26.6 C
Odisha
Saturday, May 18, 2024
spot_img

କେତେ ପ୍ରକାରର ଥାଏ ଆଧାର କାର୍ଡ ?

ଆଧାର କାର୍ଡ । ପ୍ରତି ଭାରତୀୟଙ୍କ ପାଇଁ ଏହା ଏବେ ନିହାତି ଜରୁରୀ । ଆଧାର କାର୍ଡ ବିନା କରିହେବନି କୌଣସି କାମ । ସରକାରୀ ହେଉ କି ବେସରକାରୀ, ସବୁଠି ବାଧ୍ୟତାମୂଳକ ଆଧାର କାର୍ଡ । ଆଧାର କାର୍ଡରେ ଭାରତୀୟ ନାଗରିକଙ୍କ ପାଇଁ ୟୁଆଇଡିଏଆଇ ଦ୍ୱାରା ଜାରି ୧୨ ଅଙ୍କ ବିଶିଷ୍ଟ ଏହା ହେଉଛି ସମସ୍ତଙ୍କ ପରିଚୟ ।
ତେବେ ଆପଣ ଜାଣିଛନ୍ତି କି, ଆଧାର କାର୍ଡ ହେଉଛି ୪ ପ୍ରକାରର । ଅର୍ଥାତ ୪ଟି ଫର୍ମାଟରେ ନିଜର ଆଧାର କାର୍ଡ ଆପଣ କରିପାରିବେ । ୟୁଆଇଡିଏଆଇ, ଲୋକଙ୍କ ସୁବିଧା ପାଇଁ ଏସବୁ ଫର୍ମାଟକୁ ଡେଭଲଅପ୍ କରିଚି । ଏ ହିସାବରେ, ଆଧାର କାର୍ଡର ସମସ୍ତ ଫର୍ମାଟ ହେଉଛି ମାନ୍ୟ । ତାହେଲେ ଚାଲନ୍ତୁ ଜାଣିବା ଏଗୁଡିକ ସଂପର୍କରେ ।

ପ୍ରଥମେ ହେଲା ଆଧାର ଲେଟର
ଏହା ଏକ ପେପର ବେସଡ୍ ଲାମିନେଟେଡ ଲେଟର । ଏଥିରେ ଜାରି କରିବାର ତାରିଖ ଓ ପ୍ରିଣ୍ଟ ଡେଟ୍ ସହ ଏକ ସୁରକ୍ଷିତ କ୍ୟୁଆର୍ କୋଡ୍ ରହିଥାଏ । ନୂଆ ଆଧାର କରିବା ହେଉ କିମ୍ବା ଏଥିରେ ଆବଶ୍ୟକ ବାୟୋମେଟ୍ରିକ ଅପଡେଟ କରିବା ହଉ, ଏହି ଆଧାର ଲେଟର ନିଶୁକ୍ଳ ରହିଥାଏ । ଏହାକୁ ଡାକ ମାଧ୍ୟମରେ ପଠାଯାଏ । ଯଦି ଆପଣଙ୍କର ଅରିଜିନାଲ ଆଧାର କାର୍ଡ ହଜିଯାଏ କିମ୍ବା କ୍ଷତିଗ୍ରସ୍ତ ହୋଇଯାଏ, ତେବେ ଆପଣ ନୂଆ ପ୍ରାପ୍ତ କରିପାରିବେ । ଏଥିପାଇଁ ଆପଣ ୟୁଆଇଡିଏଆଇ େଓବସାଇଟ ରୁ ଅନଲାଇନ ଆଧାର ଲେଟର ବଦଳାଇବା ପାଇଁ ୫୦ ଟଙ୍କା ଶୁକ୍ଳ ସହ କରିପାରିବେ ଅର୍ଡର ।
ଏହାପରେ ଜାଣିବା ଆଧାର ପିଭିସି କାର୍ଡ ବିଷୟରେ
ଆଧାର ପିଭିସି କାର୍ଡ ପିଭିସି ମାଟେରିଆଲ ଦ୍ୱାରା ତିଆରି ହୋଇଥାଏ । ଏହା ବହୁତ ହାଲକା । ସୁରକ୍ଷା ସହ ଜଡିତ ଅନେକ ଜିନିଷ ଯେମିତିକି, ଏକ ଡିଜିଟାଲୀ ହସ୍ତାକ୍ଷରିତ ଆଧାର ସୁରକ୍ଷିତ କ୍ୟୁଆର କୋଡ୍‌, ଏକ ଫଟୋ ଏବଂ ଜନସାଂଖିକ ତଥ୍ୟ ରହିଥାଏ ସାମିଲ । ସ୍ପିଡ୍ ପୋଷ୍ଟ ଜରିଆରେ ଆବେଦନକାରୀଙ୍କ ଠିକଣାରେ ଏହା ପହଂଚିଥାଏ ।

ଏହାପରେ ଜାଣିବା ଏମ୍ ଆଧାର ସଂପର୍କରେ
ୟୁଆଇଡିଏଆଇ ଦ୍ୱାରା ବନାଯାଇଥିବା ଏହା ଏକ ଔପଚାରିକ ମୋବାଇଲ ଆପ୍ଲିକେସନ । ଏହା ଆଧାର ସଂଖ୍ୟା ଧାରକଙ୍କୁ ସିଆଇଡିଆର ସହ ପଂଜୀକୃତ ନିଜ ଆଧାର ରେକର୍ଡକୁ ନେବା ପାଇଁ ଏକ ଇଣ୍ଟରଫେସ୍ ପ୍ରଦାନ କରେ । ଏହି ରେକର୍ଡରେ ଜନସାଂକିକ ତଥ୍ୟ ଏବଂ ଏକ ଫଟୋ ସହ ରହିଥାଏ ଆଧାର ନମ୍ବର । ଏହାବାଦ କ୍ୟୁଆର କୋଡ ବି ଥାଏ । ବିନା କୌଣସି ଶୁକ୍ଳରେ ଏମଆର ବି ଡାଉନଲୋଡ କରିହୁଏ । ଏମଆର ପ୍ରୋଫାଇଲକୁ ଏୟାରପୋର୍ଟସ ଏବଂ ରେଲେଓ ଦ୍ୱାରା ଏକ ବୈଧ ଆଇଡି ପ୍ରମାଣ ଭାବରେ ମାନ୍ୟତା ମିଳିଛି । ଆପଣ ନିଜ ଇ-କେଓାଇସି ସେୟାର କରିବା ପାଇଁ ଏହାର ବ୍ୟବହାର କରିପାରିବେ ।
ଏବେ ଜାଣିବା ଇ ଆଧାର ସଂପର୍କରେ
ଏହା ହେଉଛି ଆଧାରର ଇଲେକ୍ଟ୍ରୋନିକ ରୂପ । ପାସଓାର୍ଡରେ ଏହା ସୁରକ୍ଷିତ ରହିଥାଏ । ସମାନ ଭାବରେ ଏଥିରେ ବି ରହିଥାଏ କ୍ୟୁଆର କୋଡ୍ । ୟୁଆଇଡିଏଆଇ ଦ୍ୱାରା ଡିଜିଟାଲ ଭାବେ ଏହା ହସ୍ତାକ୍ଷରିତ । ନିଜ ପଂଜୀକୃତ ମୋବାଇଲ ନମ୍ବରର ବ୍ୟବହାର କରି ଆପଣ େଓବସାଇଟରୁ ନିଜର ଇ ଆଧାର ପାଇପାରିବେ । ପ୍ରତ୍ୟେକ ଆଧାର ନାମାଙ୍କନ କିମ୍ବା ଅପଡେଟ୍ ଏକ ଇ-ଆଧାର ଜେନେରଟ କରିଥାଏ । ଯାହାକୁ ଫ୍ରି ରେ ଡାଉନଲୋଡ କରାଯାଇପାରେ । ଏହା ବି କୌଣସି କାରଣ ପାଇଁ ଫିଜିକାଲ କପି ଭାବରେ ମାନ୍ୟ ରହିଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ