33.6 C
Odisha
Sunday, May 5, 2024
spot_img

ବିରାଟ ହେବେ ବାପା

ଭାରତୀୟ ଦଳର ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି । ବର୍ତ୍ତମାନ ସମୟରେ ସେ ବିଶ୍ୱର ଶ୍ରେଷ୍ଟ ବ୍ୟାଟସମ୍ୟାନ୍ । ନିଜ ବ୍ୟାଟରେ ସେ କେତେ ବୋଲରଙ୍କ ହଜାଇଛନ୍ତି ନିଦ । ଦଳକୁ ଦେଇଛନ୍ତି ଅନେକ ବିଜୟ । ଏମିତିକି ତାଙ୍କୁ ବୋଲିଂ କରିବାକୁ ଡରନ୍ତି ବିପକ୍ଷ ବୋଲର । ତେବେ ନିଜ ପ୍ରଫେସନାଲ ଲାଇଫ୍ ସହ ପର୍ସନାଲ୍ ଲାଇଫକୁ ନେଇ ମଧ୍ୟ ଖୁବ୍ ଚର୍ଚ୍ଚାରେ ରୁହନ୍ତି ବିରାଚ । ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଖବର । ସେ ପୁଣି ବାପା ହେବାକୁ ଯାଉଥିବା ଖବର ହେଉଛି ଭାଇରାଲ ।

ଦର୍ଶକବନ୍ଧୁ, ଆଫଣ ଜାଣିଥିବେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଛନ୍ତି ବିରାଟ ।  2017 ଡିସେମ୍ବରରେ ପରସ୍ପରକୁ ବାହା ହୋଇଥିଲେ ବିରାଟ ଏବଂ ଅନୁଷ୍କା । ଇଟାଲିରେ ସେମାନଙ୍କ ବିବାହ ହୋଇଥିଲା । ବଡ ଧୁମଧାମରେ ପଡିଥିଲା ହାତଗଣ୍ଠି । ଆଉ ବିବାହ ଉତ୍ସବରେ ସାମିଲ ହୋଇଥିଲେ ଅନେକ ଷ୍ଟାର୍ କ୍ରିକେଟର ଏବଂ ବଲିଉଡ୍ ତାରକା । ସେବେଠୁ ଉଭୟ ସର୍ବଦା ଚର୍ଚ୍ଚାରେ ରହୁଥିଲେ । ଫ୍ୟାନମାନେ ମଧ୍ୟ ସେମାନଙ୍କୁ ଅନ୍ଧ ଭାବେ କରୁଥିଲେ ଫଲୋ ।

କିନ୍ତୁ ପରେ ସେମାନଙ୍କ ମଧ୍ୟରେ କିଛି ଠିକ୍ ଠାକ୍ ଚାଲି ନଥିବା ଆସିଥିଲା ଖବର । ଏପରିକି ସେମାନେ ପରସ୍ପରକୁ ଡିଭୋର୍ସ ଦେବା ନେଇ ମଧ୍ୟ ଚାହୁଁଥିବା ଶୁଣିବାକୁ ମିଳୁନଥିଲା । ଯେଉଁଣଥି ପାଇଁ ସେମାନେ କୌଣସି ସନ୍ତାନ କରିନଥିଲେ ବୋଲି ଖବର ଆସିଥିଲା । ହେଲେ ସମସ୍ତଙ୍କୁ ଭୁଲ୍ ପ୍ରମାଣିତ କରିଥିଲେ ବିରୁଷ୍କା । ଲକଡାଉନରେ ଏକ କନ୍ୟା ସନ୍ତାନର ବାପା ହୋଇଥିଲେ ବିରାଟ । ଆଉ ଅନୁଷ୍କାଙ୍କ ସହ ସବୁ ଠିକ୍ ଠାକ୍ ଚାଲିଥିବା ନେଇ ଦେଇଥିଲେ ପ୍ରମାଣ ।

ତେବେ କନ୍ୟା ସନ୍ତାନ ଜନ୍ମ ହେବାକୁ ଏହାରି ଭିତରେ ବିଗଲାଣି ଦୁଇ ବର୍ଷ । ବିରାଟ ଅନୁଷ୍କା ଏବଂ ତାଙ୍କ ଝିଅ ଏବେ ପୁରା ଖୁସିରେ ଅଛନ୍ତି । ଅନେକ ସମୟରେ ସାମ୍ନାକୁ ଆସେ ସେମାନଙ୍କ ଫଟୋ । କିନ୍ତୁ ଏହାରି ଭିତରେ ସାମ୍ନାକୁ ଆସିଛି ଆଉ ଏକ ଖବର । ପୁଣି ବାପା ହେବାକୁ ଯାଉଛନ୍ତି କିଙ୍ଗ୍ ବିରାଟ କୋହଲି । ଅନୁଷ୍କା ଶର୍ମା ଗର୍ଭବତୀ ଥିବା ନେଇ ସୋସିଆଲ ମିଡିଆରେ କରୁଛି ଟ୍ରେଣ୍ଡ୍ । ତେବେ ଏହି ଖବର ସତ ନା ମିଛ ଆମେ ଜାଣିନୁ । ଆମେ କେବଳ ସୋସିଆଲ ମିଡିଆ ହିସାବରେ ଆପଣଙ୍କୁ ଦେଉଛି ଖବର ।

ଯଦି ଅନୁଷ୍କା ସତରେ ଗର୍ଭବତୀ ଥାଆନ୍ତି ତାହାଲେ ଭଲ ଖବର । ଏମିତି ବି ଦୁଇଟି ସନ୍ତାନ ଜନ୍ମ ହେବା କିଛି ଖରାପ କଥା ନୁହେଁ । ବରଂ ବହୁତ ଭଲ କଥା । ଏହା ଦ୍ୱାରା ଜଣଙ୍କୁ ନିଜର ଉତ୍ତରାଧିକାରୀ କରିପାରନ୍ତି ବିରାଟ । ଅର୍ଥାତ ବିରାଟଙ୍କ ପରେ ଭବିଷ୍ୟତରେ ତାଙ୍କର ଜଣେ ସନ୍ତାନ ଖେଳିପାରେ କ୍ରିକେଟ୍ । ଆଉ ଦଳର ନେଇପାରେ ନେତୃତ୍ୱ । କାରଣ ସମସ୍ତେ ଚାହାଁନ୍ତି ବିରାଟଙ୍କ ସନ୍ତାନ କ୍ରିକେଟ୍ ଖେଳନ୍ତୁ । ଆଉ ଭାରତୀୟ କ୍ରିକେଟକୁ ଏକ ନୂଆ ଦିଗକୁ ନେଇ ଯାଆନ୍ତୁ । କିଛି ନେଟିଜେନ୍ସଙ୍କ କହିବା କଥା ହେଲା, ଶୀଘ୍ର ବିରାଟ ଇନଷ୍ଟାଗ୍ରାମରେ ଦେବେ ଗୁଜ୍ ନ୍ୟୁଜ୍ । ସେ ନିଜେ ହିଁ ତାଙ୍କ ଫ୍ୟାନଙ୍କୁ ଖୁସି ଖବର ଜଣାଇବେ । ଯଦି ସବୁ କିଛି ଠିକ୍ ହୁଏ, ତାହାଏ ଏବର୍ଷ ଶେଷ ଆ଼ଡକୁ ସନ୍ତାନ ଜନ୍ମ କରିପାରନ୍ତି ଅନୁଷ୍କା । ଆଉ ଉବୟଙ୍କର ଘରକୁ ଆସିପାରନ୍ତି ନୂଆ ଅତିଥି । ତେବେ ଦର୍ଶକବନ୍ଧୁ, ଆଫଣଙ୍କୁ କଣ ଲାଗୁଛି, ଏଥର ବିରୁଷ୍କାଙ୍କର ପୁଅ ନା ଝିଅ ହେବ, ଆମକୁ କମେଣ୍ଟ କରି ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ