43.3 C
Odisha
Sunday, May 5, 2024
spot_img

ବଜାରକୁ ଆସିଲା ନୂଆ ହ୍ୟୁଣ୍ଡାଇ କାର୍

ଭାରତୀୟ ବଜାରରେ ସଦାବେଳେ ରହିଛି ହ୍ୟୁଣ୍ଡାଇ କାରର ଚାହିଦା । ଲୋକେ ଖୁବ୍ ପସନ୍ଦ କରନ୍ତି ଏହି କାରକୁ । ଷ୍ଟାଇଲ୍ ସହ ଦମଦାର୍ ଫିଚର୍ସ ମାମଲାରେ ହ୍ୟୁଣ୍ଡାଇ ସମସ୍ତଙ୍କଠୁ ଆଗରେ । ଏବେ କମ୍ପାନୀ ନିଜର ସବୁଠୁ ପପୁଲାର କାରର ନୂଆ ଭର୍ସନକୁ ଲଞ୍ଚ୍ କରିଛି । ଯାହା ପୁରୁଣା ମଡେଲ୍ ତୁଳନାରେ ରହିଛି ଅଧିକ ଷ୍ଟାଇଲିସ୍ ଏବଂ ଜବରଦସ୍ତ ।

ନୂଆ ଆଇ 20କୁ ଲଞ୍ଚ୍ କରିଛି କମ୍ପାନୀ । ଆଇ 20 ହେଉଛି କମ୍ପାନୀର ସବୁଠୁ ଶସ୍ତା ପ୍ରିମିୟମ ହାଚବ୍ୟାକ୍ କାର୍ । ଭାରତରେ ଖୁବ୍ ଚାଲେ ହ୍ୟୁଣ୍ଡାଇର କାର୍ । ତେବେ କମ୍ପାନୀ ଲଞ୍ଚ୍ କରିଥିବା ଫେସଲିଫ୍ଟ୍ ମଡେଲରେ ଭରି ରହିଛି ଫିଚର୍ସ । ନୂଆ ଲୁକ୍, ଆଡଭାନ୍ସ ଟେକନିକ୍ ସମସ୍ତଙ୍କୁ ଆଶିଛି ପସନ୍ଦ । ଏହାକୁ କମ୍ପାନୀ ଏବେ କେବଳ ୟୁରୋପିଆନ ମାର୍କେଟରେ ଲଞ୍ଚ୍ କରିଛି । ଆଉ କିଛି ଦିନ ଭିତରେ ଏହା ଭାରତରେ ମଧ୍ୟ ଲଞ୍ଚ ହେବ ବୋଲି କହିଛି ଏହି ସାଉଥ କୋରିଆନ୍ କମ୍ପାନୀ ।

କାରର ଲୁକ୍ ଏବଂ ଡିଜାଇନକୁ ଦେଖିଲେ, ଏଥିରେ ରହିଛି ନୂଆ ଗ୍ରୀଲ୍ ଏବଂ ରିଭାଇଜଡ୍ ଡେ ଟାଇମ୍ ରନିଂ ଲାଇଟ୍ସ । କାରର ଫ୍ରଣ୍ଡ ଲୁକକୁ ଦମଦାର କରିଛି ଫ୍ରଣ୍ଟ୍ ବମ୍ପର ଏବଂ ନୂଆ ଏୟାର ଭେଣ୍ଟସ୍ । ଏଥିରେ କମ୍ପାନୀ ଲୋଗୋର ସ୍ଥାନରେ କରିଛି ପରିବର୍ତ୍ତନ । ଆଗରୁ ଗ୍ରୀଲରେ ଲାଗୁଥିଲା ଲୋଗୋ । ଏବେ ଏହାକୁ ବନେଟରେ ଲଗାଇଛି ହ୍ୟୁଣ୍ଡାଇ । କିନ୍ତୁ ପ୍ରୋଫାଇଲରେ ହୋଇନି ସେତେଟା ଖାସ୍ ପରିବର୍ତ୍ତନ । କେବଳ ଟାୟାରରେ ମିଳୁଛି ଆଲୟ ହୁଇଲ୍ । ଯେଉଁଥିରେ ରହିଛି କ୍ରିଞ୍ଚ୍ ଲାଇନ୍ସ୍ ଏବଂ ସାଇଡ କଟ୍ ।

ସଦାବେଳେ କ୍ୟାବିନ୍ ଡିଜାଇନ୍ ପାଇଁ ପପୁଲାର ହ୍ୟୁଣ୍ଡାଇ । ଯାହା ନୂଆ ଆଇ20ରେ ଦେଖିବାକୁ ମିଳିଛି । ଏହି ପ୍ରାଇସ୍ ସେଗମେଣ୍ଟରେ କମ୍ପାନୀ ତରଫରୁ ଦିଆଯାଇଛି ଗୁଡ୍ କ୍ୟାବିନ୍ । ଯେଉଁଥିରେ ରହିଛି 10.25 ଇଞ୍ଚର ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର୍ ଏବଂ ଟସ୍ ସ୍କ୍ରିନ୍ ଉନଫୋଟେନମେଣ୍ଟ୍ ସିଷ୍ଟମ୍ । ସେହିପରି ଚାଳକଙ୍କୁ ସନରୁଫର ଅପ୍ସନ ମଧ୍ୟ ଦିଆଯାଇଛି ।

ସେପଟେ ପାଓ୍ୱାର ଏବଂ ପରଫର୍ମାନ୍ସକୁ ଦେଖିଲେ ଢେର୍ ଆଗରେ ରହିଛି ନୂଆ ଆଇ20 । ଏକ ଲିଟର୍ ଟର୍ବୋ ପେଟ୍ରୋଲ ଇଞ୍ଜିନ୍ ସହ 6 ଏବଂ 7 ସ୍ପିଡର ଗିଅର ବକ୍ସ ମିଳିବ । ଯାହା ଜେନେରେଟ୍ କରିଥାଏ 118 ବିଏଚପି । ଭାରତରେ ଏବେ ଚାଲୁଥିବା ଆଇ20ରେ ସମାନ ଇଞ୍ଜିନ୍ ପ୍ରଦାନ କରିଥାଏ କମ୍ପାନୀ । କିନ୍ତୁ ନୂଆ ମ଼େଲରେ ଭିନ୍ନ ପ୍ରକାରେ ଇଞ୍ଜିନକୁ ଟ୍ୟୁନ୍ କରାଯାଇଛି । ଯେଉଁଥିରୁ ବାହାରିଥାଏ 120 ପିଏସର ପାଓ୍ୱାର ଏବଂ 172 ଏନଏମର ଟର୍କ୍ । ସବୁଠାରୁ ଖାସ୍ କଥା ହେଲା ଏଥିରେ ଥିବା ଏଡିଏଏସ୍ ଫିଚର୍ସ । ଯାହାର ଅର୍ଥ ହେଉଚି ଆଡଭାନ୍ସଡ୍ ଡ୍ରାଇଭିଂ ଆସିଷ୍ଟାଣ୍ଟ୍ ସିଷ୍ଟମ୍ । ଯାହା ପ୍ରଦାନ କରିଥାଏ ଅଧିକ ନିରାପତ୍ତା ଏବଂ ସୁରକ୍ଷା । ଏତିରେ ବ୍ଲାଇଣ୍ଡ୍ ସ୍ପଟ୍, ରିଅର୍ କ୍ରସ୍ ଟ୍ରାଫିକ୍ କୋଲାଇଜନ୍ ଭଳି ରହିଛି ଫିଚର୍ । ସେହିପରି ଫରଓ୍ୱାର୍ଡ କୋଲାଇଜ୍ ଭଳି ସୁବିଧା ମଧ୍ୟ ଗ୍ରାହକଙ୍କୁ ମିଳିବ । ମୋଟାମୋଟି ଭାବେ ଦେଖିଲେ ଏହା ଏକ ଆଡଭାନ୍ସ ଏବଂ ଟେକନିକରେ ଭରପୁର୍ କାର୍ । ତେବେ ଏହାକୁ ଖୁବ୍ ଶୀଘ୍ର ଭାରତୀୟ ବଜାରରେ କମ୍ପାନୀ ଲଞ୍ଚ୍ କରିପାରେ । ଯାହାର ଦାମ୍ 10 ଲକ୍ଷ ଟଙ୍କାରୁ ଆରମ୍ଭ ହେବ ଅନୁମାନ କରାଯାଉଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ