25.4 C
Odisha
Saturday, May 18, 2024
spot_img

ଲିଙ୍କ୍ କରିନଥିବା ଟାକ୍ସ ପେୟରଙ୍କୁ ଝଟକା

ଆଧାର ସହ ପାନ କାର୍ଡ ଲିଙ୍କ କରାଇନଥିଲେ ଏବେଠୁ ମହଙ୍ଗା ପଡିବ । ଗଣିବାକୁ ହେବ ଭାରି ଜରିମାନା । ଆୟକର ବିଭାଗ କହିବା ହିସାବରେ ଯେଉଁମାନେ ୩୦ ଜୁନ ଭିତରେ ନିଜର ପ୍ୟାନ କାର୍ଡ ସହ ଆଧାର ଲିଙ୍କ କରାଇନାହାନ୍ତି, ସେମାନଙ୍କର ଜୁଲାଇ ୧ରୁ ପ୍ୟାନ କାର୍ଡ ଇନ-ଅପରେଟିଭ ହୋଇଯାଇଛି । ଯେଉଁମାନଙ୍କ ଆଧାର ସହ ପ୍ୟାନ ସଂଯୋଗ ହୋଇନାହିଁ, ସେମାନେ ୧୫ଟି କାମ କରିପାରିବେ ନାହିଁ । ନିଜ େଓବସାଇଟରେ ଆୟକର ବିଭାଗ ଏହାର ସୂଚୀ ଜାରି କରିଛି । ହେଲେ ଏହାର ସବୁଠୁ ବଡ କୁପରିଣାମ ହେଲା ଯେ, ଟାକ୍ସପେୟର ୩୧ ଜୁଲାଇ ୨୦୨୩ ପୂର୍ବରୁ ନିଜର ଆୟକର ରିଟର୍ଣ୍ଣ ଦାଖଲ କରିପାରିବେ ନାହିଁ ।
ଏହା ଏଥିପାଇଁ, କାରଣ ଆଇଟିଆରର ସମୟସୀମା ସମାପ୍ତ ହେବାକୁ ଆଉ କମ୍ ଦିନ ବାକି ରହିଛି । ଏମିତିରେ ଆଇଟିଆର ଦାଖଲ କରିବା ପାଇଁ ପ୍ୟାନ କାର୍ଡ ଥିବା ନିହାତି ଜରୁରୀ । ପାନ କାର୍ଡ ବିନା ଆପଣ ରିଟର୍ଣ୍ଣ ଫାଇଲ କରିପାରିବେ ନାହିଁ । ଯଦି ଇନଆକ୍ଟିଭ ପାନ କାର୍ଡକୁ ଆପଣ ଆକ୍ଟିଭ କରିବାକୁ ଚାହାଁନ୍ତି, ତାହେଲେ ଅତିକମରେ ଲାଗିବ ୩୦ ଦିନର ସମୟ ।
ତାହେଲେ ପେନାଲଟି ୬ ହଜାର କେମିତି ଦେବେ ଆସନ୍ତୁ ଜାଣିବା
ଯଦି ଆପଣ ପ୍ୟାନ କାର୍ଡକୁ ପୁଣି ଥରେ ଆକ୍ଟିଭ କରିବା ପାଇଁ ଜରିମାନା ଭରନ୍ତି ଏବଂ ଆକ୍ଟିଭ ହେବା ପାଇଁ ଅପେକ୍ଷା କରନ୍ତି, ତେବେ ଆଇଟିଆର ଦାଖଲ କରିବାର ସମୟସୀମା ଅତିକ୍ରମ ହେବାର ରହିଚି ଯଥେଷ୍ଟ ସମ୍ଭାବନା । ଏଥିପାଇଁ ଯଦି ଆପଣ ୩୧ ଜୁଲାଇ ୨୦୨୩ ପରେ କରନ୍ତି, ତାହାଲେ ଏହାକୁ ଭାଲିଡଟେ୍ ଆଇଟିଆର ଭାବରେ ଦାଖଲ କରିବାକୁ ହେବ । ଧ୍ୟାନ ରଖନ୍ତୁ ଯେ, ଭାଲିଡେଟ୍ ଆଇଟିଆର ଦାଖଲ କରିବା ପାଇଁ ଲେଟ୍ ଫିସ୍ ପେନାଲ୍ଟି ଦେବାକୁ ପଡେ । ବାର୍ଷିକ ୫ ଲକ୍ଷ ରୁ ଅଧିକ ଇନକମ କରୁଥିବା ଟାକ୍ସ ପେୟରଙ୍କ ପାଇଁ ୫୦୦୦ । ଏହାସହ ପାନ କାର୍ଡ ଆକ୍ଟିଭ କରିବାର ପେନାଲ୍ଟି ହେଉଛି ୧୦୦୦ । ମୋଟାମୋଟି ଭାବରେ ଆପଣଙ୍କୁ ୬ ହଜାର ଟଙ୍କା ପେମେଣ୍ଟ କରିବାକୁ ହେବ । ପ୍ୟାନ ଆଧାର ଲିଙ୍କ କରିବା ପାଇଁ ୧୦୦୦ ଏବଂ ବି-ଲେଟେଡ ଆଇଟିଆର ଦାଖଲ ପାଇଁ ୫୦୦୦ ଟଙ୍କା ।
ପାନ କାର୍ଜ ଆକ୍ଟିଭ କରାଇବା ପାଇଁ ଏକ ହଜାର ପେନାଲ୍ଟି ଭାବେ ଦେବାକୁ ହେବ । ଏହାସହ ଅଥରିଟିକୁ ଆଧାର କାର୍ଡର ସୂଚନା ଦେବାକୁ ପଡିବ । ଏହାର ୩୦ ଦିନ ଭିତରେ ପାନ କାର୍ଡ ପୁଣିଥରେ ହୋଇଯିବ ଆକ୍ଟିଭ । ତେବେ ଆପଣଙ୍କୁ ଇନକମ ଟାକ୍ସ ଇ-ଫାଇଲିଂ େଓବସାଇଟକୁ ଯାଇ ନିଜ ଆକାଉଣ୍ଟ ଲଗ୍ ଇନ୍ କରିବାର ଅଛି । ଲଗ୍ ଇନ୍ ପରେ ପ୍ରୋଫାଇଲ ସେସନକୁ ଯାଇ ଲିଙ୍କ୍ ପାନ ଓିଥ୍ ଆଧାର ଅପ୍ସନ କ୍ଲିକ କରିବାକୁ ହେବ । ସେଠାରେ ଆବଶ୍ୟକୀୟ ତଥ୍ୟ ଦେବା ପରେ ଇ ପେ ଟାକ୍ସ ଜରିଆରେ ହଜାରେ ଟଙ୍କା ପେମେଣ୍ଟ ଦେଇ କରାଇବାକୁ ପଡିବ ଲିଙ୍କ । ଏହିପରି ଭାବରେ ଆପଣ ଲିଙ୍କ କରିପାରିବେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ