28.4 C
Odisha
Sunday, May 5, 2024
spot_img

ଓଡିଶାରେ ଅଛି ହୀରା ଖଣି, ଏହି ଜିଲ୍ଲାର ମାଟି ତଳେ ସବୁଠୁ ମୂଲ୍ୟବାନ ପଥର

ଓଡିଶାରେ ହୀରା ଖଣି । କଳିଙ୍ଗର ମାଟି ତଳେ ପୋତି ହୋଇ ରହିଛି ହୀରା । ବିଶ୍ୱର ସବୁଠୁ ଦୁର୍ଲଭ ପଥର ଅଛି ଆମ ରାଜ୍ୟରେ । ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗି ଥାଇପାରେ । ହେଲେ ରାଜ୍ୟରେ ଏମିତି ଏକ ଜିଲ୍ଲା ଅଛି, ଯେଉଁଠି ମିଳିଛି ହୀରା ଖଣିର ସନ୍ଧାନ ।

ସୁନାର ରାଜ୍ୟ ଓଡିଶା । ଅଧିକାଂଶ ଜାଗାରେ ମିଳେ ଲୁହା ପଥର, କୋଇଲା, କ୍ରୋମାଇଟ ଆଉ ଅଭ୍ର ଭଳି ଖଣି । ଏହାକୁ ଖନନ କରି କୋଟି କୋଟି ଟଙ୍କାର ରାଜସ୍ୱ ଆଦାୟ ହୁଏ । ବାହାର ଦେଶକୁ ରପ୍ତାନୀ ମଧ୍ୟ କରାଯାଏ । ଖାଲି କୋଇଲା କି ଲୁହା ପଥର ନୁହେଁ, ରାଜ୍ୟରେ ଅଛି ନବରତ୍ନ । ଅର୍ଥାତ ଦାମୀ ପଥର ମାଟି ତଳେ ପୋତି ହୋଇ ରହିଛି । ନିଜେ ରାଜ୍ୟ ସରକାର ବି ଏହା ମାନିଛନ୍ତି ।

ନିକଟରେ ଓଡିଶାର ତିନି ଜିଲ୍ଲାରେ ମିଳିଥିଲା ସୁନା ଖଣିର ସନ୍ଧାନ । ଦେବଗଡ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ଏହା ଠାବ ହୋଇଥିଲା । ଯାହାକୁ ଖନନ କରିବାକୁ ମଧ୍ୟ ଆରମ୍ଭ ହୋଇଯାଇଛି ପ୍ରକ୍ରିୟା । ତେବେ ଖାଲି ସୁନା ନୁହେଁ । ନୂଆପଡା ଜିଲ୍ଲାରେ ମିଳିଥିଲା ହୀରା ଖଣିର ସନ୍ଧାନ । ଜିଲ୍ଲାର କାଲମିବାଦର, ଭାରୁଆମୁଣ୍ଡା ଆଉ କାଠୀବାରୀ ଅଞ୍ଚଳରେ ଭୂତତ୍ତ୍ୱ ସଂସ୍ଥା ପାଇଥିଲା ହୀରାଥିବା ଲାଟେରାଇଟ୍ ପଥର ।

2007 ମସିହାରେ ଏନେଇ ପ୍ରଥମେ ଜମା ପଡିଥିଲା । ତତ୍କାଳୀନ ଖଣି ମନ୍ତ୍ରୀ ବିଧାନସଭାରେ ଦେଇଥିଲେ ଉତ୍ତର । ନୂଆପଡାର କାଲମିରେ ପ୍ରଥମ ଥର ହୀରା ଖଣି ମିଳିଥିବା ସେ କହିଥିଲେ । ଯାହା ପରେ ଜୋର୍ ଧରିଥିଲା  ଚର୍ଚ୍ଚା । ସେତେବେଳେ ଏହାକୁ ଖନନ ପାଇଁ ନାନା ଆଲୋଚନା ବି ହୋଇଥିଲା ।

କେବଳ ନୂଆପଡା ନୁହେଁ ପୂର୍ବରୁ ହୀରାକୁଦରେ ଥିଲା ହାରୀଖଣି । ନଦୀବନ୍ଧ ପୂର୍ବରୁ ସ୍ଥାନୀୟ ଲୋକେ ସଂଗ୍ରହ କରୁଥିଲେ ହୀରଖଣ୍ଡ । ଯାହାକୁ ବଜାରରେ କରାଯାଉଥିଲା ବିକ୍ରି । କୁହାଯାଏ 1766 ମସିହାରେ ରାଜା ଅଭୟ ସିଂ ଏଠାରୁ 16 କ୍ୟାରେଟର ହୀରା ପାଇଥିଲେ । ଏହାପରେ 1809ରେ ମରାଠା ମାନେ ପାଇଥିଲେ ଏକା ବିଶାଳ ହୀରା । ଯାହା ଥିଲା 200 କ୍ୟାରେଟରୁ ଅଧିକ । ସ୍ଥାନୀୟ ଆଦିବାସୀଙ୍କଠାରୁ ସେମାନେ ଏହା ନେଇଥିଲେ । ଇଂରେଜମାନେ ମଧ୍ୟ ବେଧଡକ ଭାବେ ହାସଲ କରିଥିଲେ ହୀରା ।

ଏପରି ଭାବେ ଉନବିଂଶ ଶତାବ୍ଦି ଯାଏଁ ଏଠାରୁ ଅତି ଶସ୍ତାରେ ଅନେକ ହାତେଇଛନ୍ତି ହୀରା । ଆଉ ଚଢା ଦରରେ ବଜାରରେ ବିକ୍ରି କରି ହୋଇଛନ୍ତି ମାଲାମାଲ । ଯଦି ଆଜିର ଦିନରେ ନୂଆପଡା ଆଉ ହୀରାଖଣ୍ଡରୁ ହୀରା ଖନନ କରାଯାଏ, ତାହାଲେ ଦେଶର ଧନୀ ରାଜ୍ୟ ପାଲଟିବ ଓଡିଶା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ