ବାଇଗଣ ନେଇଗଲା ଜୀବନ : ହାତ ଧ ରାଧରି ହୋଇ ଚାଲିଗଲେ ୩ ଭଉଣୀ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଏକ ଅଭାବନୀୟ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ବାଇଗଣ ଭର୍ତ୍ତା ଓ ରୁଟି ଖାଇବା ପରେ ତିନି ନାବାଳିକା ଭଉଣୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକଙ୍କ ମଧ୍ୟରେ ୯ ମାସର ଏକ ଶିଶୁ କନ୍ୟା ମଧ୍ୟ ରହିଛି।

ତେବେ ପରିବାର ପକ୍ଷରୁ ପୋଲିସକୁ ଖବର ନଦେଇ ମୃତଦେହ ପୋତି ଦିଆଯାଇଥିବାରୁ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।ମୃତକମାନେ ହେଲେ ପିପୋରା ଖୁର୍ଦ୍ଦ ଗାଁର ବାଲମୁକୁନ୍ଦ କୁଶୱାହାଙ୍କ ତିନି ଝିଅ—୭ ବର୍ଷୀୟା ପୁନମ୍, ୩ ବର୍ଷୀୟା ମନୀଷା ଏବଂ ୯ ମାସର ଚାହାତ।ପୋଲିସର ପ୍ରାଥମିକ ସୂଚନା ଅନୁସାରେ, ମୃତ୍ୟୁ ପୂର୍ବରୁ ତିନି ଭଉଣୀ ବାଇଗଣ ଭର୍ତ୍ତା ଓ ରୁଟି ଖାଇଥିଲେ ବୋଲି ପରିବାର ପକ୍ଷରୁ କୁହାଯାଇଛି। କିନ୍ତୁ ୯ ମାସର ଶିଶୁର ଖାଦ୍ୟକୁ ନେଇ ତଦନ୍ତକାରୀମାନେ ପ୍ରଶ୍ନ ଉଠାଇଛନ୍ତି। ଏହା ସହିତ ତିନିଜଣଙ୍କ ମୃତ୍ୟୁର ପ୍ରକୃତ କାରଣ କ’ଣ, ସେନେଇ ମଧ୍ୟ ତଦନ୍ତ ଚାଲିଛି।ଘଟଣା ପରେ ମୃତଦେହଗୁଡ଼ିକୁ ତୁରନ୍ତ ପୋତି ଦିଆଯାଇଥିବା ଏବଂ ପୋଲିସ କିମ୍ବା ଡାକ୍ତରୀ ଦଳକୁ ଅବଗତ କରାଯାଇନଥିବା ଘଟଣାକୁ ଅଧିକ ସନ୍ଦେହଜନକ କରିଛି। ମୃତ୍ୟୁର କାରଣ ସମ୍ପର୍କରେ ଏବେଠାରୁ କୌଣସି ନିଷ୍କର୍ଷରେ ପହଞ୍ଚିନାହିଁ ପୋଲିସ।

ସୂଚନା ପାଇବା ପରେ ପୋଲିସ ଟିମ୍ ଗାଁରେ ପହଞ୍ଚି ମୃତଦେହ ପୋତାଯାଇଥିବା ସ୍ଥାନ ଯାଞ୍ଚ କରିଛି। ମୃତଦେହଗୁଡ଼ିକୁ ମାଟିତଳୁ ବାହାର କରି ଆବଶ୍ୟକ ଚିକିତ୍ସା ପରୀକ୍ଷା ଓ ପୋଷ୍ଟମର୍ଟମ ପାଇଁ ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।ପୋଷ୍ଟମର୍ଟମ ଏବଂ ଅନ୍ୟାନ୍ୟ ପରୀକ୍ଷା ରିପୋର୍ଟ ଆସିବା ପରେ ତିନି ଭଉଣୀଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ। ଖାଦ୍ୟଜନିତ ସମସ୍ୟା, ଅସୁସ୍ଥତା କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ