27.7 C
Odisha
Sunday, May 5, 2024
spot_img

ବିଶ୍ୱକପ୍ ପାଇଁ ପାକିସ୍ତାନକୁ ମିଳୁନି ଭିସା

ଆଇସିସି ଦିନିକିଆ ବିଶ୍ୱକପ୍ ୨୦୨୩ର ଆରମ୍ଭ ୫ ଅକ୍ଟୋବରରୁ ଭାରତରେ ହେବ । ଆଉ ୧୯ ନଭେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟର ହେବ ଫାଇନାଲ ମୁକାବିଲା । ଆପଣ ଜାଣିଥିବେ ୨୯ ସେପ୍ଟେମ୍ବରରୁ ବିଶ୍ୱକପର ପ୍ରାକ୍ଟିସ ମ୍ୟାଚ ହେବ । ଭାରତୀୟ ଟିମ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ସମେତ ଅନେକ ଟିମ ଟୁର୍ଣ୍ଣାମେଣ୍ଟରେ ହେଉଛନ୍ତି ଫ୍ୟାନ୍ସଙ୍କ ଫେଭରେଟ । ସେହିପରି ଭାରତ ନିକଟରେ ୨୦୧୧ ପରଠୁ ପୁଣି ଥରେ ନିଜ ମାଟିରେ ବିଶ୍ୱକପ ଜିତିବାର ବି ବଡ ସୁଯୋଗ ରହିଛି । ଯାହାକୁ ହାତଛଡା କରିବାକୁ କେବେ ବି ଭାରତ ଚାହିଁବନି ।

ତେବେ ଖାସ କଥା ହେଉଛି, ଭାରତ ଆସିବାକୁ ଥିବା ସମସ୍ତ ଟିମକୁ ଭିସା ମଂଜୁରୀ ମିଳିସାରିଛି । ହେଲେ ପାକିସ୍ତାନ ଟିମ, ଯାହାର ନେତୃତ୍ୱ କରିବେ ବାବର ଆଜମ, ତାଙ୍କୁ ଏବେ ଯାଏଁ ଭାରତ ସରକାରଙ୍କ ତରଫରୁ ମିଳିନାହିଁ ଭିସା ମଂଜୁରୀ । ଏହିକାରଣରୁ ପାକିସ୍ତାନ କ୍ରିକେଟ ଟିମ, ଦୁବାଇ ଯାଇ ଖେଳାଳୀଙ୍କ ସହ କ୍ୟାମ୍ପ ଲଗାଇବାର ପ୍ଲାନ ରଦ୍ଦ ହୋଇଛି । ଯାହା ବିଶ୍ୱକପ ପୂର୍ବରୁ ପାକିସ୍ତାନକୁ ଏକ ବଡ ଝଟକା ।

ରିପୋର୍ଟ ହିସାବରେ, ପାକିସ୍ତାନ ଟିମ ମ୍ୟାନେଜମେଣ୍ଟର ପ୍ଲାନ ଥିଲା କି, ତାର ସବୁ ଖେଳାଳୀ ପ୍ରି-ଓାର୍ଲଡ କପ୍ କ୍ୟାମ୍ପ ପାଇଁ ଦୁବାଇ ଯିବେ । ଯେଉଁଠୁ ସେମାନେ ସମସ୍ତେ ଭାରତ ପାଇଁ ଧରିଥାନ୍ତେ ଫ୍ଲାଇଟ୍ । ଏଥିପାଇଁ ବାବର ଆଣ୍ଡ କମ୍ପାନୀ , ୟୁଏଇ ଯାଇ ସେଠାରେ କିଛି ସମୟ ବିତାଇ ଭାରତ ଆସିବାର ଥିଲା । ହେଲେ ବର୍ତମାନ ପାକିସ୍ତାନର ଏହି ପ୍ଲାନ ଭଣ୍ଡୁର ହୋଇଛି । ଏବେ ଯାଏଁ ପାକିସ୍ତାନ ଟିମକୁ ଭାରତ ଆସିବା ନେଇ ସବୁଜ ସଂକେତ ମିଳିନାହିଁ । ପାକିସ୍ତାନ କ୍ରିକେଟ ବୋର୍ଡ ଗୋଟିଏ ସପ୍ତାହ ପୂର୍ବରୁ ଭିସା ପାଇଁ ଆବେଦନ କରିଥିଲା । ହେଲେ ଏବେ ଯାଏଁ ଏହାକୁ ମଂଜୁରୀ ମିଳିନାହିଁ ।

ଏବେ ଭିସା ମଂଜୁରୀ ନ ମିଳିବାରୁ ପାକିସ୍ତାନୀ କ୍ରିକେଟ ଟିମ ଲାହୋରରେ ରହି ୨୭ ସେପ୍ଟେମ୍ବରରେ ଯିବେ ଦୁବାଇ । ସେଠାରୁ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ମ୍ୟାଚ୍ ପାଇଁ ହାଇଦ୍ରାବାଦ୍ ଆସିବେ । ତେବେ ପାକିସ୍ତାନୀ ମ୍ୟାନେଜମେଣ୍ଟର କହିବା କଥା ହେଲା କି, ସମୟ ସୀମା ଭିତରେ ଟିମକୁ ଭିସା ମିଳିଯିବ ।

ଜଣାଇରଖିବୁ କି, ଭାରତରେ ହେବାକୁ ଥିବା ବିଶ୍ୱକପରେ ମୋଟ ୧୦ଟି ଟିମ ଭାଗ ନେଉଛନ୍ତି । ଯେଉଁଥିରେ ୯ଟି ବିଦେଶ ଟିମ ମଧ୍ୟରେ କେବଳ ପାକିସ୍ତାନକୁ ହିଁ ବର୍ତମାନ ପର୍ଯ୍ୟନ୍ତ ଭିସା ମିଳିନାହିଁ । ଭିସା ନ ମିଳିଲେ ଏହାର ପ୍ରଭାବ ସେମାନଙ୍କ ପ୍ରସ୍ତୁତି ଉପରେ ବି ପଡିବ । ଗତ ୧୦ ବର୍ଷରେ ପାକିସ୍ତାନ ଟିମ କେବଳ ୨୦୧୬ରେ ଟି୨୦ ବିଶ୍ୱକପ୍ ଖେଳିବାକୁ ଭାରତ ଗସ୍ତରେ ଆସିଥିଲା । ଏହାବାଦ ଗତଥର ଭାରତୀୟ ଟିମ ସହ ଦ୍ୱିପକ୍ଷୀୟ ସିରିଜ ଖେଳିବା ପାଇଁ ପାକିସ୍ତାନ ଟିମ ୨୦୧୨-୧୩ରେ ଆସିଥିଲା ଭାରତ । ଏହାପରଠୁ ଦୁଇ ଦେଶ ମଧ୍ୟରେ କୌଣସି ଦ୍ୱିପକ୍ଷୀୟ ସିରିଜ ଖେଳାଯାଇନାହିଁ । ପାକିସ୍ତାନକୁ ବିଶ୍ୱକପ ୨୦୨୩, ସେପ୍ଟେମ୍ବର ୨୯ରେ ଏକ ଅଭ୍ୟାସ ମ୍ୟାଚ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାର ଅଛି । ଏହାପରେ ଅକ୍ଟୋବର ୩ରେ ଅଷ୍ଟ୍ରେଲିଆ ସହ ବି ରହିଛି ଅଭ୍ୟାସ ମ୍ୟାଚ ।

ସେପ୍ଟେମ୍ବର ୨୨ରେ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ଟିମର ଘୋଷଣା ହୋଇଥିବା ବେଳେ ଦଳର ଦାୟିତ୍ୱ ସମ୍ଭାଳିବେ ବାବଦ ଆଜମ୍ । ଆଉ ଉପକପ୍ତାନ ରହିଛନ୍ତି ଶାଦବ ଖାନ୍ । ନସୀମ ଶାହ ଆହତ କାରଣରୁ ଟିମରେ ସ୍ଥାନ ପାଇନାହାନ୍ତି । ସେପଟେ ଫାଷ୍ଟ ବୋଲର ହସନ ଅଲୀଙ୍କ ଦଳକୁ ପ୍ରତ୍ୟାବର୍ତନ ହୋଇଥିବା ଜଣାପଡିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ