41.9 C
Odisha
Wednesday, April 22, 2026

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ ଖବର

ଦର୍ଶକବନ୍ଧୁ, ଆମ ଭାରତରେ ଅନେକ ଲୋକେ ଯୁଆଡେ ବି ଗଲେ ଟ୍ରେନ ଯୋଗେଁ ଯିବାକୁ ପସନ୍ଦ କରନ୍ତି । କାରଣ ଟ୍ରେନ ଯାତ୍ରା ସମସ୍ତଙ୍କୁ ସୁହାଇଥାଏ । ହେଲେ ଏବେ ସମସ୍ତ ରେଳଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । ତାହା ହେଲା ଏଣିକି ରିଜର୍ଭ କୋଚ ହେବ ଜେନେରାଲ ବଗି। ଏ ସମ୍ପର୍କରେ ରେଳବାଇ ପକ୍ଷରୁ ନିଆଯାଇଛି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ରେଳ ମନ୍ତ୍ରଣାଳୟ ଏପରି ଟ୍ରେନ ଚିହ୍ନଟ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯାହାର ରିଜର୍ଭ ସ୍ଲିପର କୋଚ ଯୋଗେ କମ୍ ଯାତ୍ରୀ ଯାତ୍ରା କରୁଛନ୍ତି। ଯାହା ଦ୍ୱାରା ଏପରି କୋଚ ଅଣ ସଂରକ୍ଷିତ କୋଚ ଭାବରେ ପରିଣତ କରାଯାଇ ପାରିବ। ପରେ ସେହି କୋଚ ସାଧାରଣ କୋଚ ଭାବେରେ ବଦଳା ଯାଇପାରିବ। ଯାହା ସାଧାରଣ କୋଚ ମଧ୍ୟରେ ହେଉଥିବା ଭିଡ଼କୁ ହ୍ରାସ କରାଯାଇ ପାରିବ।

ଖବର ଅନୁଯାୟୀ ଗତ ୨୧ ଅଗଷ୍ଟରେ ଏକ ଆଭ୍ୟନ୍ତରୀଣ ଯୋଗାଯୋଗ କରାଯାଇଥିଲା। ଯାହା ଅନୁଯାୟୀ ରେଲୱେ ବୋର୍ଡ ଜେନେରାଲ୍ ସ୍ଲିପର୍ କ୍ଲାସ୍ କୋଚ୍ ଅଣ ସଂରକ୍ଷିତ କୋଚ ରୂପରେ ପରିଣତ କରିବାକୁ ନିର୍ଦ୍ଦେଶ ଦେଇଛି। ବିଶେଷକରି ସେହି ଟ୍ରେନ୍ ଯେଉଁଥିରେ ଦିନ ସମୟରେ ବହୁତ କମ୍ ସିଟ୍ କିମ୍ବା ଚାହିଦା ବହୁତ କମ୍ ରହୁଛି।

ଆଭ୍ୟନ୍ତରୀଣ ଯୋଗାଯୋଗରେ କ’ଣ କୁହାଯାଇଥିଲା?
ଆଭ୍ୟନ୍ତରୀଣ ଯୋଗାଯୋଗରେ କୁହାଯାଇ ଏହି ନିର୍ଦ୍ଦେଶ ଦିଆଯାଇଛି ଯେ ସେହି ଟ୍ରେନ୍ କିମ୍ବା ବିଭାଗକୁ ଚିହ୍ନଟ କରାଯାଉ ଯେଉଁଠାରେ ସିଟ୍ ଦଖଲ ବହୁତ କମ୍ ରହୁଛି। ଦୟାକରି ସେହି ଟ୍ରେନ ଚିହ୍ନଟ କରାଯାଉ ଯେଉଁଠି ରିଜର୍ଭ ସ୍ଲିପର କ୍ଲାସ , ଅନ ରିଜର୍ଭ ସ୍ଲିପର କ୍ଲାସ ଭାବରେ ରୂପାନ୍ତର କରିବାକୁ ପରାମର୍ଶ ଦିଆ ଯାଇପାରିବ। ଯାହା ଦ୍ୱାରା ରେଳବାଇ ଅତିରିକ୍ତ ରାଜସ୍ୱ ସଂଗ୍ରହ କରିପାରିବ। ଯାହାର ଲାଭ ସ୍ଥାନୀୟ କିମ୍ବା ଦୈନିକ ଯାତ୍ରୀଙ୍କୁ ମିଳିପାରିବ। ଏହି ପ୍ରସଙ୍ଗରେ ତୁରନ୍ତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକତା ରହିଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ଜଣେ ରେଳବାଇ ଅଧିକାରୀ କହିଛନ୍ତି ଯେ ଅଣ ସଂରକ୍ଷତି ବଗି ମଧ୍ୟରେ ଭିଡ଼ ହେବାର ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। କାରଣ ଟ୍ରେନ୍ ଛାଡିବା ପର‌୍ୟ୍ୟନ୍ତ ସାଧାରଣ ବଗି ଯାତ୍ରୀଙ୍କୁ ଟିକେଟ୍ ଦିଆଯାଇଥାଏ। ଟିକେଟ ଯାତ୍ରୀଙ୍କୁ ସେ ପର‌୍ୟ୍ୟନ୍ତ ଦିଆଯାଇଥାଏ ଯେ ପର‌୍ୟ୍ୟନ୍ତ ଟ୍ରେନ ଷ୍ଟେସନ ଛାଡ଼ି ନଥାଏ। ଏହି ଟ୍ରେନ ଯେଉଁ ମାର୍ଗରେ ଚଳାଚଳ କରିଥାଏ ସେଠାରେ ଟ୍ରେନ ସେହି ଷ୍ଟେସନ ବିନା କୌଣସି ସମୟ ଅବଧି ଯାଏଁ ଅଟକି ରହିଥାଏ। ଯେଉଁଠାରେ ଏହାର ରହଣୀସ୍ଥଳ ରହିଛି।
ପ୍ରଥମ ଶ୍ରେଣୀ ଏସି କୋଚ ମଧ୍ୟରେ ୧୮-୨୪ ବର୍ଥ ରହିପାରେ। ଯାହା ପାରମ୍ପାରିକ ଆଇସିଏଫ୍ କିମ୍ବା ନୂତନ ଏଲଏଚବି କୋଚ୍ ଉପରେ ନିର୍ଭର କରିଥାଏ। ସେହିପରି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍ ମଧ୍ୟରେ ୪୮-୫୪ ବର୍ଥ ରହିପାରେ ଏବଂ ତୃତୀୟ ଶ୍ରେଣୀ ଏସି କୋଚ ମଧ୍ୟରେ ୬୪-୭୨ ବର୍ଥ ରହିପାରେ। ଅନ୍ୟପଟେ ସ୍ଲିପର କୋଚ ମଧ୍ୟରେ ୭୨-୮୦ ବର୍ଥ ରହିପାରେ। ଯେତେବେଳେ ଏକ ଅଣ ସଂରକ୍ଷିତ କୋଚ୍ ମଧ୍ୟରେ ୯୦ ଜଣ ଯାତ୍ରୀ ରହିପାରିବେ। ହେଲେ ସାଧାରଣତଃ ଏଭଳି କୋଚ ମଧ୍ୟରେ ୧୮୦ ଜଣରୁ ଅଧିକ ଯାତ୍ରୀ ରହିଥିବାର ଦେଖିବାକୁ ମିଳେ।

ହେଲେ ଜେନେରାଲ କୋଚ ମଧ୍ୟରେ ଅତ୍ୟଧିକ ଭିଡ ହେବା ପଛରେ ରହିଥିବା ରେଳବାଇ ବର୍ଷ ବର୍ଷ ଧରି ଏପରି ଧରଣର କୋଚ ସଂଖ୍ୟା ହ୍ରାସ କରିଆସୁଛି ଯାହା ବଦଳରେ ତୃତୀୟ ଶ୍ରେଣୀ ଏସି କୋଚ ରଖାଯାଇ ପାରିବ। କାରଣ ଏସି କୋଚ ପାଇଁ ରେଳବାଇ ଅଧିକ ଲାଭଦାୟକ ହୋଇଥାଏ। କୋରୋନା ମହାମାରୀ ପରେ ରେଳବାଇ ସାଧାରଣ ଏକ୍ସପ୍ରେସ, ନନ୍ ରିଜର୍ଭ ଜେନେରାଲ କୋଚ୍ ରହିଥିବା ଟ୍ରେନ୍ ଚଳାଇବା ବନ୍ଦ କରିଦେଲା। କାରଣ ଏଭଳି ଟ୍ରେନ କାରଣରୁ ରାଜସ୍ୱ ହ୍ରାସ ପାଉଥିବା ରେଳବାଇ ଅନୁଭବ କରୁଥିଲା।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ