ଫେରିବେ ହସିନା ! ଚିନ୍ତାରେ ବାଂଲାଦେଶ ସରକାର

ଭୁବନେଶ୍ୱର : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ପ୍ରାୟ ଦୁଇ ବର୍ଷ ପରେ ଭାରତରେ ପ୍ରଥମ ଥର ପାଇଁ ସାର୍ବଜନୀନ କାର୍ଯ୍ୟକ୍ରମରେ ନଜର ଆସିପାରନ୍ତି। ଏହି ଅବସରରେ ସେ ବାଂଲାଦେଶକୁ ଫେରିବା ଯୋଜନା ଓ ଦେଶର ବର୍ତ୍ତମାନ ରାଜନୈତିକ ପରିସ୍ଥିତିକୁ ନେଇ ବଡ଼ ବୟାନ ଦେଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ବାଂଲାଦେଶର ରାଜନୀତିକୁ ନେଇ ପୁଣିଥରେ ଚର୍ଚ୍ଚା ବଢ଼ିଛି। ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଭାରତରେ ଏକ ସାର୍ବଜନୀନ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି। ଦୀର୍ଘ ସମୟ ପରେ ତାଙ୍କର ଏହି ସାର୍ବଜନୀନ ଉପସ୍ଥିତିକୁ ନେଇ ରାଜନୈତିକ ମହଳରେ ଉତ୍ସୁକତା ବଢ଼ିଛି।

ସୂତ୍ର ଅନୁସାରେ, ଶେଖ ହାସିନା ତାଙ୍କ ଭାଷଣରେ ବାଂଲାଦେଶକୁ ଫେରିବା ସମ୍ଭାବନା, ତାଙ୍କର ଭବିଷ୍ୟତ ରାଜନୈତିକ ଭୂମିକା ଏବଂ ଦେଶର ବର୍ତ୍ତମାନ ସ୍ଥିତିକୁ ନେଇ ମତ ପ୍ରକାଶ କରିପାରନ୍ତି। ଏହାକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖାଯାଉଛି। ଗତ କିଛି ସମୟ ଧରି ବାଂଲାଦେଶରେ ରାଜନୈତିକ ପରିବର୍ତ୍ତନ ଓ ଅସ୍ଥିରତା ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଶେଖ ହାସିନାଙ୍କ ସମ୍ଭାବ୍ୟ ବୟାନକୁ କେବଳ ବାଂଲାଦେଶ ନୁହେଁ, ସମଗ୍ର ଦକ୍ଷିଣ ଏସିଆର ରାଜନୀତି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି। ତେବେ, ଶେଖ ହାସିନା କେବେ ବାଂଲାଦେଶ ଫେରିବେ କିମ୍ବା ସେ ଏନେଇ କ’ଣ ଘୋଷଣା କରିବେ, ସେଥିପାଇଁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ମିଳିନାହିଁ। ବର୍ତମାନ ତାଙ୍କର ଘୋଷଣାକୁ ନେଇ ସମସ୍ତଙ୍କ ନଜର ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ