ହସ୍ପିଟାଲରୁ ଡିସଚାର୍ଜ ହେବେ ଲାଲକୃଷ୍ଣ ଆଡଭାନୀ

ନୂଆଦିଲ୍ଲୀ, ୧୯/୧୦: ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ସ୍ୱାସ୍ଥ୍ୟକୁ ନେଇ ଆସିଛି ଆଶ୍ୱସ୍ତିକର ଖବର। ସେ ସୋମବାର ହସ୍ପିଟାଲରୁ ଡିସଚାର୍ଜ ହେବେ। ଛାତିରେ ସଂକ୍ରମଣ ଓ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ସୂଚନା ଅନୁସାରେ, ଗତ ଅକ୍ଟୋବର ୧୬ ତାରିଖରେ ଆଡଭାନୀଙ୍କ ଛାତିରେ ସଂକ୍ରମଣ ହେବା ସହ ଯନ୍ତ୍ରଣା ଅନୁଭବ ହୋଇଥିଲା। ଏହାପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ବରିଷ୍ଠ ଡାକ୍ତରଙ୍କ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଚାଲିଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଥିବା ହସ୍ପିଟାଲ ପକ୍ଷରୁ ସୂଚନା ମିଳିଛି।

ଅନ୍ୟପକ୍ଷରେ, ଆଡଭାନୀ ହସ୍ପିଟାଲରେ ଭର୍ତ୍ତି ହେବାର କିଛି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ବାସଭବନକୁ ଯାଇ ସାକ୍ଷାତ କରିଥିଲେ। ମୋଦୀ ସରକାରଙ୍କ ୨୫ ବର୍ଷ ପୂର୍ତ୍ତି ଅବସରରେ ସେ ଆଡଭାନୀଙ୍କଠାରୁ ଆଶୀର୍ବାଦ ନେଇଥିଲେ। ଏହି ସାକ୍ଷାତର ଫଟୋ ମଧ୍ୟ ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଥିଲେ।

ଦେଶର ପ୍ରଗତି ଓ ରାଜନୈତିକ କ୍ଷେତ୍ରରେ ଲାଲକୃଷ୍ଣ ଆଡଭାନୀଙ୍କ ଅବଦାନକୁ ମଧ୍ୟ ପ୍ରଧାନମନ୍ତ୍ରୀ ମନେ ପକାଇଥିଲେ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ