43.3 C
Odisha
Sunday, May 5, 2024
spot_img

ପାଣ୍ଡ୍ୟା କି ଜାଡେଜା ନୁହେଁ ଏହି ଖେଳାଳୀ ପରବର୍ତ୍ତୀ କପ୍ତାନ !

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ରୋହିତ ଶର୍ମାଙ୍କ ପରେ ଭାରତୀୟ ଟିମର ପରବର୍ତୀ ନିୟମିତ ଦିନିକିଆ ଓ ଟି୨୦ କପ୍ତାନ ହେବା ନେଇ ଉପଯୁକ୍ତ ଦାବିଦାର ବୋଲି କୁହାଯାଉଥିଲା । ହେଲେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି୨୦ ସିରିଜରେ ପରାଜୟ ତାଙ୍କ ଅଧିନାୟକତ୍ୱ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଭାରତରେ ଚଲିତ ବର୍ଷ ହେବାକୁ ଥିବା ୨୦୨୩ ବିଶ୍ୱକପ ପରେ ରୋହିତ ଶର୍ମା ଭାରତୀୟ ଟିମର କପ୍ତାନୀ ଛାଡିବା ସହ ସନ୍ନ୍ୟାସ ନେବା ନେଇ ବି ଘୋଷଣା କରିପାରନ୍ତି । ଏ ସବୁ ଚର୍ଚ୍ଚା ଆଲୋଚନା ଭିତରେ ଏବେ ଟିମ ଇଣ୍ଡିଆକୁ ଦରକାର ଦିନିକିଆ ଓ ଟି୨୦ ପାଇଁ କପ୍ତାନ । ଯିଏ ମଇଦାନ ଉପରେ ଧୋନୀଙ୍କ ଭଳି ସଠିକ ନିଷ୍ପତି ନେଇପାରୁଥିବ । ତାହେଲେ ଚାଲନ୍ତୁ ନଜର ପକାଇବା ଏମିତି ୩ ଜଣ ଖେଳାଳୀଙ୍କ ଉପରେ, ଯିଏ ଭାରତର ଆଗାମୀ ଦିନିକିଆ କପ୍ତାନ ହୋଇପାରନ୍ତି ।
ପ୍ରଥମେ ଜାଣିବା ଋଷଭ ପନ୍ତଙ୍କ ବିଷୟରେ
ଋଷଭ ପନ୍ତ ଟିମ ଇଣ୍ଡିଆର ନୂଆ ଦିନିକିଆ କପ୍ତାନ ହେବା ପାଇଁ ସବୁଠୁ ବଡ ଦାବିଦାରଙ୍କ ମଧ୍ୟରୁ ଜଣେ । ଦୁର୍ଘଟଣା ହେବା ପରଠୁ ସେ ଦଳକୁ ଫେରିବା ପାଇଁ ଲଗାତର ଭାବେ ପ୍ରୟାସ ଜାରି ରଖିଛନ୍ତି । ଋଷଭ ପନ୍ତଙ୍କ କପ୍ତାନୀରେ ମହେନ୍ଦ୍ର ସିଂ ଧୋନୀଙ୍କ ଝଲକ ବି ଦେଖିବାକୁ ମିଳେ । ୨୫ ବର୍ଷର ଏହି ଯୁବ ଓିକେଟକିପର ବ୍ୟାଟ୍ସମ୍ୟାନ ଋଷଭ ଲମ୍ବା ସମୟ ଯାଏଁ ଭାରତର ଦିନିକିଆ କପ୍ତାନୀ କରିବାର ଦକ୍ଷତା ମଧ୍ୟ ରଖନ୍ତି । ଏହାବାଦ ଭାରତର ସବୁଠୁ ବଡ ମ୍ୟାଚ ବିଜେତା ହେଲେ ଋଷଭ । ଜଣେ ଓିକେଟକିପର ବ୍ୟାଟ୍ସମ୍ୟାନ ଭାବେ ଦମଦାର ପ୍ରଦର୍ଶନକୁ ଦେଖି ତାଙ୍କୁ ଭାରତର ପରବର୍ତୀ ଦିନିକିଆ କପ୍ତାନ କରାଯାଇପାରେ ।
ଏହାପରେ ଆସିବେ ଶୁଭମନ ଗିଲ
୨୩ ବର୍ଷ ବୟସରେ ଶୁଭମନ ଭାରତ ପାଇଁ ଟେଷ୍ଟ, ଦିନିକିଆ ଓ ଟି୨୦ ଇଣ୍ଟରନ୍ୟାସନାଲ କ୍ରିକେଟରେ ଶତକ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ । କହିବାକୁ ଗଲେ ଗିଲଙ୍କ ଦିନିକିଆ କ୍ରିକେଟରେ ଭବିଷ୍ୟତ ବହୁତ ଉଜ୍ଜଳ ପରି ମନେ ହେଉଛି । ଏସବୁକୁ ଦେଖିଲେ ଦୀର୍ଘ ସମୟ ଧରି ଟିମ ଇଣ୍ଡିଆ ପାଇଁ ସେ ଓପନିଂ କରିପାରନ୍ତି ଓ କପ୍ତାନୀର ଭୂମିକା ବି ନିଭାଇପାରନ୍ତି । ସେ ଯେଉଁ ଧରଣର ବ୍ୟାଟ୍ସମ୍ୟାନ, ସେସବୁକୁ ଦେଖିଲେ ଆସନ୍ତା ୧୦ରୁ ୧୫ ବର୍ଷ ଯାଏଁ ସେ କ୍ରିକେଟ ଖେଳିବା ସହ କରିପାରନ୍ତି କପ୍ତାନୀ ।
ଏହାପରେ ଜାଣିବା ଶ୍ରେୟସ ଆୟରଙ୍କ ବିଷୟରେ । ଯଦି ଶ୍ରେୟସ ଆୟର ଭାରତ ର ପରବର୍ତୀ ଦିନିକିଆ କପ୍ତାନ ହୁଅନ୍ତି, ତେବେ ଟିମକୁ ଏହାଦ୍ୱାରା ବହୁତ ଫାଇଦା ହେବ । ଭାରତୀୟ ଟିମର ଟାଲେଣ୍ଟେଡ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ ଶ୍ରେୟାସ ଭାରତର ପରବର୍ତୀ ଦିନିକିଆ କପ୍ତାନ ହେବା ପାଇଁ ସବୁଠୁ ବଡ ଦାବିଦାର । ମୁମ୍ବାଇର ୨୮ ବର୍ଷୀୟ ବ୍ୟାଟ୍ସମ୍ୟାନ ଶ୍ରୟାସ ଭାରତୀୟ ଟିମ ପାଇଁ ନିଜ ଅନ୍ତରଷ୍ଟ୍ରୀୟ କ୍ରିକେଟ କ୍ୟଆରିଅରର ଆରମ୍ଭ ୨୦୧୭ରେ କରିଥିଲେ । କପ୍ତାନୀ କଥା ଯଦି କହିବା, ତେବେ ଆଇପିଏଲ ୨୦୧୮ରେ ଆୟରଙ୍କୁ ଦିଲୀ କ୍ୟାପିଟାଲସର କପ୍ତାନ ଭାବେ ନିଯୁକ୍ତ କରାଯାଇଥିଲା । ଏହାପରେ ୨୦୨୦ ଆଇପିଏଲରେ ଦିଲୀ କ୍ୟାପିଟାଲସ ଟିମ ତାଙ୍କ କପ୍ତାନୀରେ ଫାଇନାଲ ଯାଏଁ ବି ପହଂଚିଥିଲା । ପରେ ୨୦୨୨ ଆଇପିଏଲ ସିଜିନରେ କୋଲକାତା ନାଇଟ ରାଇଡର୍ସ ଆୟରଙ୍କୁ କରିଥିଲା ନିଜ କପ୍ତାନ । ଏସବୁକୁ ଦେଖିଲେ ସେ ଟିମ ଇଣ୍ଡିଆ ର କପ୍ତାନୀ କରିବାର ବି ଦକ୍ଷତା ତାଙ୍କର ରହିଛି ବୋଲି କୁହାଯାଇପାରେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ