ଦର୍ଶକ ବନ୍ଧୁ ଆପଣ କେବେ ନା କେବେ ଗୁପ୍ତ ଧନ ବିଷୟରେ ଶୁଣିଥିବେ। ପୂର୍ବରୁ ଅନେକ ରାଜା ମହାରାଜା ଗୁପ୍ତ ଧନ ଲୁଚାଇ ରଖୁଥିଲେ । ଧିରେ ଧିରେ ଏହାର ଠିକଣା ମିଳେ । ଏହାବାଦ୍ ଇତିହାସ ପୃଷ୍ଠା ରେ ଆମେ ଗୁପ୍ତଧନ ସମ୍ପର୍କ ରେ ଜାଣିବାକୁ ପାଉ । ହେଲେ ଜାଣି ଖୁସି ହେବେ ଯେ, ଏବେ ଆମ ରାଜ୍ୟର ଏକ ଜିଲ୍ଲା ରେ ମିଳିଛି ଗୁପ୍ତ ଧନ ର ସନ୍ଧାନ ।
ହଁ, ଦର୍ଶକ ବନ୍ଧୁ, ନୟାଗଡ଼ରେ ଗୁପ୍ତଧନର ସନ୍ଧାନ ମିଳିଛି । ଭାପୁର ମାଟି ତଳେ ଦୁର୍ମୂଲ୍ୟ ଭଣ୍ଡାର ମିଲିଛି ଯାହା ଆପଣଙ୍କୁ ଚମାକାଇ ଦେବେ । ଏହି ତଥ୍ୟ ସାଟେଲାଇଟ ସର୍ଭେରୁ ମିଳିଛି । ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର ସର୍ଭେ ଏହା କରିଛି । ଯାହାକୁ ନେଇ ସମଗ୍ର ଅଞ୍ଚଳରେ ଖେଳି ଯାଇଛି ଖୁସିର ମାହେଲ । ଏହାକୁ ଦେଖିବାକୁ ମଧ୍ୟ ଲୋକଙ୍କ ସମାଗମା ଜମୁଛି ।
ରିପୋର୍ଟ ହିସାବ ରେ, ନୟାଗଡ଼ ଜିଲ୍ଲା ଭାପୁର ବ୍ଲକରେ ଗ୍ରାଫାଇଟ ପଥର ଖଣିର ସନ୍ଧାନ ମିଳିଛି । ଖୁଣ୍ଟୁପଡା ଗାଁ ନିକଟରେ ଥିବା ଛେଳିଆ ଡୁବୁରୀ ପାହାଡ଼ରେ ଗ୍ରାଫାଇଟ ପଥର ଖଣି ର ଭଣ୍ଡାର ଥିବା ଜଣା ପଡିଛି । ଏହିକାରଣ ପାଇଁ ଗତକାଲି ଠାରୁ ଏହାର ଅନୁସନ୍ଧାନ ମୂଳକ ଖନନ ଆରମ୍ଭ ହୋଇଛି । ସାଟେଲାଇଟ୍ ରିପୋର୍ଟ ଆଧାରରେ ଜିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆର କୋଲକାତାରେ ଥିବା ପୂର୍ଵଞ୍ଚଳ ଶାଖା ପରିଚାଳନାରେ ଏହି ଖନନ କାର୍ୟ୍ୟ ଆରମ୍ଭ କରାଯାଇଛି । ଏହା ପ୍ରଥମ ଟେଷ୍ଟିଙ୍ଗ୍ ଖନନ ବୋଲି ଖନନକାରୀଙ୍କ ପକ୍ଷରୁ କୁହାଯାଇଛି ।
ଏହି ଅଞ୍ଚଳର ତିନୋଟି ସ୍ଥାନରେ ୬୦ ମିଟର ଲେଖାଏଁ ଖନନ କରାଯିବ । ପ୍ରତି ୧୦ ମିଟର ଖନନ ହୋଇଥିବା ମାଟିକୁ ସଂଗ୍ରହ କରି ଏହାକୁ ପରୀକ୍ଷା ପାଇଁ ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ଲାବୋଟୋରିକୁ ପଠାଯିବ । ମାଟିର ପରୀକ୍ଷଣ ପରେ କେତେ ପରିମାଣର ଏବଂ କେଉଁ ମାନର ଗ୍ରାଫାଇଟ ମହଜୁତ ରହିଛି ତାହା ଜଣାପଡିବ । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ସମୟରେ ଅଧିକ ଖନନ କରାଯିବ ବୋଲି ଜିଓ ଲୋଜିକାଲ ସର୍ଭେ ଅଫ ଇଣ୍ଡିଆର କୋଲକାତାରେ ଥିବା ପୂର୍ଵଞ୍ଚଳ ଶାଖା ପରିଚାଳନା ପକ୍ଷରୁ ସୂଚନା ଦିଆଯାଇଛି ।

