43.3 C
Odisha
Sunday, May 5, 2024
spot_img

କାହିଁକି ହୋଇଥାଏ ତିନୋଟି ରାଷ୍ଟ୍ରଗାନ

ଦର୍ଶକବନ୍ଧୁ କ୍ରିକେଟ ମ୍ୟାଚରେ ଖେଳ ଆରମ୍ଭ ପୂର୍ବରୁ ଦୁଇ ଟିମ ନିଜର ରାଷ୍ଟ୍ରଗାନ ଗାଉଥିବା ଆପଣମାନେ ଦେଖିଥିବେ । ହେଲେ ଖେଳ ପୂର୍ବରୁ ଏହି ଗାନ କରିବା ପଛରେ କଣ କାରଣ ରହିଚି ଆପଣ ଜାଣିଛନ୍ତି କି । ଏହାବାଦ ଏବେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଖେଳାଯାଉତିବା ମ୍ୟାଚରେ ବାଜୁଛି ତିନୋଟି ରଷ୍ଟ୍ର ଗାନ । ଏହାପଛରେ ବି କଣ ରହସ୍ୟ ଅଛି ହୁଏତ ସମସ୍ତଙ୍କୁ ଜଣାନଥିବ । ତେବେ ଏହି ଖାସ କଥା ଜାଣିବା ପାଇଁ ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଭାବେ ଦେଖନ୍ତୁ ।
ଗୁରୁବାର ଭାରତ ଓ ୱେଷ୍ଟ ଇଣ୍ଡିଜ୍ ଟିମ୍ ମଧ୍ୟରେ ହୋଇଥିଲା ପ୍ରଥମ ମ୍ୟାଚ । ବ୍ରାୟନ୍ ଲାରା କ୍ରିକେଟ ଷ୍ଟାଡିୟମ୍ ରେ ୫ ଟି ମ୍ୟାଚ୍ ବିଶିଷ୍ଟ ଟି ୨୦ ସିରିଜ୍ ର ପ୍ରଥମ ମ୍ୟାଚ ସରିଛି ।
ଆୟୋଜକ ଟିମ୍ ର ଅଧିନାୟକ ରୋଭମନ୍ ପାୱେଲ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନେଇଥିଲେ ନିଷ୍ପତି । ଭାରତୀୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ବି ପ୍ରଥମେ ଫିଲ୍ଡିଂ କରିବାରେ କିଛି ସମସ୍ୟା ଦେଖାଯାଉନଥିଲା ।
ତେବେ ଖେଳ ଆରମ୍ଭ ହେବା ପୂର୍ବରୁ ଦୁଇ ଟିମ୍ ର ସମସ୍ତ ପ୍ଲେୟାର ରାଷ୍ଟ୍ର ଗାନ କରିବା ପାଇଁ ମଇଦାନ କୁ ଆସନ୍ତି । ସମସ୍ତ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ମଧ୍ୟରେ ଯେତେବେଳେ ଦୁଇ ଟିମ୍ ଜଣେ ଆଉ ଜଣଙ୍କ ବିପକ୍ଷରେ ଖେଳିବାକୁ ବାହାରନ୍ତି ଏହା ପୂର୍ବରୁ ଦୁଇ ଟିମ୍ ଙ୍କ ନିଜ ଦେଶ ପ୍ରତି ସମ୍ମାନ ଦର୍ଶାଇବା ପାଇଁ ରାଷ୍ଟ୍ର ଗାନ ବାଜିଥାଏ। ହେଲେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରେ ଦୁଇଟି ନୁହେଁ ବରଂ ବାଜିଥାଏ ତିନୋଟି ରାଷ୍ଟ୍ର ଗାନ । ତେବେ ଏହା ପଛରେ କଣ୍ କାରଣ ଅଛି ଆସନ୍ତୁ ଜାଣିବା
ବାସ୍ତବରେ ୱେଷ୍ଟ ଇଣ୍ଡିଜ୍ ନିଜ ଭିତରେ କୌଣସି ଦେଶ ନୁହେଁ ବରଂ ଅନେକ କ୍ୟାରୋବିୟାଇ ଦେଶର ପରିସଂଘ । ଅର୍ଥାତ୍ ତାଙ୍କର ନିଜର କିଛି ରାଷ୍ଟ୍ର ଗାନ ନାହିଁ । ପ୍ରତି କ୍ୟାରୋବିଆନ୍ ଦେଶର ରହିଛି ନିଜର ରାଷ୍ଟ୍ର ଗାନ। ଏଥିପାଇଁ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମଧ୍ୟରେ ତ୍ରିନିଦାଦରେ ଖେଳାଯାଉଥିବା ପ୍ରଥମ ଟି୨୦ ମ୍ୟାଚ୍ ମଧ୍ୟରେ ପ୍ରଥମେ ତ୍ରିନିଦାଦ ଓ ଟୋବାଗୋ , ପରେ ଭାରତ ଓ ୱେଷ୍ଟ ଇଣ୍ଡିଜ୍ ଟିମ୍ ର ରାଷ୍ଟ୍ର ଗାନ ହୋଇଥିଲା ।
ତାହେଲେ କେଉଁ ରାଷ୍ଟ୍ର ଗାନ ଗାଇଥାଏ ୱେଷ୍ଟ ଇଣ୍ଡିଜ୍ ଟିମ୍
ୱେଷ୍ଟ ଇଣ୍ଡିଜ୍ କ୍ରିକେଟ ଟିମ୍ ପାଖରେ କ୍ୟାରୋବିଆନ ଦେଶର ଏକ ରାଷ୍ଟ୍ର ଗାନ ରହିଛି । ଯେହେତୁ କ୍ୟାରୋବିଆନ ଦେଶର କୌଣସି ରାଷ୍ଟ୍ର ଗାନ ନାହିଁ, ସେଥିପାଇଁ ୱେଷ୍ଟ ଇଣ୍ଡିଜ୍ କ୍ରିକେଟ ବୋର୍ଡ, ଡେଭିଡ ରୁଡ଼ରଙ୍କ \’ରାଲି ରାଉଣ୍ଡ ଦ ୱେଷ୍ଟ ଇଣ୍ଡିଜ୍\’ କୁ ନିଜ ଗାନ ଭାବେ ଅପଣାଇଛି। ‘ରାଲି ରାଉଣ୍ଡ ଦ ୱେଷ୍ଟ ଇଣ୍ଡିଜ୍\’ ଗୀତ ୧୯୮୭ ରେ ରିଲିଜ୍ ହୋଇଥିଲା । ଯାହାର ୧୨ ବର୍ଷ ପରେ ଏହାକୁ ଔପଚାରିକ ଭାବେ ଇଣ୍ଡିଜ୍ ଟିମ୍ ର ଗାନ ଭାବେ ଆଦୃତ କରାଯାଇଛି । ତେବେ ଡେଭିଡ ରୁଡ଼ର ସବୁଠୁ ସଫଳ କ୍ୟାଲିପ୍ସୋ କଳାକାର ଙ୍କ ମଧ୍ୟରୁ ଜଣେ ।

ତାହେଲେ ତ୍ରିନିଦାଦ ଓ ଟୋବାଗୋ ର ରାଷ୍ଟ୍ର ଗାନ କଣ୍ ?
ପ୍ୟାଟ୍ରିକ୍ ଏସ୍ କ୍ୟାଷ୍ଟଗନ୍ ୧୯୬୨ ମସିହାରେ ତ୍ରିନିଦାଦ ର ରାଷ୍ଟ୍ର ଗାନ ର ସରଂଚନା କରିଥିଲେ । ଯାହା ତ୍ରିନିଦାଦ ଓ ଟୋବାଗୋ ଜନତାଙ୍କ ପ୍ରକୃତି ଓ ସାହସ କୁ ଦର୍ଶାଏ। ଏହାସହ ସେଠାକାର ଲୋକଙ୍କ ଏକ ରାଷ୍ଟ୍ର ରୂପରେ ବିବିଧତା ପରିବର୍ତ୍ତେ ଏକତାରେ ରହିବା ଦିଗ ରେ କାମ କରିବା ପାଇଁ ସାହସ କୁ ଦର୍ଶାଏ।

ତେବେ ଏହାଥିଲା ଭାରତ ଓ ୱେଷ୍ଟ ଇଣ୍ଡିଜ୍ ମ୍ୟାଚ ପୂର୍ବରୁ ବାଜୁଥିବା ତିନୋଟି ରାଷ୍ଟ୍ର ଗାନର କାରଣ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ