୨୨ରୁ ଆହୁରି ଅଧିକ ବର୍ଷା : ସବୁଠୁ ବଡ଼ ବନ୍ୟା ଦେଖିବ ଓଡ଼ିଶା ! ଏହି ଜିଲ୍ଲାର ଲୋକେ ସାବଧାନ

ଭୁବନେଶ୍ୱର, ୧୯/୦୮: ରାଜ୍ୟରେ ପୁଣିଥରେ ବଢ଼ିବ ବର୍ଷାର ପ୍ରଭାବ। ଆସନ୍ତା ୨୨ ତାରିଖରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ବଢ଼ିବା ସମ୍ଭାବନା ଥିବାବେଳେ ୨୫ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଗଠନ ହୋଇପାରେ। ଏହା ପୂର୍ବରୁ ମଧ୍ୟ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବା ନେଇ ପୂର୍ବାନୁମାନ କରାଯାଇଛି।

୨୨ ତାରିଖରେ ମୟୂରଭଞ୍ଜରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହ ଉତ୍ତର ଓଡ଼ିଶା ଓ ଉପକୂଳ ଅଞ୍ଚଳର ଅନେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ୨୩ ଓ ୨୪ ତାରିଖରେ କେନ୍ଦୁଝର ଏବଂ ମୟୂରଭଞ୍ଜରେ ଭାରୀ ବର୍ଷାର ସମ୍ଭାବନା ରହିଛି।ବରିଷ୍ଠ କୃଷି ପାଣିପାଗବିତ୍ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ

ଆକଳନ ଅନୁସାରେ, ଅଗଷ୍ଟ ୨୫ରୁ ୨୮ ତାରିଖ ମଧ୍ୟରେ ବଙ୍ଗୋପସାଗରରେ ନୂଆ ଲଘୁଚାପ ଗଠନ ହୋଇପାରେ। ବର୍ତ୍ତମାନ ସକ୍ରିୟ ଥିବା ଲଘୁଚାପ ଆଭ୍ୟନ୍ତରୀଣ ଭାରତ ଦେଇ ଅତିକ୍ରମ କରିବା ପରେ ୨୦ରୁ ୨୪ ତାରିଖ ମଧ୍ୟରେ ପାଗରେ ସାମୟିକ ବିରାମ ଆସିପାରେ।ତେବେ ଏହି ବିରାମ ଅଧିକ ସମୟ ରହିବ ନାହିଁ। ମୌସୁମୀ ଟ୍ରଫ୍‌ର ପୂର୍ବ ଭାଗ ପୁଣି ସକ୍ରିୟ ହେବା ସହ ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଜଳୀୟବାଷ୍ପ ଓ ବାୟୁ ସଞ୍ଚାଳନ ବଢ଼ିପାରେ।

ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବର୍ଷା ବଢ଼ିବାର ସମ୍ଭାବନା ରହିଛି।ଅନ୍ୟପକ୍ଷରେ ଝାଡ଼ଖଣ୍ଡ ଏବଂ ଗାଙ୍ଗେୟ ପଶ୍ଚିମବଙ୍ଗର ଉତ୍ତର ଅଞ୍ଚଳରେ ରହିଥିବା ଅବପାତ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଆସନ୍ତା ୨୪ ଘଣ୍ଟାରେ ଏହା ଧୀରେ ଧୀରେ ଦୁର୍ବଳ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପରେ ପରିଣତ ହେବ। ପରବର୍ତ୍ତୀ ସମୟରେ ଏହା ଆହୁରି ଦୁର୍ବଳ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ