28.2 C
Odisha
Thursday, April 16, 2026

ପ୍ରଭାସଙ୍କ ଏମିତି ମଜାକ୍ ଉଡାଇଲେ ସେହୱାଗ୍‌

ପ୍ରଭାସ ,ସୈଫ ଅଲ୍ଲୀ ଖାନ୍ ଓ କୃତି ସେନନ ଷ୍ଟାରର ଫିଲ୍ମ ଆଦିପୁରୁଷ ରିଲିଜ ହେବାକୁ ଏବେ ଗୋଟିଏ ସପ୍ତାହରୁ ବି ଅଧିକ ସମୟ ହୋଇଗଲାଣି । ହେଲେ ଏବେ ବି ଫିଲ୍ମଟି ବିବାଦ ଘେରରେ ଛନ୍ଦି ହୋଇ ରହିଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଟ୍ରୋଲିଂ କରିବା ସିଲସିଲା ଏବେ ବି ଜାରି ରହିଛି । ଅନେକ ବଲିଉଡ ସିଲେବ୍ରିଟି ଏହାକୁ ନେଇ ରଖୁଛନ୍ତି ନିଜ ନିଜ ପ୍ରତିକ୍ରିୟା । ଏହାରି ଭିତରେ କ୍ରିକେଟର ଭିରେନ୍ଦ୍ର ସେହବାଗ ମଧ୍ୟ ନିଜ ପ୍ରତିକ୍ରିୟା ଦେିଛନ୍ତି । ଫିଲ୍ମର ଲିଡ ଆକ୍ଟର ପ୍ରଭାସଙ୍କୁ ନେଇ ଜବରଦସ୍ତ ଭାବେ ମଜାକ୍ ଉଡାଇଛନ୍ତି । ଟ୍ୱିଟରରେ ସେହବାଗଙ୍କ ଯେଉଁ ପ୍ରତିକ୍ରିୟା ସାମ୍ନାକୁ ଆସିଛି, ତାହା ସୋସିଆଲ ମିଡିଆରେ ଦୃତ ମାତ୍ରାରେ ଭାଇରାଲ ହେଉଛି ।
ମଜାଳିଆ ଅନ୍ଦାଜରେ ଭିରେନ୍ଦ୍ର ଟ୍ୱିଟରରେ ଆଦିପୁରୁଷକୁ ନେଇ ଦେଇଛନ୍ତି ନିଜର ରିଭ୍ୟୁ । ଟ୍ୱିଟରେ ସେ ଲେଖିଛନ୍ତି, ଆଦିପୁରୁଷ ଦେଖି ଜଣାପଡିଲା ଯେ, କଟପ୍ପା ବାହୁବଳୀକୁ କାହିଁକି ମାରିଥିଲା । ପରିହାସରେ କ୍ରିକେଟର ଜଣକ ବାହୁବଳୀ ଫେମ୍ ଆକ୍ଟର ପ୍ରଭାସଙ୍କର ଏମିତି ମଜାକ୍ ଉଡାଇଛନ୍ତି । ଏବେ ଲଗାତର ଭାବେ ତାଙ୍କ ଟ୍ୱିଟ ଉପରେ ଲୋକେ ରିଆକ୍ଟ କରୁଛନ୍ତି । ସେହିପରି ଅନେକ ପ୍ରଭାସଙ୍କ ଫ୍ୟାନ୍ସ କ୍ରିକେଟରଙ୍କ ଏମିତି କମେଣ୍ଟ ପରେ ଟ୍ରୋଲ ବି କରୁଛନ୍ତି । ସେମାନଙ୍କର କହିବା କଥା ହେଲା ଯେ, ଫିଲ୍ମ ରିଲିଜ ହେବାର ଏତେ ଦିନ ପରେ ରିଆକ୍ସନ ଦେଇ ଲାଇମଲାଇଟରେ ରହିବାକୁ ଚାହୁଁଛନ୍ତି ।
ସେହିପରି ଯଦି ଫିଲ୍ମ ଆଦିପୁରୁଷର ବ୍ୟବସାୟ କଥା କହିବା, ତେବେ ଏହି ଗ୍ରାଫ୍ ଲଗାତର ଭାବେ ତଳଖୁ ଖସୁଥିବା ଜଣାପଡିଛି । ଫିଲ୍ମ ମେକର୍ସ ୫ଟି ବିବାଦୀୟ ଡାଏଲଗ୍ ବଦଳାଇବା ପରେ ବି ଲୋକେ ଫିଲ୍ମ ଦେଖିବାକୁ ଯାଉନାହାନ୍ତି । ଆଡଭାନ୍ସ ବୁକିଂ ପରେ ଫିଲ୍ମର ଆୟ ଉପରେ ଏବେ ବ୍ରେକ ଲାଗିଥିବା ପରି ଜଣାପଡୁଛି । ଏବେ ସୁଦ୍ଧା ମାତ୍ର ୨୦୦ କୋଟି ପାର୍ କରିଛି ସିନେମାଟି । ତେବେ ଖାଲି ୫ଟି ବିବାଦୀୟ ଡାଏଲଗ ବାଦ୍ ଫିଲ୍ମରେ ଏମିତି ଡାଇଲଗ ବି ରହିଚି, ଯାହା ସମ୍ମାନଜନକ ନୁହେଁ । ଏତିକି ନୁହେଁ, ସ୍କ୍ରିପ୍ଟ ରାଇଟର ମନୋଜ ମୁନ୍ତଶିରଙ୍କ ଉପରେ ଡାଏଲଗ ଚୋରି କରିଥିବା ଅଭିଯୋଗ ବି ରହିଛି ।
ତେବେ କହିରଖିବୁ କି, ଆଦିପୁରୁଷ ରିଲିଜ ହେବା ପରେ ଡାଏଲଗସ ଓ ଭିଏଫଏକ୍ସ କୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ଫିଲ୍ମରେ ଯେଉଁପରି ବାଷାର ପ୍ରୟୋଗ ହୋଇଚି ତାହା ଭୁଲ ବୋଲି କହିଥିଲେ ଦର୍ଶକେ । ଫିଲ୍ମ ଡାଇରେକ୍ଟର ଓମ ରାଉତ ଓ ସ୍କ୍ରିପ୍ଟ ରାଇଟର ମନୋଜ ମୁନ୍ତଶିରଙ୍କୁ ଲୋକେ ଜବରଦସ୍ତ ଭାବେ ଟ୍ରୋଲ କରିଥିଲେ । ଏହାପରେ ସ୍ପଷ୍ଟୀକରଣ ରଖିଥିଲେ ଦୁହେଁ । ଏମାନେ କହିଥିଲେ ଯେ, ଫିଲ୍ମ କେବଳ ରାମାୟଣରୁ ପ୍ରେରିତ । ଆଜିର ପିଢୀ ଓ ପିଲାଙ୍କୁ ଦୃଷ୍ଟିରେ ରଖି ଏହାକୁ ନିର୍ମାଣ କରାଯାଇଛି । ତେବେ ଟ୍ରୋଲ କରୁଥିବା ବ୍ୟକ୍ତି ଫିଲ୍ମର ତୁଳନା କରିଥିଲେ ରାମାନନ୍ଦ ସାଗରଙ୍କ ପୁରୁଣା ରାମାୟଣ ସହ ।

Related Articles

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ