26.6 C
Odisha
Saturday, May 18, 2024
spot_img

କୁମ୍ଭୀର ରୂପରେ ଭଗବାନ କରୁଛନ୍ତି ସଂହାର

ଦର୍ଶକବନ୍ଧୁ ବର୍ତମାନ ସବୁଦିନ କୁମ୍ଭୀରକୁ ନେଇ ଖବର ସାମ୍ନାକୁ ଆସୁଚି । କେତେକ ନଦୀରେ କୁମ୍ଭୀର ଲୋକଙ୍କୁ ଟାଣି ନେଇ ଯାଉଥିବା ବେଳେ ନିକଟରେ ଜମେ ମହିଳାଙ୍କୁ ଟାଣିନେଇ ଖାଇ ଯାଇଥିଲା । ଯାହାକୁ ନେଇ ସୃଷ୍ଟି ହୋଇଥିଲା ହଇଚଇ । ସେଥିପାଇଁ ନଦୀ କୂଳିଆ ଲୋକହ୍‌କୁ ନଦୀକୁ ନଯିବାକୁ ପରାମର୍ଶ ଦିଆଯାଇଛି । ହେଲେ ଏଠି ପ୍ରଶ୍ନ ଉଠୁଛି କୁମ୍ଭୀର ତ ଏବେ ପାଣିକୁ ଆସିନି । ଆଗରୁ ବି କୁମ୍ଭୀର ପାଣିରେ ଥିଲେ । ଲୋକେ ବି ନଦୀ କୂଳକୁ ଗୋଧାଇବାକୁ ହେଉ କି ଲୁଗା ସଫା କରିବାକୁ ଯାଉଥିଲେ । ହେଲେ ବର୍ତମାନ କାହିଁକି ଦିନକୁ ଦିନ ଏଭଳି ଘଟଣା ଘଟୁଚି । କାହିଁକି ଲୋକହ୍‌କୁ ଟାଣି ନେଇ ଝୁଣି ଝୁଣି ଖାଉଛି । ତେବେ ଏହି ଉପରେ ଅନେକ ଲୋକେ ଏମିତି କହୁଛନ୍ତି କି କୁମ୍ଭୀର ରୂପରେ ଭଗବାନ ଆସି ସଂହାର କରୁଛନ୍ତି । କାରଣ ନଦୀର ଦେବତା କୁଆଡେ କୁମ୍ଭୀର । ରିପୋର୍ଟ ହିସାବରେ, ସୋବେକ ନାଇଲ ନଦୀର ଦେବତା ଥିଲେ କୁମ୍ଭୀର । ମିଶ୍ରର ଲୋକ କୁମ୍ଭୀରର ଶକ୍ତି ଓ ଭୟର ସମ୍ମାନ କରୁଥିଲେ । ମଣିଷର ମମିଜ ସହ କୁମ୍ଭୀରଙ୍କର ବି ମମିଜ ସେତେବେଳେ ଉଦ୍ଧାର ହୋଇଥିଲା । ଏମିତି ଏହା କାହିଁକି ଏହା ପଛରେ ରହିଛି ବହୁତ ବଡ କାରଣ । ଇଜିପ୍ସନ ମିତୋଲୋଜୀରେ ଏମିତି କୁହାଯାଏ କି, ନାଇଲ ନଦୀର ଦେବତା ଥିଲା କୁମ୍ଭୀର । ଯାହାକୁ ସୋଭିକ ନାମରେ ଲୋକେ ପୂଜା କରୁଥିଲେ । ଅନେକଥର ସୋଭିକକୁ କୁମ୍ଭୀରଙ୍କର ଦେବତା ବୋଲି କୁହାଯାଉଥିଲା । ସୋଭିକର ଚେହେରା ହିଁ ନିଜ ଭିତରେ ଏକ ବଡ ରହସ୍ୟ । ଅନେକ ଲୋକେ ଏହାକୁ ଏକ ବିଶାଳ କୁମ୍ଭୀର ଭାବେ ଦେଖନ୍ତି । ଏମିତି ବି କୁହାଯାଏ କି, ବିଶ୍ୱରେ କୁମ୍ଭୀରଙ୍କର ଜନ୍ମ ଏହି ସୋଭିକ ଦ୍ୱାରା ହିଁ ହୋଇଥିଲା । ଆଉ ଇଏ ହିଁ କୁମ୍ଭୀରଙ୍କୁ ଏମିତି ଭୟଙ୍କର ରୂପ ଦେଇଥିଲେ । ଯାହାଦ୍ୱାରା ମଣିଷ କିମ୍ବା ଅନ୍ୟ ଜନ୍ତୁ ନଦୀଗୁଡିକର କ୍ଷତି କରିପାରିବେ ନାହିଁ ।
ଏକ କାହାଣୀ ଏମିତି ବି ରହିଛି କି, ଦିନେ ସୋବିକ ନଦୀ କୂଳରେ ବସିଥିଲା । ଏହି ସମୟରେ ତାକୁ ପାଣି ଭିତରେ ଚିକମିକ କଲାଭଳ ିକିଛି ଦୃଶ୍ୟମାନ ହୋଇଥିଲା । ସେହି ଦୃଶ୍ୟ ଏମିତି ଥିଲା କି, ସୋଭିକ ଭଇତରେ ଥିବା ପଶୁ ନିଜକୁ ଆଉ ନିୟନ୍ତ୍ରଣ କରିପାରିନଥିଲା । ଆଉ ସେ ସବୁ ଜୀବଙ୍କୁ ଖାଇଦେଲା । ପରେ ଜମାପଡିଥିଲା କି ସେହି ଜୀବଗୁଡିକ ଦ୍ୱିତୀୟ ଇଜିପ୍ଟ ଠାକୁରଙ୍କ ପୁଅ ଥିଲେ । ଦଣ୍ଡ ସ୍ୱରୂପ ସେହି ଠାକୁରଙ୍କ ସୋଭିକର ଜୀଭ କାଟିଦେଲେ । ଆଉ ଏହି କାରଣ ପାଇଁ କୁମ୍ଭୀରଙ୍କର ଜିଭ ନଥିବା ଅନେକ ଲୋକେ କୁହନ୍ତି । କିଛି ପୁରୁଣା ପୁସ୍ତକ ହିସାବରେ, ସୋଭିକକୁ କେବେ ବି ଦାନବ ବୋଲି କୁହାଯାଇନାହିଁ । ଏହାର ରୂପ ଭୟଙ୍କର ଥିଲେ ବି ଲୋକେ ଏହାକୁ ନିଜ ରକ୍ଷକ ଭାବେ ଦେଖୁଥିଲେ । ଯିଏ ସମୟ ସମୟରେ ଭୟଙ୍କର ରୂପ ନେଇପାରୁଥିଲା ଯଦି ପ୍ରକୃତି ସହିତ କିଛି ଖରାପ ହେଉଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ