28.4 C
Odisha
Sunday, May 5, 2024
spot_img

ଝାଡଖଣ୍ଡରେ ନକ୍ସଲ-ଯବାନ ଏନକାଉଣ୍ଟର : ସହିଦ ହେଲେ ଓଡିଆ ଯବାନ

ନକ୍ସଲ ଆକ୍ରମଣରେ ସହିଦ ହେଲେ ଓଡିଆ ଯବାନ । ଝାଡଖଣ୍ଡରେ ଘଟିଥିବା ମାଓ ଆକ୍ରମଣରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ଆଖି ବୁଜିଛନ୍ତି ।ସହିଦ ଯବାନଙ୍କ ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳରେ ।

ସୂଚନା ଅନୁସାରେ, କୁମ୍ବିଂ ଅପରେସନରେ ଝାଡ଼ଖଣ୍ଡ ଚାଇବାସା ଯାଇଥିଲେ ସିଆରପିଏଫ ଯବାନ । ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ଭିତରେ ଗୁଳି ବିନିମୟ ହୋଇଥିଲା । ଏହି ସମୟରେ ଦୁଇ ଜଣ ଯବାନ ମାଓବାଦୀଙ୍କ ଗୁଳିରେ ଆହତ ହୋଇଥିଲେ । ତୁରନ୍ତ ଆହତ ଦୁଇ ଯବାନଙ୍କୁ ରାଞ୍ଚି ଏୟାରଲିଫ୍ଟ କରାଯାଇଥିଲା । ହସ୍ପିଟାଲରେ ପହଁଚିବା ପରେ ସୁଶାନ୍ତ ଖୁଣ୍ଟିଆଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଚିକିତ୍ସା ବେଳେ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିଲା । ଗୁଳିବିନିମୟ ବେଳେ ସୁଶାନ୍ତଙ୍କ ଛାତିରେ ଗୁଳି ଲାଗିଥିଲା । ଅନ୍ୟ ଜଣେ ଯବାନ ଗୁରୁତର ଅଛନ୍ତି ।

ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମୃତ୍ୟୁ ଖବର ମିଳିବା ପରେ ଆନନ୍ଦପୁର ଅଞ୍ଚଳରେ ଶୋକର ଲହର ଖେଳିଯାଇଛି। ସୁଶାନ୍ତଙ୍କ ପରିବାର ଉପରେ ଯେପରି ଦୁଃଖର କଳାବାଦଲ ଖେଳିଯାଇଛି। ୨୦୨୧ରେ ସୁଶାନ୍ତଙ୍କ ବାପାଙ୍କ ଦେହାନ୍ତ ହୋଇଥିବା ବେଳେ ୨ ଭାଇଙ୍କର ମଧ୍ୟ ମୃତ୍ୟୁ ଘଟିଛି। ସୁଶାନ୍ତଙ୍କ ବଡ଼ ଭାଇ ମଧ୍ୟ ସିଆରପିଏଫ୍ ଯବାନ ଥିଲେ। ୨ ବର୍ଷ ତଳେ ତାଙ୍କର ଦେହାନ୍ତ ହୋଇଥିଲା। ଆଉ ଜଣେ ଭାଇ ମଧ୍ୟ କ୍ୟାନସରରେ ମୃତ୍ୟୁବରଣ କରିଥିଲେ। ବାପା ଓ ୨ ଭାଇଙ୍କର ମୃତ୍ୟୁ ପରେ ସୁଶାନ୍ତଙ୍କ ପରିବାର ଲୋକ ପୈତୃକ ଘର ଛାଡ଼ି,ଆନନ୍ଦପୁରରେ ଏକ ଭଡ଼ା ଘରେ ରହିଥିଲେ। କିନ୍ତୁ କିଛି ଦିନ ହେବ ସୁଶାନ୍ତଙ୍କ ମା’ ଅସୁସ୍ଥ ହୋଇ ଭୁବନେଶ୍ୱରରେ ଚିକିତ୍ସାଧୀନ ଅଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ