ନେପାଳ ବନ୍ୟାରେ ୧୬୦ ମୃତ ! ୧୦୦୦ ନିଖୋଜଙ୍କ ମଧ୍ୟରେ ୧୩୩ ମୃତ

ନୂଆଦିଲ୍ଲୀ, ୨୭/୦୮: ନେପାଳ-ତିବ୍ଦତ ସୀମାରେ ବୁଧବାର ଅଚାନକ ଭୟଙ୍କର ବନ୍ୟା ଆସି ନେପାଳର ରସୁଓ୍ବା ଜିଲ୍ଲାରେ ବ୍ୟାପକ ଧ୍ବଂସ ଘଟାଇଛି। ସକାଳ ପ୍ରାୟ ୯ଟାରେ ତିବ୍ଦତ ପଟୁ ଭୋଟେକୋଶୀ ନଦୀରେ ହଠାତ୍‌ ଜଳସ୍ରୋତ ବଢ଼ି ଜନବସତି ଅଞ୍ଚଳକୁ ମାଡ଼ି ଆସିଥିଲା। ନେପାଳ ପୁଲିସ ଅନୁସାରେ, ଏହି ବିପର୍ଯ୍ୟୟରେ ଅତିକମ୍‌ରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ଉଦ୍ଧାର କାର୍ଯ୍ୟରେ ସେନାକୁ ମଧ୍ୟ ନିୟୋଜିତ କରାଯାଇଛି।

ନେପାଳ ପର୍ଯ୍ୟଟନ ବିଭାଗର ସୂଚନା ଅନୁସାରେ, ୧ ହଜାରରୁ ଅଧିକ ଲୋକ ନିଖୋଜ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୩୩ ଜଣ ଭାରତୀୟ ଏବଂ ୪୦୦ରୁ ଅଧିକ ପର୍ଯ୍ୟଟକ ରହିଛନ୍ତି। ଅନେକ ପର୍ଯ୍ୟଟକ କୈଳାସ ମାନସରୋବର ଯାତ୍ରା ପାଇଁ ଯାଇଥିଲେ। ୮୫ରୁ ଅଧିକ ସୁରକ୍ଷାକର୍ମୀ ମଧ୍ୟ ନିଖୋଜ ଥିବା ଜଣାପଡ଼ିଛି।

ବନ୍ୟା ପରେ ଭାରତୀୟ ଦୂତାବାସ ପକ୍ଷରୁ ନିଖୋଜ ଭାରତୀୟଙ୍କ ସମ୍ପର୍କରେ ସୂଚନା ପାଇଁ ହେଲ୍ପଲାଇନ ଜାରି କରାଯାଇଛି। ବନ୍ୟାଜଳ ତଳ ଅଞ୍ଚଳକୁ ଦ୍ରୁତ ଗତିରେ ପ୍ରବାହିତ ହେଉଥିବାରୁ ବିହାରରେ ମଧ୍ୟ ସତର୍କତା ଜାରି ହୋଇଛି।

ସୂଚନା ଅନୁସାରେ, ବୁଧବାର ସକାଳେ ତିବ୍ଦତୀୟ ଅଞ୍ଚଳରେ ୪.୪ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହା ପରେ ଗ୍ଲେସିୟରରେ ହିମସ୍ଖଳନ ହୋଇ ତ୍ରିଶୂଳୀ ଓ ଭୋଟେକୋଶୀ ନଦୀରେ ହଠାତ୍‌ ବନ୍ୟା ଆସିଥିବା କୁହାଯାଉଛି। ପ୍ରବଳ କାଦୁଅ ପାଣିରେ ଶତାଧିକ ଘର, ପୋଲ, ରାସ୍ତା ଓ ଜଳବିଦ୍ୟୁତ ପ୍ରକଳ୍ପ ଭାସିଯାଇଛି। ବନ୍ୟାର ଭୟଙ୍କର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ