25.4 C
Odisha
Saturday, May 18, 2024
spot_img

ଶିବଲିଙ୍ଗ ଉପରେ ଭୁଲରେ ବି ଚଢାନ୍ତୁନି ଏହି ଫୁଲ

ଏବେ ଜାରି ରହିଛି ଶ୍ରାବଣ ମାସ । କାର୍ତ୍ତିକ ମାସ ଭଳି ଏହା ମଧ୍ୟ ବେଶ୍ ପବିତ୍ର ବୋଲି ରହିଚି ଶିବ ଭକ୍ତଙ୍କ ବିଶ୍ୱାସ । କୁହାଯାଏ କି, ଏହି ମାସରେ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ଛୋଟରୁ ଛୋଟ କାର୍ଯ୍ୟ ବି ଜଲଦି ପ୍ରଭାବ ଦେଖାଇଥାଏ । ଏହି କାରଣ ପାଇଁ ଶିବ ଖୁବଶୀଘ୍ର ପ୍ରସନ୍ନ ହୋଇଯାଆନ୍ତି । ଶିବଙ୍କ ମନ ଜାଣି ପ୍ରଭୁଙ୍କର ପ୍ରିୟ ଜିନିଷ ଯାହା, ତାକୁ ଅର୍ପଣ କରନ୍ତି । ହେଲେ ଶାସ୍ତ୍ରରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି, ଯାହାକୁ ଭୁଲରେ ବି ଶିବଙ୍କ ନିକଟରେ ଅର୍ପଣ କରିବା ଉଚିତ ନୁହେଁ ।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଭଗବାନ ଶିବଙ୍କୁ ଗୋଟିଏ ଫୁଲ କେବେ ବି ଚଢାଇବା ଉଚିତ ନୁହେଁ । ଯାହାର ନାଁ ହେଲା କେତକୀ ଫୁଲ । ଶିବ ପୁରାଣରେ କେତକୀ ଫୁଲ ବିଷୟରେ ଏକ କାହାଣୀ ବର୍ଣ୍ଣିତ ରହିଛି ଯେ, କାହିଁକି କେତକୀ ଫୁଲର ବ୍ୟବହାର କରାଯାଏନାହିଁ । ତାହେଲେ ଚାଲନ୍ତୁ ଜାଣିବା କେତକୀ ଫୁଲ ଓ ଭଗବାନ ଶିବଙ୍କ ଏହି କାହାଣୀ ବିଷୟରେ ।
କାହାଣୀ ହିସାବରେ, ଦିନେ ବ୍ରହ୍ମା ଓ ବିଷ୍ଣୁଙ୍କ ମଧ୍ୟରେ ବିବାଦ ହୋଇଯାଇଥିଲା କି ଏମାନଙ୍କ ଭିତରୁ କି ଶ୍ରେଷ୍ଠ । ପରେ ବିବାଦକୁ ଶେଷ କରିବା ପାଇଁ ଦୁହେଁ ଯାଇ ପହଂଚିଥିଲେ ଭଗବାନ ଶିବଙ୍କ ନିକଟରେ । ସେ ସମୟରେ ମହାଦେବ ଏକ ଜ୍ୟୋତିର୍ଲିଙ୍ଗ ଉତ୍ପତି କରି ତାର ଆଦି ଅନ୍ତ ଖୋଜିବାକୁ କହିଲେ । ଏହାସହ କହିଲେ କି, ଯିଏ ପ୍ରଥମେ ଖୋଜିନେବ, ସେ ହିଁ ହେବ ଶ୍ରେଷ୍ଠ ।
ପରେ ଜ୍ୟୋତିର୍ଲିଙ୍ଗ ର ଆଦିଅନ୍ତ ଖୋଜିବା ପାଇଁ ଭଗବାନ ବିଷ୍ଣୁ ଉପର ଆଡକୁ ଏବଂ ବ୍ରହ୍ମା ଗଲେ ତଳ ଆଡକୁ । ଶିବଲିଙ୍ଗର ଆଦି ଅନ୍ତ ଖୋଜିବା ପାଇଁ ବ୍ରହ୍ମା ଓ ବିଷ୍ଣୁ କଲେ ବହୁଚ ଚେଷ୍ଟା । ହେଲେ ତାଙ୍କୁ କିଛି ବି ମିଳିଲାନି । ଯେତେବେଳେ ବ୍ରହ୍ମା ଅନ୍ତ ଖୋଜି ଖୋଜି ଥକି ଗଲେ, ସେତେବେଳେ ବାଟରେ ତାଙ୍କୁ ମିଳିଥିଲା କେତକୀ ଫୁଲ । ପରେ ବ୍ରହ୍ମା କେତକୀକୁ ପ୍ରଲୋଭିତ କରି ଶିବଙ୍କ ଆଗରେ ମିଛ କହିବାକୁ କହିଥିଲେ । ପରେ ଦୁହେଁ ଶିବଙ୍କ ଆଗରେ ମିଛ କହି ସ୍ୱୀକାର କଲେ ଯେ, ତାଙ୍କୁ ଶିବଲିଙ୍ଗର ଅନ୍ତ ମିଳିଗଲା ।
ହେଲେ ମହାଦେବ ଜାଣିଥିଲେ ଯେ, ବ୍ରହ୍ମାଦେବ ମିଛ କହୁଛନ୍ତି ଏବଂ ସେ ଏହି କଥାରେ କ୍ରୋଧିତ ହୋଇପଡିଲେ । ପରେ ବ୍ରହ୍ମାଙ୍କର ୫ମ ମୁଣ୍ଡ କାଟିଦେଲେ । ସେପଟେ କେତକୀ ଫୁଲକୁ ଅଭିଶାପ ଦେଲେ କି, ଶିବଙ୍କ ପୂଜାରେ କେତକୀ ଫୁଲର ବ୍ୟବହାର କରାଯାଇପାରିବ ନାହିଁ । ସେ ବର୍ଜିତ ହେବ । ସେବେଠୁ ମହାଦେବଙ୍କ ପୂଜାରେ କେତକୀ ଫୁଲ ଚଢାଇବା ବାରଣ ରହିଚି । କେତକୀ ଫୁଲ ଚଢାଇଲେ ପାପ ବୋଲି କୁହାଯାଏ । ଏଥିପାଇଁ ଶ୍ରାବଣ ମାସରେ ମହାଦେବଙ୍କ ପୂଜା ସମୟରେ ଭୁଲରେ ବି କେତକୀ ଫୁଲ ଚଢାନ୍ତୁନି । ନେହେଲେ କ୍ରୋଧିତ ହୋଇପଡିବେ ଶିବଶଙ୍କର ଏବଂ ଆପଣଙ୍କ ମନୋସ୍କାମନା ରହିଯିବ ଅଧାଅଧୁରା ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ