ଛାଡ଼ିବନି ବର୍ଷା ! ଏବେ ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ଓ ବନ୍ୟା

ଭୁବନେଶ୍ୱର, ୨୫/୦୮: ଲଗାଣ ବର୍ଷା ଯୋଗୁ ଓଡ଼ିଶାରେ ପୁଣି ବନ୍ୟା ଆଶଙ୍କା ବଢ଼ିଛି। ବୈତରଣୀ ନଦୀ ଆଖୁଆପଦାଠାରେ ବିପଦ ସଙ୍କେତ ଟପିଛି। ଏଠାରେ ବିପଦ ସଙ୍କେତ ୧୮.୩୩ ମିଟର ଥିବାବେଳେ ଜଳସ୍ତର ୧୮.୩୫ ମିଟରରେ ପହଞ୍ଚିଛି।

ସାଳନ୍ଦୀ ନଦୀର ଜଳସ୍ତର ମଧ୍ୟ ବିପଦ ସଙ୍କେତ ନିକଟରେ ରହିଛି। ଫଳରେ ତଳିଆ ଅଞ୍ଚଳରେ ଲୋକଙ୍କ ଚିନ୍ତା ବଢ଼ିଛି।ବନ୍ୟାରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଚାନ୍ଦବାଲି ବ୍ଲକ୍‌ର ୧୦ ପଞ୍ଚାୟତ ଏବେ ବି ଜଳବନ୍ଦୀ ରହିଛି। ମୟୂରଭଞ୍ଜରେ ଲଗାଣ ବର୍ଷା ଯୋଗୁ ଜଳକା ନଦୀରେ ବନ୍ୟା ପରିସ୍ଥିତି ଦେଖାଦେଇଛି। କେନ୍ଦୁଝରରେ ମାଟି ଅତଡ଼ା ଖସି ଯାତାୟାତ ବାଧାପ୍ରାପ୍ତ ହୋଇଛି। ଦୁଇଟି ନାଳରେ ଭାସିଯାଇ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି।କଳାହାଣ୍ଡିରେ ମଧ୍ୟ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେଲନଦୀରେ ଫସିଥିବା ୬ ଚାଷୀଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିଛି।

ଏପଟେ ଉତ୍ତର ଓଡ଼ିଶାରେ ଆଗାମୀ ୨୪ ଘଣ୍ଟା ବର୍ଷା ଜାରି ରହିବ। କେତେକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ହାରାହାରି ୩୨.୯ ମିମି ବର୍ଷା ହୋଇଥିବାବେଳେ ଯୋଡ଼ାରେ ସର୍ବାଧିକ ୧୬୯.୪ ମିମି ବର୍ଷା ରେକର୍ଡ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ