43.3 C
Odisha
Sunday, May 5, 2024
spot_img

ଶବ ପାଖକୁ ଧାଇଁ ଆସିଲା ମାଙ୍କଡ, ଧରି ପକାଇଲା ହାତ, ଗଡାଇଲା ଲୁହ…ଦେଖନ୍ତୁ ଭିଡିଓ

ଜଗତସିଂହପୁର, 06|03: ସେ ପଶୁ । ହେଲେ କାନ୍ଦି ଉଠିଥିଲା ତା ହୃଦୟ । ରହିପାରିଲାନି ଦୂରରେ । ଶେଷ ଦର୍ଶନ ପାଇଁ ଧାଇଁ ଆସିଲା । ଘରେ କାନ୍ଦବୋବାଳି ପଡିବା ମାତ୍ରେ ତା ମନ ଖାଲି ଅଧିର ହେଲା । ଶେଷରେ ଆଉ ସମ୍ଭାଳି ନପାରି ଶବ ପାଖକୁ ଚାଲିଆସିଲା ଗୋଟିଏ ମାଙ୍କଡ । ଶବକୁ ଜାବୁଡି ଧରିଲା । ଯେମିତି ସେ ହରାଇଛି ନିଜର କାହାକୁ । କୋହ ବି କଲା । ଏମିତି କିଛି ଦେଖିବାକୁ ମିଳିଛି ଜଗତସିଂପୁରର ଏରସମା ଅଞ୍ଚଳରେ ।

ଦେଖନ୍ତୁ ଏହି ଦୃଶ୍ୟକୁ । କେମିତି ଶବ ପାଖରେ ବସିଛି ମାଙ୍କଡ । ପରିବାର ସଦସ୍ୟଙ୍କ ଭଳି ଶବରେ ହାତ ପକାଇଛି । ଯେମିତି ସେ ତା ନିଜ ସଦସ୍ୟଙ୍କ ହରାଇଛି । ଆଉ ତା ଆଖିରୁ ଝରୁଛି ଲୁହ । ସେ ବି ଜାଣିଛି ଶବ ପାଲଟି ଗଲେ ଆଉ ଫେରେନି କେହି । ତଥାପି ତା ମନ ମାନୁନି । କେତେବେଳେ ହାତ ତ କେତେବେଳେ ପାଦକୁ ଧରିଛି ସେ ।

ଶନିବାର ଏରସମା ନୂଆଗାଁ ଅଞ୍ଚଳରେ ଜଣେ ମହିଳା ପ୍ରାଣ ହରାଇଥିଲେ । ଯାହା ସାରା ଗାଁରେ ଆଣିଥିଲା ଶୋକାକୂଳ ପରିବେଶ । ପରିବାର ଓ ପରିଜନଙ୍କ କାନ୍ଦବୋବାଳିରେ ଫାଟି ପଡୁଥିଲା ଗାଁ ଦାଣ୍ଡ । ସମ୍ପର୍କୀୟମାନେ ଶବ ପାଖରେ କାନ୍ଦୁଥିବା ବେଳେ ଧାଇଁ ଆସିଥିଲା ମାଙ୍କଡଟି । ପ୍ରଥମେ ସେ ଶବକୁ ଧରି ପକାଇଥିଲା । ଯେମିତି ମହିଳାଙ୍କ ସହ ତାର ଦୀର୍ଘଦିନର ସମ୍ପର୍କ । ଆଉ ମହିଳାଙ୍କ ମୃତ୍ୟୁ ତା ପାଇଁ ମଧ୍ୟ ବଡ କ୍ଷତି । ଜମା ବି ଛାଡିନଥିଲା । ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସମସ୍ତେ । ଡରି ଯାଇଥିଲେ ସମ୍ପର୍କୀୟ । ହେଲେ ପରେ ତା ଆଚରଣ ସଭିଙ୍କୁ କରିଥିଲା ତାଜୁବ ।

କେବଳ ଶବ ପାଖରେ ବସି ନଥିଲା ସେ । ଶୋକାକୂଳ ପରିବେଶରେ ମଧ୍ୟ ନିଜକୁ ସାମିଲ କରିଥିଲା । ଲୁହ ବି ଗଡାଇଥିଲା । ଏହା ଦେଖି ଗାଁର ଶହଶହ ଲୋକେ ଏକାଠି ହୋଇଥିଲେ । ମାଙ୍କଡର ଆଚରଣ ଆଉ ମହିଳାଙ୍କ ପ୍ରତି ଭଲ ପାଇବା ଦେଖି ପ୍ରଶଂସା କରିଥିଲେ । ଆଉ କେହି କେହି ମାଙ୍କଡକୁ ଆଉଁଶି ମଧ୍ୟ ପକାଇଥିଲେ । ଆଉ କେହି ତା ମୁଣ୍ଡକୁ ଆଉଁଶି ଲୁହ ଗଡାଇଥିଲେ । ଘରୁ ଶବ ଗଲା ପରେ ବି ମାଙ୍କଡଟି ଦୁଆରେ ବସିଥିବା ଦେଖିବାକୁ ମିଳିଥିଲା ।

ଆଜିକା ସମୟରେ ରକ୍ତ ସମ୍ପର୍କକୁ ଭୁଲି ଯାଉଛନ୍ତି ଲୋକେ । ଶବ ପଡି ପଡି ପଚି ଯାଉଥିଲେ ବି ଅନାଉ ନାହାଁନ୍ତି । କେଉଁଠି ପୁଅ ବାପାର ଶବକୁ କାନ୍ଧେଇବାକୁ ମନା କରୁଛି । ତ ପୁଣି କେଉଁଠି ମାର ଶବକୁ ରାସ୍ତାରେ ଫିଙ୍ଗି ଦେଉଛନ୍ତି ସନ୍ତାନ । ଏହି ସମୟରେ ମାଙ୍କଡର ଏହି ଭଲ ପାଇବା ମିଛ ମଣିଶପଣିଆ ଉପରେ ଉଠାଇଛି ପ୍ରଶ୍ନ । ପଶୁ ହେଲେ ବି ତାର ଯେ ଗୋଟିଏ ହୃଦୟ ଅଛି ଆଉ ସେ ବି ଶେଷ ସମୟରେ ଠିଆ ହୋଇପାରେ ବୋଲି ଦେଇଛି ବଡ ଉଦାହରଣ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ