43.3 C
Odisha
Sunday, May 5, 2024
spot_img

ମରିଗଲା ମଣିଷ ଖିଆ କୁମ୍ଭୀର

ଦର୍ଶକବନ୍ଧୁ, ଆଉ ନାହିଁ ମଣିଷ ଖିଆ କୁମ୍ଭୀର । ହଁ ସେହି କୁମ୍ଭୀର, ଯିଏ ନେଇଛି ଦୁଇ ଦୁଇଟି ଜୀବନ । ରକ୍ତ ଭୋଜି କଲା ପରେ ଶେଷରେ ଶାସ୍ତି ପାଇଛି କୁମ୍ଭୀର । ଆଉ ପାଣିରେ ଭାସୁଛି ତା ମୃତଦେହ । କିଛି ସଏମିତି ଦେଖିବାକୁ ମିଳିଛି ବ୍ରାହ୍ମଣୀ ନଦୀରେ । ଆଜି ସକାଳୁ ଲୋକେ ଦେଖିଛନ୍ତି କୁମ୍ଭୀରର ଭାସମାନ ମୃତଦେହ ।

ଦର୍ଶକବନ୍ଧୁ, ଆପଣଙ୍କର ମନେ ଥିବା ବିରୂପା ନଦୀ କଥା । ଏଠାରେ ଜଣେ ମହିଳା ଗାଧୋଉଥିବା ବେଳେ ଆକ୍ରମଣ କରିଥିଲା ନରଭକ୍ଷୀ କୁମ୍ଭୀର । ମହିଳାଙ୍କ ପେଟକୁ ଧରି ପକାଇଥିଲା । ଲୋକେ ହୋ ହାଲା କରିବା ଆଗରୁ ପାଣି ଭିତରକୁ ଟାଣି ନେଇଥିଲା । ଖିନ୍ ଭିନ୍ କରିଦେଇଥିଲା ମହିଳାଙ୍କ ଶରୀରରୁ । ଯାହାର ଭିଡିଓ ଖୁବ୍ ଭାଇରାଲ ହୋଇଥିଲା । ଆପଣ ମଧ୍ୟ ଏହାକୁ ଦେଖିଥିବେ । କୁମ୍ଭୀରଟି ପ୍ରଥମେ ମହିଳାଙ୍କ ହାତକୁ ଛିଣ୍ଡାଇ ଦେଇଥିଲା । ଏହାପରେ ଶରୀରରୁ ମୁଣ୍ଡକୁ କରିଦେଇଥିଲା ଅଲଗା । ଶେଷରେ ଗୋଡକୁ ଚୋବାଇ ପକାଇଥିଲା ମଣିଷ ଖିଆ କୁମ୍ଭୀର । ଏହି ଛାତିଥରା ଦୃଶ୍ୟ କାହା ଆଖିରୁ ଏବେବି ଲିଭି ନାହିଁ । ଯାହାକୁ ନେଇ ଡରି ଯାଇଥିଲେ ରାଜ୍ୟ ସାରା ଲୋକ । ଏମିତିକି କୂଆ ପୋଖରୀ ପାଖକୁ ମଧ୍ୟ ଯାଉନଥିଲେ।

ତେବେ ବିରୂପା ନଦୀରେ ଘଟିଥିଲା ଏହି ଭୟଙ୍କର ଘଟଣା ।  ହେଲେ ବିରୂପା ପରେ ତାଲଚେର ଶିରିଗୁଡା ଦେଇ ପ୍ରବାହିତ ବ୍ରାହ୍ମଣୀରେ ମଣିଶ ଖିଆ କୁମ୍ଭୀରକୁ ଦେଖିଥିଲେ ଲୋକେ । ଯାହାକୁ ଦେଖି ଆତଙ୍କିତ ଅବସ୍ଥାରେ ରହିଥିଲେ ଆଖାପାଖର ବାସିନ୍ଦା । କଣ କରିବେ ବୁଝି ପାରୁ ନଥିଲେ । କାରଣ କୂମ୍ଭୀର ଏ କୂଳରୁ ସେ କୂଳ ଘୁରି ବୁଲୁଥିଲା । କେତେବେଳେ ପାଣି ଭିତରେ ରହୁଥିୱା, ଆଉ କେତେବେଳେ ପାଣି ଉପରେ ଭାସୁଥିବା ଦେଖିବାକୁ ମିଳୁଥିଲା । ଏତିକିରେ ଅଟକି ନଥିଲା କୁମ୍ଭୀରର ମାଂସଭୋଜି । ରାଜନଗର ଅଂଟଳରେ ଜଣେ ଗାଇ ଚରାଳିଙ୍କୁ ଟାଣି ନେଇଥିଲା କୁମ୍ଭୀର । ଆଉ ତାଙ୍କୁ ମଧ୍ୟ ଖାଇ ପକାଇଥିଲା । କହିବାକୁ ଗଲେ ସାରା ରାଜ୍ୟରେ ଆତଙ୍କ ଖେଳାଇଥିଲା ବିଶାଳ ମଗର ।

ସବୁଠାରୁ ବଡ କଥା ଥିଲା ଯେ, କୁମ୍ଭୀରକୁ କେବଳ ଦରକାର ଥିଲା ମଣିଶ ମାଂସ । ତା ପାଟିରେ ଲାଗିଯାଇତିଲା ମଣିଷ ମାଂସର ସୁଆଦ । ଏମିତିକି ଗାଇ ଗୋରୂ କିମ୍ବା ମାଛ ମଧ୍ୟ ସେ ଖାଉନତିଲା । କେଉଁ ନଦୀ ତୁଠରେ କୋଳାହାଳ ହେଲେ ସେ ସେଠାକୁ ଧାଇଁ ଯାଉଥିଲା । ଛପି ରହୁଥିଲା । ସୁଯୋଗ ଦେଖି ଆକ୍ରମଣ କରିବାକୁ ପଛାଉ ନଥିଲା ନରଭକ୍ଷୀ କୁମ୍ଭୀର । ଆଖି ପଲକ ପଡିବା ମାତ୍ରେ ପାଣି ଭିତରକୁ ଟାଣି ନେଉଥିଲା ମଣିଷଙ୍କୁ । ଯାହାକୁ କେବଳ ଦେଖୁଥିଲେ ଲୋକେ । ଉଦ୍ଧାର କରିବାକୁ କାହାରି ହେଲେ ପାଉନଥିଲା ସାହସ । କିନ୍ତୁ ପାପର ହୋଇଛି ଅନ୍ତ । ଆଉ ମରିଯାଇଛି କୁମ୍ଭୀର । ସକାଳେ ଲୋକେ ଦେଖିବାକୁ ପାଇଛନ୍ତି କୁମ୍ଭୀରର ମୃତଦେହ । ଯାହାର ଭିଡିଓ ହେଉଛି ବାଇରାଲ । ବ୍ରାହ୍ନଣୀ ନଦୀରେ କୁମ୍ଭୀରର ମଲା ଶରୀର ଭାସୁଥିବା ଦେଖିଛନ୍ତି ଲୋକେ । ଆଉ ଖୁସି ମଧ୍ୟ ହୋଇଛନ୍ତି । ଶେଷରେ ଭଗବାନ ନଇ କୂଳିଆ ଲୋକଙ୍କ ଦୁଃଖ ଶୁଣିଛନ୍ତି ବୋଲି କହୁଛନ୍ତି ସେମାନେ । ହେଲେ କୁମ୍ଭୀରର ମୃତ୍ୟୁ କିମେତି ହେଲା ତାକୁ ନେଇ ଏବେବି ଲାଗି ରହିଛି ସସପେନ୍ସ । କିଏ କହୁଛନ୍ତି ସ୍ବାଭାବିକ ମୃତ୍ୟୁ ହୋଇଛି । ଆଉ କିଏ କହୁଛନ୍ତି, ତାକୁ ନିପାତ କରିଛନ୍ତି ସ୍ବୟଂ ଜଗନ୍ନାଥ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ