ମୁମ୍ବାଇ: ବଲିଉଡ୍ରୁ ଆସିଲା ଏକ ବଡ଼ ଏବଂ ରୋମାଞ୍ଚକର ଖବର। ୟୁଟ୍ୟୁବ୍ ଏବଂ ରିଆଲିଟି ଶୋ’ରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ଲୋକପ୍ରିୟ କ୍ରିଏଟର୍ ଏଲଭିଶ୍ ଯାଦବ । ଡାଇରେକ୍ଟର୍ ରେମୋ ଡିସୁଜାଙ୍କ ନିର୍ଦ୍ଦେଶନାରେ ଏକ ନୂଆ ଆକ୍ସନ୍ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି। ଏହି ଫିଲ୍ମରେ ଆକ୍ସନ୍ କିଙ୍ଗ୍ ଟାଇଗର ଶ୍ରଫ୍ଙ୍କ ସହିତ ସ୍କ୍ରିନ ସେୟାର କରିବେ ଏଲଭିଶ୍ ଯାଦବ।
ଫିଲ୍ମର କାଷ୍ଟିଂକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି। ଟାଇଗରଙ୍କ ସହ ଏହି ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ନୁସରତ ଭରୁଚା ଏବଂ ପଶ୍ମିନା ରୋଶନ୍ (ଋତିକ ରୋଶନ୍ଙ୍କ ଭଉଣୀ) ଅଭିନୟ କରୁଛନ୍ତି। ଏହାକୁ ବିକ୍କି ଜୈନଙ୍କ ନୂତନ ପ୍ରଡକ୍ସନ୍ ହାଉସ୍ ‘ଭିଜେ ଫ୍ରେମ୍ସ’ ଦ୍ୱାରା ପ୍ରଯୋଜନା କରାଯାଉଛି।
ଫିଲ୍ମର ସୁଟିଂ ଆରମ୍ଭ ହେବା ପରେ ପ୍ରଶଂସକଙ୍କ ମଧ୍ୟରେ ଏକାଠି ଏତେଗୁଡ଼ିଏ ନୂଆ ଚେହେରାକୁ ଦେଖିବାକୁ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି।

