29.6 C
Odisha
Saturday, May 18, 2024
spot_img

ଭାରତର ‘ଚନ୍ଦ୍ରଯାନ-୩’ ମିଶନ୍ ଫେଲ୍ ?

ଦର୍ଶକବନ୍ଧୁ ଭାରତର ଚନ୍ଦ୍ରଯାନ ୩ ମିଶନ ଏବେ ସବୁଠି ଚର୍ଚ୍ଚାରେ ରହିଛି । ୨୩ ଅଗଷ୍ଟରେ ଚନ୍ଦ୍ରର ସାଉଥ ପୋଲରେ ସଫ୍ଟ ଲ୍ୟାଣ୍ଡିଂ କରାଇ ଐତିହାସିକ କୀର୍ତି ହାସଲ କରିଛି ଭାରତ । ହେଲେ ଏବେ ବି ଭାରତର ଏହି ମିଶନ ଉପରେ ରହିଛି ବିପଦ । ସଫ୍ଟ ଲ୍ୟାଣ୍ଡିଂ କରାଇବା ପରେ ବି ଚନ୍ଦ୍ରପୃଷ୍ଠରେ ଯଦି ରୋଭର କି ଲ୍ୟାଣ୍ଡରର କିଛି ଅସୁବିଧା ହୁଏ ତେବେ ଏହି ମିଶନକୁ ବିଫଲ ବୋଲି କୁହାଯିବ । ଏମିତିରେ ସାଉଥ ପୋଲରେ ଲ୍ୟାଣ୍ଡିଂ କରାଇବା ଏତେ ସହଜ ନଥିଲା । ତଥାପି ସଫ୍ଟ ଲ୍ୟାଣ୍ଡି କରିଥିଲା ବିକ୍ରମ । ଏହାପରେ ଏବେ ସମଗ୍ର ଦେଶର ନଜର ରହିଚି ଭାରତ ଉପରେ ।
ପ୍ରତିଦିନ ଚନ୍ଦ୍ରଯାନ ୩ ମିଶନକୁ ନେଇ ନୂଆ ନୂଆ ଅପଡେଟ୍ ଦେଉଛି ଇସ୍ରୋ । କେତେବେଳେ ଚନ୍ଦ୍ରପୃଷ୍ଠରୁ କଣ ଆସିଲା ତାର ଟିକିନିଖି ଖବର ଟ୍ୱିଟ ଯୋଗେଁ ସେୟାର କରୁଛି ଇସ୍ରୋ । ହେଲେ ଏବେ ଏକ ଖବର ପାଇଁ ଚିନ୍ତରେ ବୈଜ୍ଞାନିକ । କାରଣ ରୋଭର ପ୍ରଜ୍ଞାନ୍ ସାମ୍ନାରେ ପହଂଚିଥିଲା ଏକ ବଡ ବିପଦ । ତାହା ହେଲା ଚନ୍ଦ୍ରପୃଷ୍ଠରେ ଏକ ବଡ ଗାତ ଦେଖି ନିଜ ରାସ୍ତା ବଦଳାଇ ସୁରକ୍ଷିତ ରଖିପାରିଛି ରୋଭର ପ୍ରଜ୍ଞାନ୍ । ଯେଉଁ ଗର୍ତ ଅର୍ଥାତ କ୍ରେଟରର ବ୍ୟାସ ୪ ମିଟର ବୋଲି କୁହାଯାଇଚି । ରୋଭର ସାମ୍ନାରେ ପ୍ରାୟ ୩ ମିଟର ଦୂରରୁ ଥିଲା ଏହି ଗର୍ତଟି । କାରଣ ଏତେ ବଡ ଗାତରେ ପଡିବା ପରେ ସେ ଉଠିପାରିନଥାନ୍ତା । ଛୋଟମୋଟ ଖାଲ ଢିପକୁ ସେ ଅତିକ୍ରମ କରିପାରିବ । ହେଲେ ବହୁତ ବଡ ବଡ ଗାତକୁ ନୁହଁ । ସେଥିପାଇଁ ସେ ଅଳ୍ପକେ ବର୍ତିଯାଇ ନିଜ ରାସ୍ତା ବଦଳାଇଥିଲା । ଏବେ ନିହାତି ଭାବେ ରୋଭର ସାମ୍ନାରେ ଆହୁରି ବଡ ବଡ ଗାତ ଆସୁଥିବ । ଯାହାକୁ ସେ ସତର୍କତାର ସହ ପାର୍ କରୁଛି ।


ଏବେ ଯାଏଁ ତ ରୋଭର ୮ ମିଟର ଅର୍ଥାତ ୨୬ ଫୁଟରୁ ଅଧିକ ଦୂରତା ଅତିକ୍ରମ କରିସାରିଛି । ତାର ଦୁଇଟି ଯାକ ପେଲୋଡସ କାମ କରୁଛି ।
ରୋଭର ପ୍ରଜ୍ଞାନ୍ ଏବେ ତାଜା ଅପଡେଟ ମଧ୍ୟ ପଠାଇଛି । ତାହା ହେଲା ଚନ୍ଦ୍ରପୃଷ୍ଠରେ ଅକ୍ସିଜେନ ବା ଅମ୍ଳଜାନ ଥିବା ନେଇ କହିଛନ୍ତି ବୈଜ୍ଞାନିକ । ଏବେ ଅକ୍ସିଜେନର ସନ୍ଧାନ କରି ଚନ୍ଦ୍ରଯାନ ୩କୁ ମିଳିଛି ଆଉ ଏକ ସଫଳତା । ରୋଭର ପ୍ରଜ୍ଞାନ୍ ପ୍ରଥମଥର ଚନ୍ଦ୍ରର ସାଉଥ ପୋଲରେ ଅକ୍ସିଜେନର ସନ୍ଧାନ କରିଛି । ଏହାପୂର୍ବରୁ ରୋଭର ଚନ୍ଦ୍ରପୃଷ୍ଠର ସାଉଥ ପୋଲରେ ତାପମାତ୍ରା ମାପିଥିଲା । ଏହାକୁ ବାଦ ଦେଲେ ସେଠାରେ ସଲଫର ଥିବା ନେଇ ବି ଜଣାପଡିଛି । ଖାଲି ଏତିକି ନୁହେଁ, ଅକ୍ସିଜେନ, ଆଲୁମିନିୟମ, କ୍ୟ।।ଲସିୟମ, ଆିରନ, କ୍ରୋମିୟମ, ଟାଇଟାନିୟମ, ସିଲିକନ୍ ଓ ମାଙ୍ଗାନିଜ୍ ବି ମିଳିଛି । ହେଲେ ଏବେ ଜାରି ଖାଲି ହାଇଡ୍ରୋଜେନର ସନ୍ଧାନ ଜାରି ରହିଛି । ଅର୍ବିଟର କିଛି ତତ୍ୱ ଥିବା ନେଇ ସଂକେତ ଦେଇଥିଲା । ତେବେ ରୋଭର ପ୍ରଜ୍ଞାନ୍ ଏହାର ସନ୍ଧାନ କରିବା ବେଶ ମହତ୍ୱପୂର୍ଣ୍ଣ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe
- Advertisement -spot_img

ସର୍ବଶେଷ ପ୍ରବନ୍ଧ