ଆତ୍ମହତ୍ୟା କଲେ ପୂର୍ବତନ ଉପ ବାଚସ୍ପତି…ଝୁଲନ୍ତା ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା: ପଶ୍ଚିମବଙ୍ଗ ରାଜନୀତିରେ ଦେଖାଦେଇଛି ବଡ଼ ହଲଚଲ। ଟିଏମସିର ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ବିଧାନସଭାର ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ମୃତଦେହ ରାମପୁରହାଟରେ ଥିବା ତାଙ୍କ ପାର୍ଟି କାର୍ଯ୍ୟାଳୟରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ପ୍ରାଥମିକ ଭାବେ ଏହାକୁ ଆତ୍ମହତ୍ୟା ବୋଲି କୁହାଯାଉଥିଲେ ମଧ୍ୟ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ।
ରାମପୁରହାଟ ପୌରାଞ୍ଚଳର ୱାର୍ଡ ନମ୍ବର ୫ ଅନ୍ତର୍ଗତ ହତାତଲାପଡ଼ାରେ ତାଙ୍କ ବାସଭବନ ନିକଟରେ ଥିବା ପାର୍ଟି ଅଫିସରେ ଘଟଣାଟି ଘଟିଥିବା ଜଣାପଡ଼ିଛି। ଖବର ପ୍ରଚାର ହେବା ପରେ ଟିଏମସି କର୍ମୀ ଓ ସ୍ଥାନୀୟ ଲୋକଙ୍କ ଭିଡ଼ ସେଠାରେ ଜମା ହୋଇଥିଲା।
ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାସ୍ଥଳରୁ ବିଭିନ୍ନ ପ୍ରମାଣ ମଧ୍ୟ ସଂଗ୍ରହ କରାଯାଉଛି। ମୃତ୍ୟୁର ସଠିକ୍ କାରଣ ପୋଷ୍ଟମର୍ଟମ ରିପୋର୍ଟ ଓ ପୁଲିସ ତଦନ୍ତ ପରେ ଜଣାପଡ଼ିବ।
ଏହି ଘଟଣାକୁ ଆହୁରି ରହସ୍ୟମୟ କରିଛି ପାର୍ଟି କାର୍ଯ୍ୟାଳୟରୁ ମିଳିଥିବା କଥିତ ‘ସୁଇସାଇଡ୍ ନୋଟ୍’। ନୋଟ୍‌ରେ କ’ଣ ଲେଖାଯାଇଛି ଏବଂ ଏହା ଆଶିଷ ବାନାର୍ଜୀଙ୍କ ନିଜ ହାତଲେଖା କି ନୁହେଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଆଶିଷ ବାନାର୍ଜୀ ପଶ୍ଚିମବଙ୍ଗ ରାଜନୀତିର ଜଣେ ପରିଚିତ ନେତା ଥିଲେ। ସେ ରାମପୁରହାଟ ବିଧାନସଭା ଆସନରୁ ପାଞ୍ଚ ଥର ବିଧାୟକ ହୋଇଥିଲେ। ଏହାଛଡ଼ା ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ସ୍କୁଲ ଶିକ୍ଷା, କୃଷି ଓ ଆୟୁଷ ଭଳି ବିଭାଗର ଦାୟିତ୍ୱ ମଧ୍ୟ ସମ୍ଭାଳିଥିଲେ। ପରବର୍ତ୍ତୀ ସମୟରେ ସେ ବିଧାନସଭାର ଉପବାଚସ୍ପତି ପଦରେ ମଧ୍ୟ ରହିଥିଲେ।
୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମଧ୍ୟ ସେ ରାମପୁରହାଟ ଆସନରୁ ଟିଏମସି ପ୍ରାର୍ଥୀ ଭାବେ ମଇଦାନକୁ ଓହ୍ଲାଇଥିଲେ। ତେବେ ବିଜେପି ପ୍ରାର୍ଥୀ ଧ୍ରୁବ ସାହାଙ୍କ ସହ ମୁକାବିଲାରେ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ନିର୍ବାଚନ ପରେ ମଧ୍ୟ ସେ ନିଜ ଅଞ୍ଚଳରେ ସକ୍ରିୟ ରହିବା ସହ ଦଳୀୟ କର୍ମୀଙ୍କ ସହ ଯୋଗାଯୋଗରେ ଥିଲେ।
ତାଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ପରେ ରାମପୁରହାଟ ସମେତ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଟିଏମସି କର୍ମୀ, ସମର୍ଥକ ଓ ସ୍ଥାନୀୟ ଲୋକେ ତାଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ