କାହାକୁ ମନ୍ତ୍ରୀ ପଦ ଦେବେ ମୋଦୀ ? ଓଡିଶାରୁ ମନ୍ତ୍ରୀ ରେସରେ ଏହି ୪ ନେତା ଆଗରେ !

ଇସ୍ତଫା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଟ୍ ଅବ୍ୟବସ୍ଥା ମାମଲାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦ ଚାଡିଛନ୍ତି ଧର୍ମେନ୍ଦ୍ର । ଏବେ ସେ ଓଡିଶା ଆସିଛନ୍ତି । ନିଜ ନିର୍ବାଚନମଣ୍ଡଳୀ ସମ୍ବଲପୁରରେ ଦଳକୁ ଶକ୍ତିଶାଳୀ କରୁଛନ୍ତି । ତେବେ ଧର୍ମେନ୍ଦ୍ର ଇସ୍ତଫା ଦେଲା ପରେ ଓଡିଶାରୁ ଆଉ କିଏ ମନ୍ତ୍ରୀ ହେବ ତାକୁ ନେଇ ଚାଲିଛି କଳ୍ପନା ଜଳ୍ପନା । ଏହି ତାଲିକାରେ ଆଗରେ 4ଟି ନାଁ ରହିଛି ।
ପ୍ରଧାନମନ୍କ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବା ନେଇ ଚର୍ଚ୍ଚା ଲାଗି ରହିଛି । ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଓଡିଶା ଖାତାରେ ଏହି ଶୂନ୍ୟସ୍ଥାନ ପଡିପାରେ । କୁହାଯାଉଛି ଯେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମନ୍ତ୍ରୀ ପଦ ରେସରେ ଆଗରେ ରହିଛନ୍ତି । ଦୀର୍ଘ ଦିନ ଧରି ସେ ବିଜେପିର ଜାତୀୟ ରାଜନୀତିରେ ସକ୍ରିୟ ଅଛନ୍ତି । ଓଡିଶାରେ ମଧ୍ୟ ତାଙ୍କର ଭଲ ଦବଦବା ରହିଛି । ଦଳର ମୁଖପାତ୍ର ଭାବେ କାର୍ଯ୍ୟ କରୁଛନ୍ତି । ଏହାସହ ମହିଲା ହୋଇଥିବାରୁ ତାଙ୍କୁ ମନ୍ତ୍ରୀ ପଦ ମିଳିବ ବୋଲି ସର୍ଥକମାନେ କହୁଛନ୍ତି ।
ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ସମ୍ବିତ ପାତ୍ର ମଧ୍ୟ ରେସରେ ଅଛନ୍ତି । ସମ୍ବିତ ପୁରୀରୁ ସାଂସଦ ରହିଛନ୍ତି । ବିଜେପିର ସେ ପୁରୁଣା ନେତା । ଦିଲ୍ଲୀଠୁ ଓଡିଶା ଯାଏଁ ତାଙ୍କର ଦବଦବା ରହିଛି । ପୁରୀର ଏମପି ଥିବାରୁ ଭଲ ଖାତିର ବି ଅଛି । ତେଣୁ ତାଙ୍କୁ ମନ୍ତ୍ରୀ ପଦ ମିଲିପାରେ ବୋଲି ତର୍ଚ୍ଚା ହେଉଛି ।
ସେହିପରି ରେସରେ ବୈଜୟନ୍ତ ପଣ୍ଡା ରହିଛନ୍ତି । ବିଜେପିର ସେ ଟାଣୁଆ ନେତା । ଜାତୀୟ ସ୍ତରରେ ଟପ୍ ନେତାଙ୍କ ସହ ତାଙ୍କର ସୁସମ୍ପର୍କ ରହିଛି । କୁହାଯାଏ ମନ୍ତ୍ରୀ ପଦ ପାଇଁ ସେ ଲବି ଆରମ୍ଭ କରିଦେଲେଣି । ସେ ପୂର୍ବରୁ ମଧ୍ୟ ମନ୍ତ୍ରୀ ପଦ ପାଇଁ ଆଶାୟୀ ଥିଲେ । ହେଲେ ନିରାଶ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ସଭାପତି ମନମୋହନ ସାମଲ ମନ୍ତ୍ରୀ ପଦ ପାଇପାରନ୍ତି । ତାଙ୍କ ନେତୃତ୍ୱରେ ଦଳ 2024 ନିର୍ବାଚନରେ ସରକାର ଗଠନ କରିଥିଲା । ପରବର୍ତ୍ତୀ ମୁହୁର୍ତ୍ତରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି । ତେଣୁ ମନମୋହନ ମନ୍ତ୍ରୀ ରେସରେ ଆଗରେ ଥିବା କେହି କେହି କହୁଛନ୍ତି ।
ଏତତ୍ ବ୍ୟତୀତ, କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବରଗଡ ସାଂସଦ ପ୍ରଦୀପ ପୁରୋହିତ ଏବଂ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ ନାଁ ବି ଚର୍ଚ୍ଚାକୁ ଆସୁଛି ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ