ଛାତ୍ରୀଙ୍କ ସହ ପୋଖରୀରେ ପୋଷାକ ଖୋଲି ଗାଧେଇଲେ ସାର୍: ରଙ୍ଗିଲା ପ୍ରଧାନ ଶିକ୍ଷକଙ୍କ କଳା କାରନାମା

ଜୟପୁର, ୨୩/୦୮ : ରାଜସ୍ଥାନର ଅଲୱର ଜିଲ୍ଲାରେ ଜଣେ ସରକାରୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ନେଇ ବିବାଦ ଦେଖାଦେଇଛି। ଛାତ୍ରୀମାନଙ୍କୁ ନେଇ ଏକ ବନ୍ଧକୁ ଯିବା ଏବଂ ସେଠାରେ ତାଙ୍କର ଅନୁଚିତ ଆଚରଣ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶିକ୍ଷା ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବନ କରାଯାଇଛି।

ସୂଚନା ଅନୁସାରେ, ଅଗଷ୍ଟ ୧୫ ତାରିଖରେ ସ୍କୁଲରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପରେ ପ୍ରଧାନଶିକ୍ଷକ ପ୍ରାୟ ୨୦ରୁ ୨୫ ଜଣ ଛାତ୍ରୀଙ୍କୁ ନେଇ ସ୍କୁଲଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଥିବା ଏକ ବନ୍ଧ ନିକଟକୁ ଯାଇଥିବା କୁହାଯାଉଛି। ଛାତ୍ରୀମାନଙ୍କୁ ସନ୍ତରଣ ଶିଖାଇବା ଉଦ୍ଦେଶ୍ୟରେ ସେଠାକୁ ନେଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି।ତେବେ ବନ୍ଧ ନିକଟରେ ପ୍ରଧାନଶିକ୍ଷକଙ୍କ ଆଚରଣକୁ ନେଇ ଏକ ଭିଡିଓ ସାମ୍ନାକୁ ଆସିଛି।

ଭିଡିଓଟି ଭାଇରାଲ ହେବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି।କୁହାଯାଉଛି ଯେ, ଏହି ଘଟଣା ଅଲୱରର ଧାନାଗାଜୀ ଅଞ୍ଚଳର ଏକ ସରକାରୀ ସ୍କୁଲ ସହ ଜଡିତ। ଯେଉଁ ବନ୍ଧକୁ ଛାତ୍ରୀମାନଙ୍କୁ ନିଆଯାଇଥିଲା, ସେଠାରେ ବହୁ ପରିମାଣରେ ପାଣି ରହିଥିବା ଏବଂ ସ୍ଥାନଟି ଏକ ନିଛାଟିଆ ଅଞ୍ଚଳରେ ଥିବା ସ୍ଥାନୀୟ ଲୋକେ କହିଛନ୍ତି।

ଏପରିକି ଗତ କିଛି ବର୍ଷ ଧରି ସୁରକ୍ଷା ଦୃଷ୍ଟିରୁ ସେଠାକୁ ଯିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଥିବା ମଧ୍ୟ ଦାବି କରାଯାଉଛି।ଏଭଳି ସ୍ଥିତିରେ ପ୍ରଧାନଶିକ୍ଷକ କାହିଁକି ଛାତ୍ରୀମାନଙ୍କୁ ନେଇ ସେହି ସ୍ଥାନକୁ ଗଲେ ଏବଂ ଛାତ୍ରୀମାନଙ୍କ ସୁରକ୍ଷା ନେଇ କେଉଁ ପଦକ୍ଷେପ ନିଆଯାଇଥିଲା, ତାକୁ ନେଇ ପ୍ରଶ୍ନ ଉଠିଛି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଥିବା ଜଣାପଡ଼ିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ