ବାତ୍ୟା ସହ ସୂ ସୂ ଗର୍ଜନ କରି ଆସିବ ବର୍ଷା : ଭାସିବ ଓଡ଼ିଶାର ଏହି ସବୁ ଜିଲ୍ଲା, ରୁହନ୍ତୁ ସତର୍କ

ଭୁବନେଶ୍ୱର, ୨୪।୧୦: ବାତ୍ୟା ସିଧାସଳଖ ଓଡ଼ିଶା ଉପକୂଳରେ ମାଡ଼ ହେଉ କି ନ ହେଉ, ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଓ ପବନର ଆଶଙ୍କା ରହିଛି। ଅକ୍ଟୋବର ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଣିପାଗର ଗମ୍ଭୀର ସ୍ଥିତି ସୃଷ୍ଟି ହୋଇପାରେ। କେତେକ ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ବଢ଼ିବାର ଆଶଙ୍କା ରହିଛି।

ଭାରତୀୟ ପାଣିପାଗ ବିଭାଗ (IMD)ର ପୂର୍ବାନୁମାନ ଅନୁଯାୟୀ, ଅକ୍ଟୋବର ୨୬ରୁ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇପାରେ। ୨୭ ଓ ୨୮ ତାରିଖରେ ବର୍ଷାର ପ୍ରକୋପ ବଢ଼ିବା ସମ୍ଭାବନା ରହିଛି। କେତେକ ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇପାରେ। ୨୯ ତାରିଖରେ ମଧ୍ୟ ଲଗାଣ ବର୍ଷା ଜାରି ରହିପାରେ।

ଆନ୍ଧ୍ର ଉପକୂଳରେ ମାଡ଼ ହୋଇ ଓଡ଼ିଶା ମୁହାଁଇପାରେ ବାତ୍ୟା!

ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନୀଭୂତ ହୋଇ ଏକ ଅତି ଭୀଷଣ ବାତ୍ୟାର ରୂପ ନେଇପାରେ ବୋଲି ଆକଳନ କରାଯାଉଛି। ପୂର୍ବାନୁମାନ ଅନୁସାରେ, ଅକ୍ଟୋବର ୨୮ ତାରିଖ ସକାଳ କିମ୍ବା ଦିନବେଳା ଏହା ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁପାରେ। ଏହା ପରେ ବାତ୍ୟାର ଗତିପଥ ବଦଳି ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳ ଦେଇ ଉତ୍ତର ଦିଗକୁ ଗତି କରିବାର ସମ୍ଭାବନା ରହିଛି।
ଏହାର ପ୍ରଭାବରେ ଉପକୂଳ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ଓ ପବନର ପ୍ରଭାବ ଅଧିକ ରହିପାରେ। ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ପବନର ବେଗ ୧୦୦ କିଲୋମିଟରରୁ ଅଧିକ ହେବାର ଆଶଙ୍କା ରହିଛି। ପାରାଦୀପ ସମେତ ଉପକୂଳ ଅଞ୍ଚଳରେ ମଧ୍ୟ ପବନର ବେଗ ବଢ଼ିପାରେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ