29.6 C
Odisha
Saturday, May 18, 2024
spot_img

ଗାଈ-ବଳଦଙ୍କ କବଜାରେ ରାସ୍ତାଘାଟ, ଚିନ୍ତାରେ ମଳିପଡା-ଗୋଠପାଟଣା ବାସିନ୍ଦା

ଯୁଆଡେ ଚାହିଁଲେ ଖାଲି ଗାଇ ଏବଂ ଗୋରୁ । ରାସ୍ତା ଉପରେ ଶୋଇଛନ୍ତି ଶହଶହ ଗାଇ । ନା ଉଠୁଛନ୍ତି, ନା ସେମାନଙ୍କୁ ନେଉଛନ୍ତି ମାଲିକ । ଯାହାକୁ ନେଇ ଚିନ୍ତାରେ ମଳିପଡା ଏବଂ ଗୋଠପାଟଣା ବାସିନ୍ଦା ।

ଦେଖନ୍ତୁ ଏହି ଭିଜୁଆଲକୁ । ରାସ୍ତାରେ ଶୋଇ ରହିଛନ୍ତି ଶହଶହ ଗାଇ ଏବଂ ବଳଦ । ଏହା ଦିନେ କି ଦୁଇ ଦିନର କଥା ନୁହେଁ । ସବୁ ଦିନ ଦେଖିବାକୁ ମିଳୁଛି ଏମିତି ଦୃଶ୍ୟ । ସକାଳ ହେଲା ମାତ୍ରେ ରାସ୍ତାକୁ ଆସି ଯାଉଛନ୍ତି ଗାଇ । ଏମିତି ଦିନ ସାରା ପଡି ରହୁଛନ୍ତି । ଯାହା ଫଳରେ ପ୍ରଭାବିତ ହେଉଛି ଗାଡି ଚଳାଟଳ । କିଛି କିଛି ଗାଇ ଗାଡିର ହର୍ଣ୍ଣ ବାଜିଲେ ବି ଉଠୁ ନାହାଁନ୍ତି ।

ଏବେ ଦେଖନ୍ତୁ ଏହି ଭିଜୁଆଲକୁ । ରାସ୍ତାରେ ଶୋଇ ରହିଛନ୍ତି ଗାଇ । ହର୍ଣ୍ଣ ମାରିବାରୁ ଉଟୁ ନାହାଁନ୍ତି । ଫଳରେ ବାଧ୍ୟ ହୋଇ ଜଣେ କାର୍ ଚାଳକ ଗାଡିରୁ ଓହ୍ଲାଉଛନ୍ତି । ଆଉ ନିଜେ ଗାଇକୁ ସେଠାରୁ ହଟାଉଛନ୍ତି । ତେବେ ଏହି ପାଲଟିଗଲାଣି ନିତି ଦିନିଆ ଅଭ୍ୟାସ । ସବୁବେଳେ ଏମିତି ପରିସ୍ଥିତିର ସାମ୍ନା କରୁଛନ୍ତି ଅଂଚଳ ବାସୀ । ନା ସେମାନଙ୍କ କଥା କେହି ଶୁଣୁଛି, ନା ସେମାନଙ୍କ ଦୁଃଖ ଦୂର ହେଉଛି । 

ତେବେ ବିଏମସି ପକ୍ଷରୁ ଗାଈଗୋରୁ ମାଲିକମାନଙ୍କୁ କଡା ସନ୍ଦେଶ ଦିଆଯାଇଛି । ଯେଉଁ ମାନେ ରାସ୍ତାରେ ଗାଈ ଛାଡ଼ିବେ ସେମାନଙ୍କର ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ବିଏମସି । ସେହିପରି ମୋଟା ଅଙ୍କର ଫାଇନ ଆଦାୟ କରାଯିବା ନେଇ ନିୟମ ରହିଛି । ହେଲେ, ଏଠାରେ ଚିତ୍ର ପୁରା ଓଲଟା । ରାସ୍ତାରେ ଶହ ଶହ ଗାଈଗୋରୁ ବୁଲୁଛନ୍ତି, କିନ୍ତୁ କୌଣସି କାର୍ଯ୍ୟନୁଷ୍ଠାନ ନେଉନି ପ୍ରଶାସନ। ଯାହା ଦ୍ୱାରା ସବୁବେଳେ ରାସ୍ତା ଜାମ୍ ରହୁଛି ଓ ଜନସାଧାରଣ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ।

ଦର୍ଶଖବନ୍ଧୁ, ଆମେ କହି ରଖିବାକୁ ଚାହୁଁଚୁ,ଗୋଠପାଟଣା ହେଉଛି ରାଜଧାନୀର ଏକ ବ୍ୟସ୍ତ ବହୁଳ ଅଚଂଳ । ଏଠାରେ ତ୍ରିପଲ୍ ଆଇଟି, ନାଲକୋ ଅଫିସ, ବିର୍ଲା ଗ୍ଲୋବାଲ ୟୁନିଭେର୍ସିଟି, ଆଇଏମଆଇ ଭଳି ବିଶ୍ବବିଦ୍ୟାଳୟ ରହିଛି । ସେହିପରି, ସଫ୍ଟୱାରେ ପାର୍କ ଅଫ ଇଣ୍ଡିଆ, TIMES ଗୁରୁକୁଳ, SRIKISHNA INTERNATINAL ସ୍କୁଲ ଏବଂ ଚାଣକ୍ୟ ପବ୍ଲିକ ସ୍କୁଲ ରହିଛି । ସବୁଠାରୁ ବଡ କଥା ହେଲା ଯେ,  ରେଭିନ୍ୟୁ ଅଫିସରସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ସେଠାରେ ରହିଛି । ଯେଉଁଠାକୁ ପ୍ରତିଦିନ ଶହଶହ ସରକାରୀ ଅଧିକାରୀ ଗସ୍ତ କରୁଛନ୍ତି । ଭଳି ତଥାପି କେହି ଏଥି ପ୍ରତି ଦୃଷ୍ଟି ଦେଉନାହାନ୍ତି । ଖାସକରି ନୂଆଗାଁ ଛକ ଠାରୁ TIMES ଗୁରୁକୁଳ ପର୍ଯ୍ୟନ୍ତ ରାସ୍ତା ସଂକୀର୍ଣ୍ଣ ଅଛି । ଏହା ବାଦ ମଳିପଡ଼ା ଓ ଗୋଠପାଟଣାରେ ଗାଈ ମାଲିକମାନେ ଗାଈ ଗୋରୁଙ୍କୁ ଗୁହାଳରେ ନରଖି ରାସ୍ତାରେ ଛାଡି ଦେଉଛନ୍ତି । ଯେଉଁଥି ପାଇଁ ବହୁ ସମୟରେ ଦୃଘଟଣା ଘଟିବା ସହିତ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ୍ ରହୁଛି । ଏମିତିକି ଆମ୍ବୁଲାନ୍ସ ମଧ୍ୟ ଫସି ରହୁଛି । .. ଏଥିପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବା ସହ ନୂଆଗାଁ ଠାରୁ ଗୋଠପଟଣା ରାସ୍ତାର ପ୍ରଶସ୍ତିକରଣ ତୁରନ୍ତ କରିବା ପାଇଁ ଦାବି କରୁଛନ୍ତି ସାଧାରଣ ଲୋକେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ