ରାତାରାତି ବଦଳିଗଲା ଭାଗ୍ୟ : ସିକୁରିଟି ଗାର୍ଡ ଜିତିଲେ ୨୬ ଲକ୍ଷର ଲଟେରୀ

ନୂଆଦିଲ୍ଲୀ, ୧୭/୦୮: କେତେବେଳେ କାହାର ଭାଗ୍ୟ ବଦଳିଯିବ, ତାହା କହିବା ମୁସ୍କିଲ। ଏହାର ଏକ ଉଦାହରଣ ପାଲଟିଛନ୍ତି ୟୁଏଇରେ ରହୁଥିବା କେରଳର ୪୪ ବର୍ଷୀୟ ସୈଦାଲଭି କାରିଓଦାନ୍ ବରିଚଲିଲ। ଲଟେରିରେ ପ୍ରାୟ ୨୬ ଲକ୍ଷ ଟଙ୍କା ଜିତିବା ପରେ ତାଙ୍କ ଭାଗ୍ୟ ରାତାରାତି ବଦଳିଯାଇଛି।ସୈଦାଲଭି ଗତ ୧୭ ବର୍ଷ ଧରି ୟୁଏଇରେ ରହୁଛନ୍ତି। ସେଠାରେ ଏକ ସ୍କୁଲରେ ଜଗୁଆଳି ଭାବେ କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି। ସାଙ୍ଗମାନଙ୍କ ଠାରୁ ସେ ୟୁଏଇର ଲୋକପ୍ରିୟ ‘ବିଗ୍ ଟିକଟ’ ଲଟେରି ବିଷୟରେ ଜାଣିଥିଲେ। ପରେ ଗତ ୪ ବର୍ଷ ଧରି ପ୍ରତିମାସ ସାଙ୍ଗମାନଙ୍କ ସହ ମିଶି ଲଟେରି ଟିକଟ କିଣୁଥିଲେ।

ପରିବାରର ଆର୍ଥିକ ସ୍ଥିତି ସୁଧାରିବା ଆଶାରେ ସେ ଦିନେ ନା ଦିନେ ବଡ଼ ପୁରସ୍କାର ଜିତିବେ ବୋଲି ଆଶା ରଖିଥିଲେ। ଶେଷରେ ‘ବିଗ୍ ଟିକଟ’ ଲଟେରିର ସିରିଜ୍ ୨୮୯ରେ ତାଙ୍କ ସ୍ୱପ୍ନ ସତ ହୋଇଛି। ପ୍ରାୟ ୨୬ ଲକ୍ଷ ଟଙ୍କାର ପୁରସ୍କାର ଜିତି ସେ ଏବେ ଚର୍ଚ୍ଚାରେ ଅଛନ୍ତି।ସୈଦାଲଭି କହିଛନ୍ତି, ଲଟେରିରୁ ମିଳିଥିବା ଟଙ୍କା ସେ ଭାରତରେ ରହୁଥିବା ନିଜ ପରିବାରକୁ ପଠାଇବେ। ଏହାସହ ଆଗକୁ ମଧ୍ୟ ନିଜ ଭାଗ୍ୟ ପରୀକ୍ଷା କରିବାକୁ ସେ ଚାହୁଁଛନ୍ତି। ପରବର୍ତ୍ତୀ ଲକି ଡ୍ର ପାଇଁ ସେ ଟିକଟ ମଧ୍ୟ କିଣିସାରିଛନ୍ତି।

ତେବେ ସୈଦାଲଭି ଏକା ଏହି ଲଟେରିରେ ବିଜୟୀ ହୋଇନାହାନ୍ତି। ମୋଟ ୫ ଜଣ ବିଜେତାଙ୍କ ମଧ୍ୟରେ ପ୍ରାୟ ୧.୩ କୋଟି ଟଙ୍କାର ପୁରସ୍କାର ବଣ୍ଟନ ହୋଇଛି। ସୈଦାଲଭିଙ୍କ ବ୍ୟତୀତ କେରଳର ଆଉ ୨ ଜଣ ଏବଂ ବାଂଲାଦେଶର ୨ ଜଣ ନାଗରିକ ମଧ୍ୟ ଏହି ଲଟେରିରେ ପୁରସ୍କାର ଜିତିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ