43.3 C
Odisha
Sunday, May 5, 2024
spot_img

ଆଜେକ୍ସ ଯଦି ଝିଅ ହୋଇଥାନ୍ତେ..


ଡିଜେ ଆଜେକ୍ସ ଆତ୍ମହତ୍ୟା ମାମଲାରେ ସୋସିଆଲ ମିଡିଆରେ ଚାଲିଛି ଏକପ୍ରକାର ୱାର୍ । ୟୁଜର ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖୁଛନ୍ତି । ଯଦି ଗୋଟିଏ ଝିଅ ପ୍ରେମ ମାମଲାରେ ଧୋକା ଖାଇ କିମ୍ବା ଅନ୍ୟ କିଛି କାରଣ ପାଇଁ ଆତ୍ମହତ୍ୟା କରେ, ତେବେ ସଙ୍ଗେ ସଙ୍ଗେ ଝିଅର ପୁରୁଷ ବନ୍ଧୁଙ୍କୁ ଘୋଷାଡି ନିଏ ପୁଲିସ । ହାଜତରେ ରଖି ପଚରାଉଚରା କରେ । ହେଲେ ଏହି ସମାନ କଥା ଗୋଟିଏ ପୁଅ କେସ ରେ ଦେଖିବାକୁ ମିଳେନି । ଯଦି ଗୋଟିଏ ପୁଅ ପ୍ରେମ ପ୍ରସଙ୍ଗ ପାଇଁ ନିଜ ଜୀବନ ହାରୁଛି, ସେଠି ଧିମା ପଡି ଯାଉଚି ପୁଲିସ ର ତଦନ୍ତ । ପୁଅର ପ୍ରେମିକାକୁ ଗିରଫ କରି ଦଣ୍ଡ ଦେବା ତ ଦୂରର କଥା, ପଚରାଉଚୁରା ପାଇଁ ବି ପୁଲିସ ଇଚ୍ଛା ପ୍ରକାଶ କରୁନି । ଯେଉଁଥିପାଇଁ ସୋସିଆଲ ମିଡିଆ ୟୁଜର ଦାବି କହିଛନ୍ତି କି, ଯଦି ଝିଅଙ୍କ ପାଇଁ ମହିଳା କମିଶନ ଅଛି, ତେବେ ପୁରୁଷଙ୍କ ପାଇଁ ବି ପୁରୁଷ କମିଶନ ହେବା ଦରକାର । ଏ କେମିତିକା ଆଇନ ବ୍ୟବସ୍ଥା ବୋଲି ପ୍ରଶ୍ନ ଉଠୁଛି । ଆଉ କିଏ ଏହାକୁ ରାଜନୀତି ଦୃଷ୍ଟିଭଙ୍ଗି ଦେଇ କହିଛନ୍ତି, ଯଦି ଆଜେକ୍ସ ଗୋଟିଏ ଝିଅ ହୋଇଥାନ୍ତା, ତାହେଲେ ଏତେବେଳକୁ ବିରୋଧୀ ତା ଘର ଆଗରେ ଟେଣ୍ଟ ମାରି ବସିଥାନ୍ତେ । ପୁଅଟିଏ ବୋଲି ଏବେ ଯାଏଁ କୌଣସି ରାଜନୈତିକ ଦଳ ସ୍ୱର ଉଠାଇନାହାନ୍ତି । ଏଠି ସବୁବେଳେ ଝିଅଙ୍କୁ ପ୍ରଥମ ପ୍ରାଥମିକତା ଦିଆଯାଉଛି । ସବୁବେଳେ ଯେ ଗୋଟିଏ ଝିଅ ଠିକ୍ ହୋଇଥିବ ତାହା କହିହେବ ନାହିଁ । ଏମିତି କିଛି ଝିଅଙ୍କ ପାଇଁ ପୁଅମାନେ ବାପା ମାଙ୍କୁ ଭୁଲି ଯାଇ ଜୀବନ ହାରୁଛନ୍ତି । ତିଳେ ହେଲେ ଜନ୍ମକଲା ବାପାମା ଙ୍କ କଥା ଭାବୁ ନାହାନ୍ତି । ଆଇନ ଆଖିରେ ପ୍ରକୃତ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇପାରୁନି । କାରଣ ସେ ଝିଅଟିଏ ବୋଲି । କୋଉଠି ପଇସା ଦେଇ ହେଉ କି ରାଜନୈତିକ ଚାପ ପକାଇ ଘଟଣାକୁ ଚପାଇ ଦିଆଯାଉଛି । ଏ ସବୁ କୁ ଦେଖିଲେ ଗୋଟିଏ ପୁଅକୁ ବି ଉଚିତ୍ ନ୍ୟାୟ ମିଳିବା ଦରକାର । ଆଇନ ବ୍ୟବସ୍ଥା ସମସ୍ତଙ୍କ ପାଇଁ ସମାନ ଲାଗୁ ହେବା ଦରକାର । ମହିଳାଙ୍କ ପରି ପୁରୁଷ କମିଶନ ବି ହେବା ଦରକାର ବୋଲି ୟୁଜର କମେଣ୍ଟ କରିଛନ୍ତି । ତେବେ ଦର୍ଶକବନ୍ଧୁ ଏହି ଘଟଣାକୁ ନେଇ ଆସିଥିବା ବିଭିନ୍ନ ପ୍ରତିକ୍ରିୟା ଉପରେ ଆପଣଙ୍କ ମତ କଣ ନିହାତି ଆମକୁ କମେଣ୍ଟ ସେକ୍ସନରେ ଜଣାନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ