25.4 C
Odisha
Saturday, May 18, 2024
spot_img

ଧରା ପଡିଲା କୁମ୍ଭୀର, ଶାନ୍ତ ପଡିଲା ନଦୀ କୂଳିଆ ଗାଁ

ନଇକୁ ଯାଉଥିଲେ ଲାଗୁଥିଲା ଡର । କାରଣ ପାଦେ ପାଦେ ଛକି ବସିଥିଲା ମୃତ୍ୟୁ । ନଇରେ ପଶିବା ମାତ୍ରେ ଟଚାଣି ନେଉଥିଲା । ଏମିତି ଅବସ୍ଥା ହୋଇଥିଲା ଯେ, ଲୋକେ ଆଉ ପାଣି ଭିତରକୁ ଯିବାକୁ ଡରୁଥିଲେ । ଗାଁ ପୋଖରୀକୁ ମଧ୍ୟ ଗାଧୋଇବାକୁ ଯାଉଥିଲେ ଲୋକେ । ଏବେ କିନ୍ତୁ ହଟି ଯାଇଚି ଡର । ଧରା ପଡିଛି ମଣିଷ ଖିଆ କୁମ୍ଭୀର । ମଣିଷ ମାଂସ ଖାଇ ଆତଙ୍କ ଖେଳାଇଥିଲା କୁମ୍ଭୀରକୁ କାବୁ କରିଛନ୍ତି ଲୋକେ ଓ ପୋଲିସ । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଦର୍ଶକବନ୍ଧୁ, ଆଫଣଙ୍କୁର ମନେ ଥିବା ବିରୂପା ନଦୀ କଥା । ଏଠାରେ ଜଣେ ମହିଳା ଗାଧୋଉଥିବା ବେଳେ ଆକ୍ରମଣ କରିଥିଲା କୁମ୍ଭୀର । ମହିଳାଙ୍କ ପେଟକୁ ଧରି ପକାଇଥିଲା । ଲୋକେ ହୋ ହାଲା କରିବା ଆଗରୁ ପାଣି ଭିତରକୁ ଟାଣି ନେଇଥିଲା । ଖିନ୍ ଭିନ୍ କରିଦେଇଥିଲା ମହିଳାଙ୍କ ଶରୀରରୁ । ଯାହାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଆପଣ ମଧ୍ୟ ଏହାକୁ ଦେଖିଥିବେ । କୁମ୍ଭୀରଟି ପ୍ରଥମେ ମହିଳାଙ୍କ ହାତକୁ ଛିଣ୍ଡାଇ ଦେଇଥିଲା । ଏହାପରେ ଶରୀରରୁ ମୁଣ୍ଡକୁ କରିଦେଇଥିଲା ଅଲଗା । ଶେଷରେ ଗୋଡକୁ ଚୋବାଇ ପକାଇଥିଲା । ଏହି ଛାତିଥରା ଦୃଶ୍ୟ କାହା ଆଖିରୁ ଏବେବି ଲିଭି ନାହିଁ । ଯାହାକୁ ନେଇ ଡରି ଯାଇଥିଲେ ରାଜ୍ୟ ସାରା ଲୋକ ।

ତେବେ ବିରୂପା ନଦୀରେ ଘଟିଥିଲା ଏହି ଭୟଙ୍କର ଘଟଣା । ଏବେ କିନ୍ତୁ ବିରୂପା ପରେ ତାଲଚେର ଶିରିଗୁଡା ଦେଇ ପ୍ରବାହିତ ବ୍ରାହ୍ମଣୀରେ ମଣିଶ ଖିଆ କୁମ୍ଭୀରକୁ ଦେଖିଥିଲେ ଲୋକେ । ଯାହାକୁ ଦେଖି ଆତଙ୍କିତ ଅବସ୍ଥାରେ ରହିଥିଲେ ଆଖାପାଖର ବାସିନ୍ଦା । କଣ କରିବେ ବୁଝି ପାରୁ ନଥିଲେ । କାରଣ କୂମ୍ଭୀର ଏ କୂଳରୁ ସେ କୂଳ ଘୁରି ବୁଲୁଥିଲା । କେତେବେଳେ ପାଣି ଭିତରେ ରହୁଥିୱା, ଆଉ କେତେବେଳେ ପାଣି ଉପରେ ଭାସୁଥିବା ଦେଖିବାକୁ ମିଳୁଥିଲା ।

ସବୁଠାରୁ ବଡ କଥା ଥିଲା ଯେ, କୁମ୍ଭୀରକୁ କେବଳ ଦରକାର ଥିଲା ମଣିଶ ମାଂସ । ତା ପାଟିରେ ଲାଗିଯାଇତିଲା ମଣିଷ ମାଂସର ସୁଆଦ । ଏମିତିକି ଗାଇ ଗୋରୂ କିମ୍ବା ମାଛ ମଧ୍ୟ ସେ ଖାଉନତିଲା । କେଉଁ ନଦୀ ତୁଠରେ କୋଳାହାଳ ହେଲେ ସେ ସେଠାକୁ ଧାଇଁ ଯାଉଥିଲା । ଛପି ରହୁଥିଲା । ସୁଯୋଗ ଦେଖି ଆକ୍ରମଣ କରିବାକୁ ପଛାଉ ନଥିଲା ନରଭକ୍ଷୀ କୁମ୍ଭୀର । ହେଲେ ଏବେ ତାର ସବୁ ଦମ୍ବ ତୁଟି ଯାଇଛି । ଶେଷରେ ଧରା ପଡିଛି ଏହି ଭୟଙ୍କର କୁମ୍ଭୀ । ଆଉ ଲୋକେ ତ୍ରାହି ତ୍ରାହି ଡାକିଛନ୍ତି । ଦେଖନ୍ତୁ ଏଙି ଭାଇରାଲ ଭିଡିଓକୁ । କେମିତି କୁମ୍ଭୀରକୁ କାବୁ କରୁଛନ୍ତି ବନ ବିଭାଗର କର୍ମଚାରୀ ଏବଂ ପୋଲିସ । ପାଖରେ ସାଧାରଣ ଲୋକେ ମଧ୍ୟ ଅଛନ୍ତି । ଆପଣ ନିଶ୍ଚୟ ଭାବେ ଏହି ବିଶାଳ କୁମ୍ଭୀରକୁ ଦେଖି ଡରିଯାଇଥିବେ । କାରଣ ଆଗରୁ ଏତେ ବିରାଟ କୁମ୍ଭୀରର କେବେ ଦେଖା ମିଳିନଥିଲା । ସେ ପାଣି ଭିତରେ ଥିବାରୁ ତା ଶରୀରର ଅନ୍ଦାଜ କରିପାରୁନଥିଲେ ଲୋକେ । ଏବେ କିନ୍ତୁ ଉଦ୍ଧାର ବେଳେ ଜଣା ପଡିଛି ତା ରୂପ । ଏତେ ବଡ କୁମ୍ଭୀରୁ କାବୁ କରିବାକୁ ମଧ୍ୟ ଲାଗିଛି ଘଂଟା ଘଂଟା ସମୟ । ତେବେ କେହି କେହି କହୁଛନ୍ତି ଏହି ଭି଼ଡିଓ ଓଡିଶାର ନୁହେଁ । ଆଉ କେହି କେହି କହୁଛନ୍ତି ଏହା ଆମ ଯାଜପୁର ଜିଲ୍ଲାର ଭିଡିଓ । ତେବେ ଦର୍ଶକବନ୍ଧୁ ଆପଣଙ୍କୁ କଣ ଲାଗୁଛି, କୁମ୍ଭୀରକୁ ଉଦ୍ଧାର କରିବା ପରେ ତାକୁ ମାରିଦେବା ଦରକାର ନା ନନ୍ଦନକାନନରେ ଛାଡିବା ଉଚିତ ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ