43.3 C
Odisha
Sunday, May 5, 2024
spot_img

ଥରେ ଚାର୍ଜ ଗଲେ ଗଡିବ ୧୭୦ କିମି

ଆଜିକାଲି ଇଲେକ୍ଟ୍ରିକ ଗାଡିର ଚାହିଦା ବଢି ବଢି ଚାଲିଛି । କେଉଁ କମ୍ପାନୀର ଗାଡି କିଣିଲେ ଭଲ ହେବ, ମାଇଲେଜ କୋଉଟା ଅଧିକ ଦେଉଚି, ଏସବୁକୁ ଗାଡି କିଣିିବା ପୂର୍ବରୁ ଦେଖୁଛନ୍ତି ଗ୍ରାହକ । ତେବେ ଇଲେକ୍ଟ୍ରିକ ଟୁ ହ୍ୱିଲର ସେଗମେଣ୍ଟରେ ପାଦ ରଖିଥିବା ଓଲା ଇଲେକ୍ଟ୍ରିକ, ଜବରଦସ୍ତ ପ୍ରଦର୍ଶନ କରି ସମସ୍ତଙ୍କୁ ଚମକାଇ ଦେଇଛି । ଅନ୍ୟ କମ୍ପାନୀ ଅପେକ୍ଷା ଓଲା, ସ୍କୁଟି ବିକ୍ରି ମାମଲାରେ ଅନ୍ୟ ବଡ ବଡ କମ୍ପାନୀମାନଙ୍କୁ ବି ପଛରେ ପକାଇଦେଇଛି । ଫଳସ୍ୱରୂପ ମାର୍ଚ ମାସରେ ୨୭ ହଜାରରୁ ଅଧିକ ୟୁନିଟସ ବିକ୍ରି କରିଛି କମ୍ପାନୀ । କମ୍ପାନୀ ଦାବି କରିଛି ଯେ, ମାର୍ଚ ମାସରେ କମ୍ପାନୀ ସବୁଠୁ ଅଧିକ ସ୍କୁଟି ବିକ୍ରି କରି ଲଗାତର ସପ୍ତମ ମାସରେ ସେଲସ ଚାର୍ଟରେ ରହିଛି ଟପ୍ ପୋଜିସନରେ ।
ତେବେ ଖାସ କଥା ହେଲା କି, ଓଲାର ଇଲେକ୍ଟ୍ରିକ ଭେଇକଲ ପୋର୍ଟଫୋଲିଓରେ ସାମିଲ ରହିଛି ଏସ୧ ଏୟାର, ଏସ୧ ଏବଂ ଏସ୧ ପ୍ରୋ ଭଳି ମଡେଲ । ଯେଉଁଥିରେ କମ୍ପାନୀର ବେସ୍ ମଡେଲ ଏସ୧ ଏୟାର ର ପ୍ରାରମ୍ଭିକ ମୂଲ୍ୟ ୮୪ ହଜାର ୯୯୯ ଟଙ୍କା ଥିବା ବେଳେ ଏସ୧ ମଡେଲର ଦାମ ୯୯ ହଜାର ୯୯୯ ଏବଂ ଏସ୧ ପ୍ରୋ ର ଦାମ ଲକ୍ଷେ ୩୯ ହଜାର ୯୯୯ ଟଙ୍କା ରହିଛି । ତେବେ ଖାସ କଥା ହେଲା ଯେ, ଏହି ସ୍କୁଟି ଗୁଡିକ ଆପଣଙ୍କୁ ଜବରଦସ୍ତ ମାଇଲେଜ ଦେବାରେ ସକ୍ଷମ ହେବ । ଗୋଟିଏ ଚାର୍ଜ ରେ ଆପଣ ୧୦୦କିମିରୁ ବି ଅଧକ ବାଟ ଅତିକ୍ରମ କରିପାରିବେ । ଏସ୧ ଏୟାର ମଡେଲ ୧୦୧ କିମି ଅତିକ୍ରମ କରିପାରିବ । ଯେତେବେଳେ କି ଏସ୧, ୧୨୮ କିମି ଏବଂ ଏସ୧ ପ୍ରୋ ୧୭୦ କିମି ଯାଏଁ ଅତିକ୍ରମ କରିପାରିବ ବୋଲି କମ୍ପାନୀ ପକ୍ଷରୁ ଜଣାପଡିଛି । ଅବଶ୍ୟ ଏମାନଙ୍କର ଏଆରଏଆଇ ସାର୍ଟିଫାଏଡ ରେଂଜ ଅଧିକ ରହିଛି । ହେଲେ କମ୍ପାନୀ ନିଜ ଅଫିସିଆଲ େଓବସାଇଟରେ ଏହି ଗାଡିଗୁଡିକର ବାସ୍ତବିକ ରେଂଜ ବିଷୟରେ ତଥ୍ୟ ପ୍ରଦାନ କରିଛି ।
ଓଲା ଇଲେକ୍ଟ୍ରିକ ଏକ ବୟାନରେ କହିଛି, କମ୍ପାନୀ ଗତ ମାର୍ଚ ମାସରେ ୨୭ ହଜାରରୁ ଅଧିକ ଇ ଭେଇକେଲ ବିକ୍ରି କରିବାରେ ରହିଛି ସଫଳ । ଏହାସହ ମାର୍ଚରେ ଇଭି ସେଗମେଣ୍ଟରେ କମ୍ପାନୀର ଅଂଶ ବୃଦ୍ଧି ପାଇ ୩୦ ପ୍ରତିଶତ ଯାଏଁ ପହଂଚିଛି । ଏସ୧ ପୋର୍ଟଫୋଲିଓ ରେଂଜ କୁ ୬ଟି ମଡେଲ ଯାଏଁ ବୃଦ୍ଧି କରିଛି କମ୍ପାନୀ । ୨,୩ ଓ ୪ କିଲୋଓାଟ ଆଓାର ବ୍ୟାଟେରୀ ପ୍ୟାକ ଦ୍ୱାରା ସଂଚାଳିତ ଓଲା ଏସ୧ ଏୟାରର ୩ଟି ନୂଆ ଭାରିଏଣ୍ଟ ଲଂଚ୍ କରିଛି କମ୍ପାନୀ, ଯାହାର ଡେଲିଭରି ୨୦୨୩ ଜୁଲାଇରୁ ଆରମ୍ଭ ହେବ ବୋଲି ଜଣାପଡିଛି ।
ତେବେ ଇଭି ଜରିଆରେ କମ୍ପାନୀ ଗ୍ରାହକଙ୍କ ପର୍ଯ୍ୟନ୍ତ ପହଂଚିବା ପାଇଁ ସମଗ୍ର ଦେଶରେ ଏକ୍ସପେରିୟନ୍ସ ସେଣ୍ଟର ଖୋଲୁଛି । କମ୍ପାନୀର କହିବା ମୁତାବିକ, ବର୍ତମାନ ସମୟରେ ପୁରା ଭାରତ ବର୍ଷରେ ୪୦୦ରୁ ଅଧିକ ଅନୁଭବ କେନ୍ଦ୍ର ରହିଛି । ଗୋଟିଏ ଦିନରେ ଦେଶର ପ୍ରମୁଖ ସହରରେ ଶୁଭାରମ୍ଭ ହୋଇଛି ୫୦ ଟି ନୂଆ ଏକ୍ସପେରିୟନ୍ସ ସେଣ୍ଟର । ଆଉ ଏହି ସେଣ୍ଟରମାନଙ୍କରେ ଗ୍ରାହକ ଓଲା ଇଭିର ବିସ୍ତୃତ ରେଂଜକୁ ଗୋଟିଏ ସ୍ଥାନରେ ଦେଖିପାରିବେ ଏବଂ ତାର ଏକ୍ସପେରିୟନଓ ମଧ୍ୟ ନେଇପାରିବେ ବୋଲି କମ୍ପାନୀ କହିଛି । ତେବେ ଦର୍ଶକବନ୍ଧୁ ଇଲେକ୍ଟ୍ରିକ ଭେଇକେଲ ଉପରେ ଆପଣଙ୍କ ମତ କଣ ନିଶ୍ଚୟ ଆମ ସହ ସେୟାର କରନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ