43.3 C
Odisha
Sunday, May 5, 2024
spot_img

ବିସ୍ଫୋରଣରେ ଥରିଲା ବାଣ ଗୋଦାମ, ଜଳିଗଲେ ୪ ଜଣ

ବାଣ ପ୍ରସ୍ତୁତି ବେଳେ ଅଘଟଣ  । ବାଣ ବିସ୍ଫୋରଣ ଘଟି 4 ଜଣଙ୍କ ମ଼ତ୍ୟୁ  ହୋଇଥିବା ବେଳେ ଅନ୍ୟ 4 ଗୁରୁତରଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି  କରାଯାଇଛି । ଦୋଳ ପୂର୍ଣ୍ଣିମା ପାଇଁ ପ୍ରତିବର୍ଷ ଭୂଷଣ୍ଡପୁରରେ ଆତସବାଜି ପ୍ରତିଯୋଗିତା ହୋଇଥାଏ  । ଏହି ପ୍ରତିଯୋଗିତା ପାଇଁ ପ୍ରତିବର୍ଷ ବିଭିନ୍ନ ପ୍ରକାରର ବାଣ ପ୍ରସ୍ତୁତି ହୋଇଥାଏ  । ଚଳିତ ବର୍ଷ ମଧ୍ୟ ପ୍ରତିଯୋଗିତା ପାଇଁ ବାଣ ପ୍ରସ୍ତୁତି ଚାଲିଥିଲା  । ଗୋଟିଏ ଘର ଭିତରେ 8 ଜଣ ବାଣ ପ୍ରସ୍ତୁତି କରୁଥିଲେ  । ମାତ କୈଣସି କାରଣରୁ ହଠାତ୍ ଏହି ବିସ୍ପୋରଣ ଘଟିଥିବା ବେଳେ ନିଆଁରେ ପୋଡି ହୋଇ 4 ଜଣଙ୍କ ଜୀବନ ଚାଲିଯାଇଛି  । ପରେ ଖବର ପାଇଁ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଦମକଳ ବାହିନୀ ପହଞ୍ଚିଥିଲେ  । ସେପଟେ ବାଣ ଗୁଡିକ ବହୁତ ଜୋରରେ ଫୁଟୁଥିବାରୁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିବା ଦେଖିବାକୁ ମିଳିଥିଲା  ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ