ପେଟରେ ଛୁଆ ତଥାପି ଫିଲ୍ମ ସୁଟିଂ : କ୍ୟାମେରା ଆଗରେ କିଆରା କରୁଥଲେ ରୋମାନ୍ସ !

ମୁମ୍ବାଇ : ‘ଟକ୍ସିକ’ ପାଇଁ କିଆରାଙ୍କ ସମର୍ପଣକୁ ପ୍ରଶଂସା କଲେ ୟଶଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତା ୟଶଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଟକ୍ସିକ’କୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି। ଗୁରୁବାର ଫିଲ୍ମର ଆଲବମ୍ ଲଞ୍ଚ କାର୍ଯ୍ୟକ୍ରମରେ ୟଶ ଫିଲ୍ମର ଲିଡ୍ ଅଭିନେତ୍ରୀମାନଙ୍କୁ ନେଇ ନିଜ ଅନୁଭୂତି ବାଣ୍ଟିଥିଲେ।

ହୁମା କୁରେଶୀଙ୍କୁ ‘ଚ୍ୟାଲେଞ୍ଜିଂ’, ରୁକ୍ମିଣୀ ବସନ୍ତଙ୍କୁ ‘ଲମ୍ବା ରେସର ଘୋଡ଼ା’ ଏବଂ ତାରା ସୁତାରିଆଙ୍କୁ ‘ଚମତ୍କାର’ ବୋଲି କହିଥିବା ବେଳେ କିଆରା ଆଡଭାନୀଙ୍କୁ ବେଶ୍ ଉଚ୍ଚ ପ୍ରଶଂସା କରିଛନ୍ତି ୟଶ।କିଆରାଙ୍କ କାମ ପ୍ରତି ଥିବା ସମର୍ପଣ ତାଙ୍କୁ ବିଶେଷ ଭାବେ ପ୍ରଭାବିତ କରିଥିବା ୟଶ କହିଛନ୍ତି। ତାଙ୍କ ଅନୁସାରେ, ‘ଟକ୍ସିକ’ର ଭୂମିକା ଅତ୍ୟନ୍ତ ଚ୍ୟାଲେଞ୍ଜିଂ ଥିଲା ଏବଂ ସୁଟିଂ ପାଇଁ ଅନେକ କଠିନ ପରିଶ୍ରମର ଆବଶ୍ୟକତା ରହିଥିଲା। ଏପରି ପରିସ୍ଥିତିରେ କିଆରା ଯେଭଳି ଭାବେ ନିଜ କାମ ପ୍ରତି ପ୍ରତିବଦ୍ଧ ରହିଥିଲେ, ତାହା ୟଶଙ୍କୁ ଆଶ୍ଚର୍ଯ୍ୟ କରିଥିଲା।ୟଶ କହିଛନ୍ତି ଯେ, କିଆରା ଜଣେ ପ୍ରଫେସନାଲ୍ ଅଭିନେତ୍ରୀ।

ଫିଲ୍ମର ଭୂମିକାଟି ବେଶ୍ କଷ୍ଟକର ଥିବାରୁ ସେ ଆରମ୍ଭରୁ ଚିନ୍ତିତ ଥିଲେ। ଏପରିକି ବର୍ଷା ସିନ୍‌ରେ କାମ କରିବାର ପୂର୍ବ ଅଭିଜ୍ଞତା କିଆରାଙ୍କର ନଥିବା ଜାଣିବା ପରେ ମଧ୍ୟ ସେ କାମରୁ ପଛକୁ ହଟିନଥିଲେ। ବରଂ ସମ୍ପୂର୍ଣ୍ଣ ମନୋଯୋଗ ସହ ଫିଲ୍ମ ପାଇଁ କାମ କରିଥିଲେ।କିଆରାଙ୍କ ଗର୍ଭଧାରଣ ସମୟରେ ମଧ୍ୟ ସେ ଫିଲ୍ମର କାମ ପ୍ରତି ୧୦୦ ପ୍ରତିଶତ ପ୍ରତିବଦ୍ଧ ଥିବା ୟଶ କହିଛନ୍ତି। ସୁଟିଂ ସମୟରେ ନିର୍ଦ୍ଦେଶକ ଗୀତୁ ମୋହନଦାସ ଏବଂ ୟଶ ତାଙ୍କ ସୁରକ୍ଷାକୁ ନେଇ ବେଶ୍ ସଚେତନ ଥିଲେ। ସେଟ୍‌ରେ ତାଙ୍କର ଯତ୍ନ ନେବା ପାଇଁ ବାଉନ୍ସର ଓ ବଡିଗାର୍ଡଙ୍କ ଭଳି ତାଙ୍କ ପାଖରେ ରହୁଥିଲେ ବୋଲି ୟଶ କହିଛନ୍ତି। ଏହାସହ କିଆରାଙ୍କୁ ଧନ୍ୟବାଦ ଜଣାଇ ତାଙ୍କ ପରିଶ୍ରମ ଫିଲ୍ମକୁ ଆହୁରି ସ୍ୱତନ୍ତ୍ର କରିଥିବା କହିଛନ୍ତି।‘ଟକ୍ସିକ’ରେ କିଆରା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଫିଲ୍ମରେ ୟଶଙ୍କ ସହ ତାଙ୍କର କିଛି ଅନ୍ତରଙ୍ଗ ଦୃଶ୍ୟକୁ ନେଇ ମଧ୍ୟ ପୂର୍ବରୁ ଚର୍ଚ୍ଚା ହୋଇଥିଲା।

ଏହାକୁ ନେଇ କିଆରାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ୍ ମଧ୍ୟ କରାଯାଇଥିଲା। ତେବେ ଟ୍ରୋଲିଂକୁ ଗୁରୁତ୍ୱ ନଦେଇ ସେ ନିଜ କାମ ଉପରେ ଫୋକସ୍ ରଖିଥିଲେ।ସୂଚନା ଅନୁସାରେ, ‘ଟକ୍ସିକ’ର ସୁଟିଂ ସମୟରେ କିଆରା ଗର୍ଭବତୀ ଥିଲେ। ଡିସେମ୍ବର ୨୦୨୫ରେ ସେ ଏକଥା ପ୍ରକାଶ କରି କହିଥିଲେ ଯେ ଗର୍ଭାବସ୍ଥା ସମୟରେ ପ୍ରାୟ ସାତ ମାସ ଧରି ସେ କାମ କରିଥିଲେ। ଆରମ୍ଭରେ ତାଙ୍କ ଗର୍ଭଧାରଣ ବିଷୟରେ କେବଳ ନିର୍ଦ୍ଦେଶକ ଗୀତୁ ମୋହନଦାସ ଓ ପ୍ରଯୋଜକ ଜାଣିଥିଲେ। ଏପରିକି ଭାବପ୍ରବଣ ଓ ଚ୍ୟାଲେଞ୍ଜିଂ ସିନ୍ ସୁଟ୍ କରିବା ସମୟରେ ସେ ନିଜ ଗର୍ଭସ୍ଥ ଶିଶୁ ସହ କଥା ହେଉଥିବା ମଧ୍ୟ କହିଥିଲେ। ଆସନ୍ତା ଅଗଷ୍ଟ ୨୬ରେ ‘ଟକ୍ସିକ’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ