ଅବତାର ନେଲେ କି ଭଗବାନ ! ନୂଆ ଜନ୍ମ ଶିଶୁର ୪ ହାତ ୪ ଗୋଡ଼ : ଭୟ ଓ ଚିନ୍ତାରେ ପରିବାର

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରୁ ଏକ ବିରଳ ଚିକିତ୍ସା ଘଟଣା ସାମ୍ନାକୁ ଆସିଛି। ଲବକୁଶ ନଗର କମ୍ୟୁନିଟି ହେଲ୍ଥ ସେଣ୍ଟରରେ ଜଣେ ମହିଳା ୪ଟି ହାତ ଏବଂ ୪ଟି ଗୋଡ଼ ଥିବା ଏକ ନବଜାତ ଶିଶୁକୁ ଜନ୍ମ ଦେଇଛନ୍ତି। ଶିଶୁଟିର ଶାରୀରିକ ଗଠନ ଦେଖି ଡାକ୍ତର ଓ ଡାକ୍ତରୀ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ।

ଜନ୍ମ ସମୟରେ ଶିଶୁଟିର ଓଜନ ପ୍ରାୟ ୩ କିଲୋଗ୍ରାମ ଥିବା ଜଣାପଡ଼ିଛି। ପ୍ରାଥମିକ ଯାଞ୍ଚରେ ଶିଶୁର ମୁଖ୍ୟ ଶରୀର ସହ ଅତିରିକ୍ତ ଅଙ୍ଗଗୁଡ଼ିକ ସଂଯୁକ୍ତ ଥିବା ଡାକ୍ତରୀ ଦଳ କହିଛି।ଡାକ୍ତରମାନଙ୍କ ପ୍ରାଥମିକ ମତ ଅନୁସାରେ, ଗର୍ଭରେ ଯମଜ ଶିଶୁ ବିକଶିତ ହେଉଥିବା ବେଳେ ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନେ ସମ୍ପୂର୍ଣ୍ଣ ଭାବେ ଅଲଗା ହୋଇପାରିନଥିଲେ। ଫଳରେ ଜଣେ ଶିଶୁର ଶରୀର ସମ୍ପୂର୍ଣ୍ଣ ବିକଶିତ ନହୋଇ ତାହାର କିଛି ଅଙ୍ଗ ଅନ୍ୟ ଶିଶୁର ଶରୀର ସହ ସଂଯୁକ୍ତ ହୋଇଥିବା ସନ୍ଦେହ କରାଯାଉଛି। ଏଭଳି ଘଟଣାକୁ ଚିକିତ୍ସା ବିଜ୍ଞାନରେ ଅତ୍ୟନ୍ତ ବିରଳ ଏବଂ ଜଟିଳ ମାମଲା ଭାବେ ଦେଖାଯାଏ।

ଶିଶୁଟିର ଜନ୍ମ ଖବର ପ୍ରଚାର ହେବା ପରେ ହସ୍ପିଟାଲ ପରିସରରେ ଲୋକଙ୍କ ଭିଡ଼ ଜମିଥିଲା। ଶିଶୁଟିକୁ ଦେଖିବା ପାଇଁ ଅନେକ ଲୋକ ହସ୍ପିଟାଲରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ଘଟଣାର କିଛି ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି।

ଛତରପୁରର ମୁଖ୍ୟ ଚିକିତ୍ସା ଓ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଆର୍‌.ପି. ଗୁପ୍ତାଙ୍କ ସୂଚନା ଅନୁସାରେ, ନବଜାତ ଶିଶୁଟିକୁ ସ୍ୱତନ୍ତ୍ର ନଜରରେ ରଖାଯାଇଛି। ଉନ୍ନତ ଚିକିତ୍ସା ଓ ଆବଶ୍ୟକ ପରୀକ୍ଷା ପାଇଁ ଶିଶୁଟିକୁ ଏୟାର ଆମ୍ବୁଲାନ୍ସ ଯୋଗେ ଜବଲପୁର ନେବାର ବ୍ୟବସ୍ଥା କରାଯାଉଛି।ଡାକ୍ତରୀ ଯାଞ୍ଚ ପରେ ଶିଶୁଟିର ଅବସ୍ଥା ଏବଂ ଆଗାମୀ ଚିକିତ୍ସା ସମ୍ପର୍କରେ ଅଧିକ ସ୍ପଷ୍ଟ ତଥ୍ୟ ମିଳିପାରିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ