ଯାଜପୁରରେ ବନ୍ୟା ସ୍ଥିତି ଗମ୍ଭୀର: ୪ ବ୍ଲକ୍ ପ୍ରଭାବିତ, ୭୫ ଗ୍ରାମ ଜଳବନ୍ଦୀ

ଯାଜପୁର: ବ୍ରାହ୍ମଣୀ ଓ ବୈତରଣୀ ନଦୀରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଆସିଛି। ଅଖୁଆପଦାରେ ଜଳସ୍ତର ସକାଳେ ୨୦.୪୫ ମିଟରରେ ପହଞ୍ଚି ବିପଦ ସଙ୍କେତଠାରୁ ପ୍ରାୟ ଦେଢ଼ ମିଟର ଉପରେ ରହିଥିଲା। ପରେ ଜଳସ୍ତର ସାମାନ୍ୟ କମିଥିଲେ ମଧ୍ୟ ଦଶରଥପୁର ସମେତ ୪ଟି ବ୍ଲକ୍‌ର ୨୪ଟି ପଞ୍ଚାୟତ ଓ ପ୍ରାୟ ୭୫ଟି ଗ୍ରାମ ଜଳବନ୍ଦୀ ହୋଇଛି। ପ୍ରାୟ ୧୫ ହଜାରରୁ ୨୦ ହଜାର ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି।
କେତେକ ସ୍ଥାନରେ ନଦୀବନ୍ଧ ଉପରେ ପାଣି ପ୍ରବାହିତ ହେଉଥିଲେ ମଧ୍ୟ କୌଣସି ବନ୍ଧରେ ଘାଇ ସୃଷ୍ଟି ହୋଇନାହିଁ। ପ୍ରଶାସନ ପକ୍ଷରୁ ପ୍ରଭାବିତ ଲୋକଙ୍କୁ ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଚିକିତ୍ସା ସେବା ଓ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ନଦୀବନ୍ଧ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ପରିସ୍ଥିତିର ତଦାରଖ କରୁଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ