ରାଜ୍ୟରେ ବଢ଼ିବ ବର୍ଷା ! ରାକ୍ଷୀ ପୂର୍ଣ୍ଣିମାରୁ ପ୍ରବଳ ଛେଚିଵ

ଭୁବନେଶ୍ୱର, ୨୭/୦୮: ଗୁରୁବାରଠାରୁ ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ବିଶେଷକରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଅଧିକ ବର୍ଷା ହେବା ସହ ବିଭିନ୍ନ ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ। ସୋଆ ଜଳବାୟୁ ଓ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଶରତ ସାହୁ ଏଭଳି ଆକଳନ କରିଛନ୍ତି।

ଆସନ୍ତା ୨୮ ତାରିଖ ବେଳକୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରବର୍ତ୍ତୀ ସମୟରେ, ୩୦ କିମ୍ବା ୩୧ ତାରିଖ ବେଳକୁ ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିପାରେ।

ଅନ୍ୟପଟେ ମହାନଦୀର ବନ୍ୟା ସ୍ଥିତିରେ ଧୀରେ ଧୀରେ ସୁଧାର ଆସୁଥିଲେ ମଧ୍ୟ ବିପଦ ସମ୍ପୂର୍ଣ୍ଣ ଟଳିନାହିଁ। ହୀରାକୁଦରେ ପ୍ରତି ସେକେଣ୍ଡରେ ୩ ଲକ୍ଷ ୩୪ ହଜାର ଘନଫୁଟ ପାଣି ପ୍ରବେଶ କରୁଥିବାବେଳେ ୧୬ଟି ଗେଟ୍ ଦେଇ ୨ ଲକ୍ଷ ୯୦ ହଜାର ଘନଫୁଟ ପାଣି ଛଡ଼ାଯାଉଛି। ରାତି ୯ଟା ସୁଦ୍ଧା ମୁଣ୍ଡଳୀରେ ୬ ଲକ୍ଷ ୬୯ ହଜାର ଘନଫୁଟ ପାଣି ପ୍ରବାହିତ ହେଉଥିଲା। ଗୁରୁବାର ଏହି ପ୍ରବାହ ଆହୁରି କମିବା ଆଶା କରାଯାଉଛି।

ପୂର୍ଣ୍ଣିମା ଯୋଗୁଁ ସମୁଦ୍ରରେ ଉଚ୍ଚ ଜୁଆର ଆସିପାରେ। ତେଣୁ ତଳିଆ ଅଞ୍ଚଳରୁ ପାଣି ନିଷ୍କାସନରେ ବିଳମ୍ବ ହୋଇପାରେ। ବୈତରଣୀ, ଜଳକା ଓ ବୁଢ଼ାବଳଙ୍ଗର ସ୍ଥିତିରେ ସୁଧାର ଆସିଥିବାବେଳେ ବ୍ରାହ୍ମଣୀରେ ଏବେବି ବିପଦ ରହିଛି।

ବନ୍ୟାରେ କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁର ଜିଲ୍ଲାର ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ୬୮ଟି ପଞ୍ଚାୟତର ୧୮୯ଟି ଗାଁର ୮୦,୨୮୪ ଜଣ ଲୋକ ପ୍ରଭାବିତ ହୋଇଥିବାବେଳେ ୧ ଲକ୍ଷ ୨ ହଜାର ୪୮୧ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ୫୭ଟି ଟିମ୍ ନିୟୋଜିତ ଅଛନ୍ତି। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଅନୁସାରେ, ରାଜ୍ୟରେ ଖାଦ୍ୟ, ପାଣି, ଔଷଧ ଓ ରିଲିଫ୍ ସାମଗ୍ରୀର ଅଭାବ ନାହିଁ। ଆବଶ୍ୟକତା ଅନୁସାରେ ଅଧିକ ସମ୍ବଳ ଯୋଗାଇବାକୁ ପ୍ରଶାସନ ପ୍ରସ୍ତୁତ ରହିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ