ନୂଆଦିଲ୍ଲୀ : ଅଗଷ୍ଟ ଶେଷ ହେବା ପୂର୍ବରୁ ବୁଧ ଗ୍ରହ ରାଶି ପରିବର୍ତ୍ତନ କରିବେ। ଅଗଷ୍ଟ ୨୨ ତାରିଖ ସନ୍ଧ୍ୟା ୭ଟା ୨୨ ମିନିଟ୍ରେ ବୁଧ ସୂର୍ଯ୍ୟଙ୍କ ରାଶି ସିଂହରେ ପ୍ରବେଶ କରିବେ। ସେହି ସମୟରେ ସିଂହ ରାଶିରେ ସୂର୍ଯ୍ୟ ମଧ୍ୟ ରହିଥିବାରୁ ଉଭୟ ଗ୍ରହଙ୍କ ମିଳନରେ ବୁଦ୍ଧାଦିତ୍ୟ ଯୋଗ ଗଠିତ ହେବ।ଜ୍ୟୋତିଷ ମତାନୁସାରେ ସୂର୍ଯ୍ୟ ଓ ବୁଧଙ୍କ ଏହି ସଂଯୋଗ ଅନେକ ରାଶି ପାଇଁ ଶୁଭ ଫଳ ଆଣିପାରେ। ବିଶେଷକରି କିଛି ରାଶିର ଲୋକଙ୍କ ଅଟକି ରହିଥିବା କାମ ଆଗକୁ ବଢ଼ିବା ସହ ଚାକିରି, ବ୍ୟବସାୟ ଓ ଆର୍ଥିକ କ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଏହି ସମୟ ହୋଇପାରେ ଲାଭଦାୟକ।
ସିଂହ ରାଶି
ସିଂହ ରାଶିର ଲୋକଙ୍କ ପାଇଁ ବୁଦ୍ଧାଦିତ୍ୟ ଯୋଗ ବେଶ୍ ଅନୁକୂଳ ରହିପାରେ। ପରିବାରରେ ସୁଖ-ଶାନ୍ତି ବଢ଼ିବା ସହ ଘରେ ସକାରାତ୍ମକ ପରିବେଶ ରହିବ। ସ୍ୱାସ୍ଥ୍ୟ ଓ ସମ୍ପର୍କ କ୍ଷେତ୍ରରେ ମଧ୍ୟ ଭଲ ପରିଣାମ ମିଳିପାରେ।ଚାକିରିଆ ଲୋକଙ୍କ ସହ ବ୍ୟବସାୟୀମାନେ ମଧ୍ୟ ନୂଆ ସୁଯୋଗ ପାଇପାରନ୍ତି। ଦୀର୍ଘଦିନ ଧରି ଅଟକିଥିବା କାମ ପୂରଣ ହେବାର ରାସ୍ତା ଖୋଲିପାରେ। କ୍ୟାରିୟରରେ ଉନ୍ନତି ପାଇଁ ମଧ୍ୟ ନୂଆ ଅବସର ମିଳିପାରେ।
କନ୍ୟା ରାଶି
କନ୍ୟା ରାଶିର ଜାତକଙ୍କ ପାଇଁ ମଧ୍ୟ ଏହି ଗ୍ରହ ସଂଯୋଗ ଶୁଭ ସଙ୍କେତ ଦେଉଛି। ନୂଆ ଲୋକଙ୍କ ସହ ସମ୍ପର୍କ ଗଢ଼ିଉଠିପାରେ, ଯାହା ଆଗାମୀ ଦିନରେ ଲାଭଦାୟକ ସୁଯୋଗ ଆଣିପାରେ।କର୍ମକ୍ଷେତ୍ରରେ ଆପଣଙ୍କ ପରିଶ୍ରମକୁ ଉଚିତ ସ୍ୱୀକୃତି ମିଳିପାରେ। କ୍ୟାରିୟରରେ ଭଲ ପରିବର୍ତ୍ତନ ଆସିବା ସହ ନୂଆ ଯୋଜନାକୁ କାର୍ଯ୍ୟକାରୀ କରିବାର ଅବସର ମିଳିପାରେ। ପରିବାରରେ ସମ୍ପର୍କ ମଜଭୁତ ହେବ ଏବଂ ପିତାଙ୍କଠାରୁ ସହଯୋଗ ଓ ଆଶୀର୍ବାଦ ମିଳିପାରେ। ପ୍ରେମ ସମ୍ପର୍କରେ ଥିବା ଭୁଲ ବୁଝାମଣା ମଧ୍ୟ ଦୂର ହୋଇପାରେ।
ମୀନ ରାଶି
ମୀନ ରାଶି ପାଇଁ ମଧ୍ୟ ଏହି ସମୟ ଭାଗ୍ୟ ପରିବର୍ତ୍ତନର ସୁଯୋଗ ଆଣିପାରେ। ବ୍ୟବସାୟରେ ଲାଭ ବଢ଼ିବା ସହ ବ୍ୟବସାୟକୁ ଆହୁରି ବିସ୍ତାର କରିବାର ନୂଆ ଅବସର ମିଳିପାରେ।ଚାକିରିଆମାନେ ମନପସନ୍ଦ ସ୍ଥାନକୁ ବଦଳି ହେବାର ସୁଯୋଗ ପାଇପାରନ୍ତି। କର୍ମକ୍ଷେତ୍ରରେ କରିଥିବା ପରିଶ୍ରମର ଭଲ ଫଳ ମିଳିପାରେ। ଚାକିରି ସମ୍ପର୍କିତ ଚେଷ୍ଟା ମଧ୍ୟ ସଫଳ ହେବାର ସମ୍ଭାବନା ରହିଛି। ଏହା ସହ ପ୍ରିୟଜନଙ୍କ ସହ ଭଲ ସମୟ ବିତାଇବାର ସୁଯୋଗ ମିଳିପାରେ।

