ପ୍ରଶ୍ନ ।

ଏବେ ହେଉଛି ବର୍ଷା ଦିନ । ରାଜ୍ୟର ସବୁ ନଦୀରେ ଭରି ରହିଛି ପାଣି । କେଉଁଠି ବଢି ମଧ୍ୟ ଆସୁଛି । ତେଣୁ ଏହି ସମୟରେ ପାଣିକୁ ଯିବା ନିରାପଦ ନୁହେଁ । ପ୍ରତିଦିନ ନୂଆ ନୂଆ ଅଘଟଣ ନେଇ ଖବର ଆସୁଛି । କେଉଁଠି ପାଣିରେ କିଏ ଭାସି ଜୀବନ ହାରୁଛନ୍ତି ତ, ଆଉ କେଉଁଠି ଟାଣି ନେଉଛି କୁମ୍ଭୀର । କାରଣ ବର୍ଷା ଦିନେ ନଦୀ ଆଦୌ ସୁରକ୍ଷିତ ନୁହେଁ । ଯେଉଁମାନେ ନଉ କୂଳରେ ରହୁଛନ୍ତି, ସେମାନେ ମଧ୍ୟ ଏଦିନରେ ପାଣିକୁ ଯିବାକୁ ଭୟ କରନ୍ତି । ଏତେ ସବୁ ଜାଣି ମଧ୍ୟ କାହିକି ପାଣି ଭିତରେ ସୁଟିଂ କରୁଥିଲେ ଭୂମିକା ଏବଂ ଶ୍ରେୟାନ ।

କୁହାଯାଉଛି ଯେ, ଏକ ଓଡିଆ ଚଳଚିତ୍ରର ଚାଲିଥିଲା ସୁଟିଂ । ଯେଉଁଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅଭିନେତା ଶ୍ରେୟାନ ଏବଂ ଅଭିନେତ୍ରୀ ଭୂମିକା । ଯାହାର ନିର୍ଦ୍ଦେଶନା ଦେଉଛନ୍ତି ସୁଧାକର ବସନ୍ତ । ତେବେ ମଙ୍ଗଳବାର ଏକ ନଦୀରେ ଫିଲ୍ମର କିଛି ସିନ୍ ସୁଟିଂ ଚାଲିଥିଲା । ଯାହା ସମ୍ପୂର୍ଣ୍ଣ ଭାବେ ପାଣି ଭିତରେ ହେଉଥିଲା । ହଁ ଦର୍ଶକବନ୍ଧୁ ଭରା ନଇରେ ଚାଲିଥିଲା ଫିଲ୍ମ ସୁଟିଂ । ଯାହାର ମଜା ନେଉଥିଲେ ଶହଶହ ଲୋକେ । କିନ୍ତୁ ବଡ ଅଘଟଣ ନେଇ କେହି ପାଇନଥିଲେ ଆଊାସ ।

ରିପୋର୍ଟ ଅନୁସାରେ, ପ୍ରାୟ 4 ଘଂଟା ପାଣି ଭିତରେ ଚାଲିଥିଲା ସୁଟିଂ । ନଦୀ ଭିତରେ ଏକାକି ଥିଲେ ଭୂମିକା । ଏତେ ସମୟ ଧରି ପାଣିରେ ରହିବା ପରେ ତାଙ୍କ ଗୋଡରେ ଦେଖାଦେଇଥିଲା ସମସ୍ୟା । ଶିରାରେ ହୋଇଥିଲା କଷ୍ଟ । ଏତିକି ବେଳେ ଅଭିନେତା ଶ୍ରେୟାନ ମଧ୍ୟ ସୁଟିଂ ପାଇଁ ପାଣିକୁ ଡେଇଁଥିଲେ । ହେଲେ ପାଣିର ଗଭୀରତା ଦେଖି ଡରି ଯାଇଥିଲେ । ଉଭୟ ପାଣିରେ ଏକପ୍ରକାର ବୁଡି ଯାଇଥିଲେ । କିନ୍ତୁ ସେଠାରେ ଥିବା ସିନେମାର ଅନ୍ୟ ସଦସ୍ୟ ତୁରନ୍ତ ଉଦ୍ଧାର କରିଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ଜୀବନ ବଡ ନା ସୁଟିଂ । ଯଦି କିଛି ବଡ ଅଘଟଣ ହୋଇଥାନ୍ତା, ତାହାଲେ କିଏ ରହିଥାନ୍ତା ଦାୟୀ । ପ୍ରଭୂ ଜଗନ୍ନାଥଙ୍କ ଦୟାରୁ ଭୂମିକା ଏବଂ ଶ୍ରେୟାନ ସୁରକ୍ଷିତ ଅଛନ୍ତି । ହେଲେ ବର୍ଷା ଦିନେ ଏମିତି ନଦୀରେ ବିପଦପୂର୍ଣ୍ଣ ସୁଟିଂ କରିବା କେତେଜୂର ଠିକ୍ । ଏମିତବି ଏବେ ସାରା ରାଜ୍ୟର ନଦୀରେ ଦେଖାଦେଇଛି କୁମ୍ଭୀର ଆତଙ୍କ । ଯାଜପୁର ବିରୁପା ନଦୀ କଥା ଲୋକେ ଏଯାଇଁ ଭୂଲି ନଥିବେ । କେମି ଜଣେ ମହିଳାଙ୍କୁ ଖିନଭିନ୍ କରି କୁମ୍ଭୀର ଖାଇଦେଇଥିଲା ତାହା ସମସ୍ତେ ଦେଖିଥିଲେ । ଏସବୁ ଜାଣି ମଧ୍ୟ ନଦୀରେ ସୁଟିଂ କରିବାକୁ କହିଥିଲେ ନିର୍ଦ୍ଦେଶକ । ଯାହାକୁ ନେଇ ନିର୍ଦ୍ଦେଶକ ଏବଂ ପ୍ରଜୋଜକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି ଭୂମିକାଙ୍କ ଫ୍ୟାନ୍ ଏବଂ ଫଲୋଅର୍ସ । ତେବେ ଦର୍ଶକବନ୍ଧୁ ଆପଣଙ୍କୁ କଣ ଲାଗୁଛି, ଏମିତି ନଦୀରେ ସୁଟିଂ କରିବା କେତେ ଠିକ୍ ଏବଂ ଭୁଲ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ