ଶ୍ରାବଣ ମାସ ଆରମ୍ଭ : ଏହି ୫ ରାଶି ଉପରେ ରହିବ ଶିବଙ୍କ କୃପା

ଭୁବନେଶ୍ୱର: ମାସ ଭିତରେ ସବୁଠାରୁ ପୂଣ୍ୟର ମାସ ହେଉଛି କାର୍ତ୍ତିକ ଏବଂ ଶ୍ରାବଣ । ଏହି ଦୁଇଟି ମାସରୁ ଶ୍ରାବଣ ମାସ ହେଉଛି ଦେବାଧିଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ । ଚଳିତ ବର୍ଷ ଜୁଲାଇ ୩୦ ରୁ ଆରମ୍ଭ ହୋଇ ଅଗଷ୍ଟ ୨୮ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପବିତ୍ର ମାସରେ ମହାଦେବଙ୍କ ବିଶେଷ ଆଶୀର୍ବାଦ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ, ଶ୍ରାବଣ ମାସରେ ଗ୍ରହ ଓ ନକ୍ଷତ୍ରମାନଙ୍କର ଏପରି ଶୁଭ ଯୋଗ ସୃଷ୍ଟି ହେଉଛି ଯାହା ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳାଇ ଦେବ । କ୍ୟାରିୟର, ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ରରେ ଏହି ରାଶିର ଲୋକମାନଙ୍କୁ ଅପାର ସଫଳତା ପ୍ରାପ୍ତ ହେବ । ତେବେ ଏହି ସୌଭାଗ୍ୟଶାଳୀ ରାଶିଗୁଡ଼ିକ କ’ଣ କ’ଣ ଆସନ୍ତୁ ଜାଣିବା ।

ମେଷ :
ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଶ୍ରାବଣ ମାସ ନୂଆ ଆଶା ଓ ସଫଳତା ନେଇ ଆସିବ। ଦୀର୍ଘ ଦିନରୁ ହୋଇପାରୁନଥିବା କାମରେ ହଠାତ୍‌ ଗତି ଆସିବ ଏବଂ କର୍ମକ୍ଷେତ୍ରରେ ପଦୋନ୍ନତି ସହ ନୂଆ ଦାୟିତ୍ୱ ମିଳିବ।

ବୃଷ :
ବୃଷ ରାଶି ଜାତକର ବ୍ୟକ୍ତିବିଶେଷମାନଙ୍କ ପାଇଁ ଏହି ସମୟ ଆର୍ଥିକ ଉନ୍ନତି ଓ ମାନସିକ ଶାନ୍ତି ଆଣିଦେବ । ଫସି ରହିଥିବା ଟଙ୍କା ଫେରିପାଇବା ସହ ଚାକିରିରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ମିଳିବ । ଏହି ସମୟରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭଫଳଦାୟୀ ହେବ।

ସିଂହ :
ଏହି ସମୟରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଜାତକର ଆତ୍ମବିଶ୍ୱାସ ଓ ପରାକ୍ରମ ବୃଦ୍ଧି ପାଇବ । କ୍ୟାରିୟରରେ ନୂଆ ନୂଆ ସୁଯୋଗ ମିଳିବ ଏବଂ ବ୍ୟବସାୟର ସମ୍ପ୍ରସାରଣ ହେବ ।

କର୍କଟ :
ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଆଧ୍ୟାତ୍ମିକ ଓ ପାରିବାରିକ ସୁଖ ମିଳିବ; ପୁରୁଣା ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସମ୍ପର୍କରେ ମଧୁରତା ଆସିବ ।

ମକର :
ମକର ରାଶିର ଜାତକମାନଙ୍କ ପାଇଁ ମଧ୍ୟ ଶ୍ରାବଣ ମାସ ବରଦାନ ସଦୃଶ ହେବ। କର୍ମକ୍ଷେତ୍ରର ପ୍ରତିଯୋଗିତା ଓ ଋଣ ଭାରରୁ ମୁକ୍ତି ମିଳିବା ସହ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ ହେବ। ଶିବଲିଙ୍ଗରେ କଳା ଖସା ଓ ଜଳ ଅର୍ପଣ କରିବା ଦ୍ୱାରା ଶୁଭଫଳ ବୃଦ୍ଧି ପାଇବ ।ଯଦି ଆପଣଙ୍କର ମଧ୍ୟ ଏହି ୫ଟି ରାଶି ମଧ୍ୟରୁ କୌଣସି ଗୋଟିଏ ରାଶି, ତେବେ ଏହି ପବିତ୍ର ମାସରେ ମହାଦେବଙ୍କ ଆରାଧନା କରି ନିଜ ଭାଗ୍ୟକୁ ଆହୁରି ମଜବୁତ୍‌ କରନ୍ତୁ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ