43.3 C
Odisha
Sunday, May 5, 2024
spot_img

ଭୁବନେଶ୍ୱରରେ କମିଲା ପେଟ୍ରୋଲ

ଦର୍ଶକବନ୍ଧୁ ଆପଣମାନେ ନିହାତି ଭାବେ ଗାଡି ବ୍ୟବହାର କରୁଥିବେ । ଦୈନନ୍ଦିନ ଜୀବନରେ ଯୁଆଡେ ବାହାରକୁ ବାହାରିଲେ ଗାଡି ବିନା କିଛି ସମ୍ଭବ ନୁହେଁ । ବ୍ୟସ୍ତ ଥିବା ବେଳେ କିମ୍ବା ବିଳମ୍ବ ହେଉଥିଲେ ଗାଡ଼ିରେ ଗଲେ ଆପଣ ଜଲଦି ପହଂଚିପାରିବେ । ହେଲେ ଅନ୍ୟପଟେ ଦିନକୁ ଦିନ ବଢୁଥିବା ତୈଳ ଦର ମୁଣ୍ଡ ବିନ୍ଧାର କାରଣ ସାଜୁଛି । ଗ୍ରାହକଙ୍କ ପକେଟ କୁ ଭାରି ବାଧୁଛି ।

ହେଲେ ବର୍ତମାନ ଗାଡି ଚାଳକଙ୍କ ପାଇଁ ରହିଛି ସାମାନ୍ୟ ଆଶ୍ଵସ୍ତିକର ଖବର । କାରଣ ତୈଳ ଦର ସାମାନ୍ୟ ହ୍ରାସ ହୋଇଥିବା ଜଣାପଡିଛି । ସେଥିପାଇଁ ଏବେ ଗାଡ଼ିରେ ତେଲ ପକାଇବା ପୂର୍ବରୁ ଜାଣି ନିଅନ୍ତୁ ଆଜି କେତେ ରହିଛି ତେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ସାମାନ୍ୟ କମି ୧୦୩ ଟଙ୍କା ୧୧ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୯୪ ଟଙ୍କା ୬୮ ପଇସା ରହିଛି। ଭୁବନେଶ୍ୱର କୁ ବାଦ ଦେଲେ ଦେଶର ପ୍ରମୁଖ ସହରରେ ବି ପେଟ୍ରୋଲ ଓ ଡିଜେଲ ଦରରେ କିଛି ପରିବର୍ତ୍ତନ ହୋଇ ହୋଇଛି । ଯାହାକୁ ଆପଣମାନେ ନିହାତି ଭାବେ ଜାଣିବା ଦରକାର ।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୬ ଟଙ୍କା ୭୨ ପଇସା ଓ ଡିଜେଲ ଦର ୮୯ ଟଙ୍କା ୬୨ ପଇସା ହୋଇଛି। ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୧୦୬ ଟଙ୍କା ୩୧ ପଇସା ହୋଇଥିବା ବେଳେ ଡିଜେଲ ଲିଟର ପିଛା ରହିଛି ୯୪ ଟଙ୍କା ୨୭ ପଇସା ।

ସମାନ ଭାବେ ଆମେ ଯଦି କୋଲକାତା କଥା କହିବା ତେବେ କୋଲକାତାରେ ପେଟ୍ରୋଲ ଦର ୧୦୬ ଟଙ୍କା ୦୩ ପଇସା ରହିଛି ଏବଂ ଡିଜେଲ ଦର ରହିଛି ୯୨ ଟଙ୍କା ୭୬ ପଇସା । ଚେନ୍ନାଇରେ ପେଟ୍ରୋଲ ଦର ୧୦୨ ଟଙ୍କା ୬୩ ପଇସା ଥିବା ବେଳେ ଡିଜେଲ ଦାମ ୯୪ ଟଙ୍କା ୩୩ ପଇସା ରହିଛି।

ତେବେ ଏସବୁ ଥିଲା କିଛି ପ୍ରମୁଖ ସହରରେ ଥିବା ଆଜିର ତୈଳ ଦାମ । ଆଉ ଏକ କଥା ମଧ୍ୟ ଆମେ ଜଣାଇ ରଖିବୁ କି , ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ ଏସ ଏମ ଏସ ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ନିଜ ସହରର କୋଡ୍ ଲେଖି ୯୨୨୪୯ ୯୨୨୪୯ ନମ୍ବରକୁ ପଠାଇବାକୁ ହେବ। କାରଣ ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇଓସିଏଲ ୱେବସାଇଟରୁ ମିଳିଯିବ।

କହିରଖିବୁ କି, ପ୍ରତ୍ୟେକ ଦିନ ସକାଳ ୬ଟାରେ ପେଟ୍ରୋଲ ଏବଂ ଡିଜେଲ୍ ଦାମରେ ପରିବର୍ତ୍ତନ ହୋଇଥାଏ। ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଡିଲର କମିଶନ ଏବଂ ଅନ୍ୟାନ୍ୟ ଜିନିଷ ଯୋଡିବା ପରେ ଏହାର ମୂଲ୍ୟ ପ୍ରାୟ ଦ୍ୱିଗୁଣିତ ହୁଏ। ଯାହାର ମୂଲ୍ୟ ଦେବାକୁ ପଡେ ଗ୍ରାହକଙ୍କୁ । ବୈଦେଶିକ ମୂଲ୍ୟ ସହିତ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ମୂଲ୍ୟ ଉପରେ ନିର୍ଭର କରି ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ପ୍ରତିଦିନ ବଦଳିଥାଏ। ବର୍ତମାନ ସମୟରେ ପେଟ୍ରୋଲ ଡିଜେଲ ଦର କମୁନି ପଛେ । କିନ୍ତୁ ବଢି ବଢି ଚାଲିଛି । ଯେଉଁଥିପାଇଁ ଅସନ୍ତୋଷ ପ୍ରକାଶ କରନ୍ତି ଗାଡି ଚାଳକ ।

ତେବେ ଦର୍ଶକବନ୍ଧୁ ଏହି ଖବର ଉପରେ ଆପଣଙ୍କ ମତାମତ କଣ ଆମ ସହ ନିଶ୍ଚୟ ସେୟାର କରନ୍ତୁ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ