ଆଜି ସବୁଠୁ ଛୋଟ ଭାଷଣ ଦେଲେ ମୋଦୀ ! ଜଣା ପଡ଼ିଲା କାରଣ

ନୂଆଦିଲ୍ଲୀ: ୮୦ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥର ପ୍ରଧାନମନ୍ତ୍ରୀ ପ୍ରାୟ ୭୫ ମିନିଟ୍ ଧରି ଭାଷଣ ଦେଇଛନ୍ତି। ଗତ ଚାରି ବର୍ଷ ତୁଳନାରେ ଏହା ତାଙ୍କର ସବୁଠାରୁ ଛୋଟ ସ୍ୱାଧୀନତା ଦିବସ ଭାଷଣ। ଅନ୍ୟପକ୍ଷରେ, ୨୦୨୫ରେ ସେ ୧୦୩ ମିନିଟ୍ ଧରି ଭାଷଣ ଦେଇଥିଲେ, ଯାହା ତାଙ୍କର ସବୁଠାରୁ ଦୀର୍ଘତମ ସ୍ୱାଧୀନତା ଦିବସ ଭାଷଣ ଥିଲା।୨୦୧୪ରେ ଏନଡିଏ ସରକାର କ୍ଷମତାକୁ ଆସିବା ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀ ଲାଲକିଲ୍ଲାରୁ ଏପର୍ଯ୍ୟନ୍ତ ୧୩ ଥର ସ୍ୱାଧୀନତା ଦିବସ ଭାଷଣ ଦେଇଛନ୍ତି।

୨୦୧୪ରେ ତାଙ୍କ ଭାଷଣ ୬୫ ମିନିଟ୍, ୨୦୧୫ରେ ୮୮ ମିନିଟ୍, ୨୦୧୬ରେ ୯୬ ମିନିଟ୍, ୨୦୧୭ରେ ୫୬ ମିନିଟ୍, ୨୦୧୮ରେ ୮୩ ମିନିଟ୍, ୨୦୧୯ରେ ୯୨ ମିନିଟ୍, ୨୦୨୦ରେ ୯୦ ମିନିଟ୍, ୨୦୨୧ରେ ୮୮ ମିନିଟ୍, ୨୦୨୨ରେ ୭୪ ମିନିଟ୍, ୨୦୨୩ରେ ୯୦ ମିନିଟ୍, ୨୦୨୪ରେ ୯୮ ମିନିଟ୍ ଏବଂ ୨୦୨୫ରେ ୧୦୩ ମିନିଟ୍ ଥିଲା। ୨୦୨୬ରେ ଏହା ୭୫ ମିନିଟ୍ ରହିଛି।ଏଥର ପ୍ରଧାନମନ୍ତ୍ରୀଙ୍କ ଭାଷଣରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), ସେମିକଣ୍ଡକ୍ଟର, ନକ୍ସଲବାଦ, MSME, କନ୍ସର୍ଟ ଇକୋନୋମି, ଉଚ୍ଚଶିକ୍ଷା ଏବଂ କୋଚିଂ କ୍ଲାସ୍ ସମେତ ଅନେକ ପ୍ରସଙ୍ଗ ସ୍ଥାନ ପାଇଥିଲା।

ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ଅନଲାଇନ୍ କୋଚିଂ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। କୋଚିଂ ଫି ଗରିବ ଓ ମଧ୍ୟବିତ୍ତ ପରିବାର ଉପରେ ବୋଝ ହୋଇଥିବା ଦର୍ଶାଇ ବିଭିନ୍ନ ପରୀକ୍ଷା ପାଇଁ ମାଗଣା ଅନଲାଇନ୍ କୋଚିଂ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି।ସେହିପରି ଆସନ୍ତା ଏକ ବର୍ଷ ମଧ୍ୟରେ ଦେଶର ଏକ କୋଟି ଯୁବକଙ୍କୁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କୌଶଳରେ ପ୍ରଶିକ୍ଷଣ ଦେବାକୁ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ