43.4 C
Odisha
Sunday, May 5, 2024
spot_img

ଭେଣ୍ଟିଲେଟରରେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ

ଦର୍ଶକବନ୍ଧୁ ଓଲିଉଡର ଜଣେ ଦମଦାର ଓ ଏଭରଗ୍ରୀନ କଣ୍ଠଶିଳ୍ପୀ ହେଉଛନ୍ତି ଶାନ୍ତିଲତା ବାରିକ । ଓଲିଉଡକୁ ସେ ଭେଟି ଦେଇଛନ୍ତି ଅନେକ ଲୋକପ୍ରିୟ ଭଜନ । ଆଜି ବି ତାଙ୍କ ସ୍ୱର ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ହେ ଚକାନୟନ, ମୁଁ ଯେ ଦେଉଳ ବେଢା ଦୀପ, ଏକା ମୋ ଜଗା ସବୁରି ମୂଳ ଆଦି ହେଉଛି ଶାନ୍ତିଲତା ବାରିକଙ୍କ ଲୋକପ୍ରିୟ ଭଜନ । ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଓ ଶ୍ରୀକୃଷ୍ଣଙ୍କ ପାଇଁ ସମର୍ପଣ କରିଥିବା ଦେଖିବାକୁ ମିଳେ । ତାଙ୍କ କଣ୍ଠର ସମସ୍ତ ଭଜନ ଭାବପୂର୍ଣ୍ଣ ଓ ଶ୍ରୃତି ମଧୁର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଜି ବି ତାଙ୍କର ସେଇ ସୁରିଲା କଣ୍ଠରେ ସମସ୍ତେ ବିମୋହିତ ହୋଇଯାଆନ୍ତି । ଓଡିଆ ଭକ୍ତି ସଂଗୀତର ସେ ହେଉଛନ୍ତି ଅତି ପରିଚିତ ଓ ଆପଣାର ନାଁ । ନିଜ କଣ୍ଠରେ ସେ ଯେଉଁ ଗୀତ ବୋଲନ୍ତି, ତାହା ଶ୍ରୋତାଙ୍କ ଭିତରେ ଭକ୍ତି, ସମର୍ପଣ ଭାବନା ସୃଷ୍ଟି କରେ । ଏହା ହିଁ ହେଉଛି ତାଙ୍କର ବିଶେଷତ୍ୱ । ହେଲେ ଏବେ ଏହି ସୁନାମଧନ୍ୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟ ଗୁରୁତର ରହିଥିବା ଜଣାପଡିଛି । ବର୍ତମାନ ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ଦୀର୍ଘ ଦିନ ଧରି ଶାନ୍ତିଲତା କ୍ୟାନ୍ସରରେ ପୀଡ଼ିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକତ୍ସାଧିନ ଥିଲେ ।
ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡ଼ିଥିବାରୁ ଭେଣ୍ଟିଲେଟରରେ ଅଛନ୍ତି । ଆମେ ଯେପରି କହିଲୁ, ଶାନ୍ତିଲତା ବାରିକ ଜଣେ ଜଣାଶୁଣା ଓଡ଼ିଆ ଭଜନ ଗାୟିକା । ସେ ଓଡ଼ିଆ ଭାଷାରେ ତାଙ୍କର ଭକ୍ତି ସଙ୍ଗୀତ ପାଇଁ ପରିଚିତ । ଶାନ୍ତିଲତା ବାରିକ ବିଭିନ୍ନ ଭଜନ ସଙ୍ଗୀତ ଜରିଆରେ ତାଙ୍କର ହୃଦୟସ୍ପର୍ଶୀ ଉପସ୍ଥାପନା ପାଇଁ ଘରେ ଘରେ ପରିଚିତ । ଓଡ଼ିଆ ଭଜନ ପ୍ରତି ଶାନ୍ତିଲତା ବାରିକ୍ ଛୋଟରାୟଙ୍କର ବିଶେଷ ଅବଦାନ ରହିଛି । ତାଙ୍କର ପ୍ରତିଟି ଭଜନ ସେ କାଳିଆ ସାଆନ୍ତ ଏବଂ କୃଷ୍ଣଙ୍କ ଲାଗି ସମର୍ପଣ କରିଥାନ୍ତି । ହେଲେ ଏବେ ଏଭଳି ଖବର ପ୍ରସାରିତ ହେବା ପରେ ସମସ୍ତେ ତାଙ୍କର ଶୀଘ୍ର ଆରୋଗ୍ୟଲାଭ ପାଇଁ ପ୍ରାର୍ଥନା କରୁଛନ୍ତି । ସମସ୍ତେ ଚାହାଁନ୍ତି ସେ ଜଲଦି ସୁସ୍ଥ ହୋଇ ଘରକୁ ଫେରନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ