43.4 C
Odisha
Sunday, May 5, 2024
spot_img

ପ୍ରଥମ ବଲରେ ଆଉଟ ହୋଇଛନ୍ତି ଏହି ଖେଳାଳୀ

ଦର୍ଶକବନ୍ଧୁ ଭାରତରେ ଯଦି ସବୁଠୁ କେଉଁ ଖେଳ ବେଶି ପପୁଲାର ଥାଏ, ତେବେ ତାହା ହେଲା କ୍ରିକେଟ । କ୍ରିକେଟର କୋଟି କୋଟି ଫ୍ୟାନ୍ସ ଆଉ ଫଲୋଅର୍ସ ଅଛନ୍ତି ଏଇ ଭାରତରେ । କ୍ରିକେଟକୁ ଧର୍ମ ବୋଲି ମଧ୍ୟ ଅନେକ ବିବେଚନା କରନ୍ତି । ତେବେ ପ୍ରତି ଫ୍ୟାନ୍ସଙ୍କର ଥାଆନ୍ତି ପ୍ରିୟ ଖେଳାଳୀ । ଯାହାଙ୍କ ବିଷୟରେ ସେମାନେ ଜାମିବାକୁ ସେମାନେ ବେଶି ଇଚ୍ଛୁକ ଥାଆନ୍ତି । ତାଙ୍କ ପରି ଲାଇଫ ଷ୍ଟାଇଲ , ଗେଟଅପ, ସବୁକିଛି ଫ୍ୟାନ୍ସ ଅନୁସରଣ କରନ୍ତି । ଏହାବାଦ ନିଜ ପ୍ରିୟ ଖେଳାଳୀଙ୍କ ଡେଲି ଅପଡେଟ ବି ସେମାନଙ୍କ ପାଖରେ ଥାଏ । ଯାହାକୁ ନେଇ ସୋସିଆଲ ମିଡିଆରେ ଗସିପ୍ ହୁଏ । ଏହିପରିପ୍ରେକ୍ଷୀରେ ଅନେକ ପ୍ରକାର ରେକର୍ଡ କରିଛନ୍ତି ଖେଳାଳୀ । ନିଜ ନାମରେ ବିଭିନ୍ନ ପ୍ରକାର ରେକର୍ଡ କରି ସେମାନେ ସାଉଁଟିଛନ୍ତି ଚର୍ଚ୍ଚା । ଯାହାକୁ ନେଇ ଚର୍ଚ୍ଚା ସବୁବଳେ ହୁଏ । ଆଉ ସେହି ରେକର୍ଡ ମଧ୍ୟ ରହିଯାଏ କାଳ କାଳକୁ । ସମୟ ଗଡିଚାଲିଲେ ବି କେଉଁ ଖେଳାଳୀ କଣ କରିଥିଲା, ସେସବୁକୁ ସହଜରେ ଭୁଲିପାରନ୍ତିନି ଫ୍ୟାନ୍ସ ।
ଏସବୁ ଭିତରେ ଆଜି ଆମେ ଆପଣଙ୍କୁ କିଛି ଏମିତି ଖେଳାଳୀଙ୍କ ବିଷୟରେ କହିବୁ, ଯେଉଁମାନେ ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇଛନ୍ତି । ତା ପୁଣି ଓପନିଂ ବ୍ୟାଟ୍ସମ୍ୟାନ ହେବା ସତ୍ୱେ ।
ଯଦି ଏହି ଖେଳାଳୀଙ୍କ କଥା ଆମେ କହିବା, ତେବେ ଲିଷ୍ଟର ପ୍ରଥମରେ ଆସିବେ, ଆୟର୍ଲାଣ୍ଡର ଓିଲିୟମ ପୋର୍ଟରଫିଲ୍ଡ । କାରଣ ମ୍ୟାଚର ପ୍ରଥମ ବଲରେ ସେ ସବୁଠୁ ଅଧିକ ୩ ଥର ଆଉଟ ହୋଇଛନ୍ତି ।
ଏହାପରେ ଆସିବେ ଇଂଲଣ୍ଡର ଜେସନ୍ ରଏ । ସେ ମଧ୍ୟ ମ୍ୟାଚର ପ୍ରଥମ ବଲରେ ୩ ଥର ଆଉଟ ହୋଇ ଏହି ଲିଷ୍ଟରେ ରହିଛନ୍ତି ।
ସୂଚୀର ୩ୟରେ ଆସିବେ ହଙ୍ଗକଙ୍ଗ ର ଇରଫାନ ଅହମ୍ମଦ । ଯିଏ ପ୍ରଥମ ବଲରେ ଆଉଟ ହୋଇଛନ୍ତି ଦୁଇ ଥର । ୪ର୍ଥରେ ଆସିବେ ପାକିସ୍ତାନ ପାଇଁ ଖେଳିଥିବା କମରାନ୍ ଅକମଲ୍ । ଯିଏ ୨ ଥର ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇ ପାଭିଲିଅନ ଫେରିଛନ୍ତି ।
ଏହାପରେ ଆସିବେ ଜିମ୍ବାେଓ ର େଓସଲି ମଧବେରେ । ଯିଏ ୨ ଥର ପ୍ରଥମ ବଲରେ ଆଉଟ ହେବାର ରେକର୍ଡ ନିଜ ନାଁ ରେ କରିଛନ୍ତି ।
ଏବେ ଆସିବେ ବାଙ୍ଗଲାଦେଶର ଓପନର ତମୀମ ଇକବାଲ । ସେ ମଧ୍ୟ ୨ ଥର ମ୍ୟାଚର ପ୍ରଥମ ବଲରେ ଆଉଟ ହୋଇସାରିଛନ୍ତି ।
ତେବେ ଏହି ଲିଷ୍ଟରେ ଅଛନ୍ତି ଶ୍ରୀଲଙ୍କାର ପଥୁମ ନିଶଙ୍କା । ସେ ବି ୨ ଥର ପ୍ରଥମ ବଲରେ ଆଉଟ ହୋଇ ଫେରିଛନ୍ତି ପାବିଲିଅନ ।
ଆଫଗାନିସ୍ତାନ ପାଇଁ ଖେଳିଥିବା ମୋହମ୍ମଦ ଶେହଜାଦ ବି ୨ ଥର ପ୍ରଥମ ବଲରେ ଆଉଟ ହୋଇଛନ୍ତି ।
ତେବେ ଦର୍ଶକବନ୍ଧୁ ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ