ଏହି କାମ କଲେ ଯିବେ ନର୍କକୁ

ଦର୍ଶକବନ୍ଧୁ ଆଜିକାଲି ଦୁନିଆରେ ଲୋକେ ଯେଉଁଭଳି ହିଂସ୍ର ପାଲଟିଗଲେଣି, ସେଥିରୁ ମୁକ୍ତି ମିଳିବା ଭାରି କଷ୍ଟ । ସମସ୍ତେ ଖରାପ କାମରେ ଲିପ୍ତ ରହୁଛନ୍ତି । କାହାକୁ କିଭଳି ସମ୍ମାନ ଦେବା ଉଚିତ, କଣ ଠିକ କଣ ଭୁଲ କିଛି ବି ଜାଣିପାରୁନାହାନ୍ତି । ଭଗବାନଙ୍କ ନାମ ପରିବର୍ତେ କହୁଛନ୍ତି ଅନେକ ପ୍ରକାର କଟୁ କଥା । ଅନ୍ୟକୁ ଅତ୍ୟାଚାର କରି କିଛି ହାସଲ କରିବାକୁ ଚାହୁଁଚି ଆଜିର ମଣିଷ । ହେଲେ ସେ ଜାଣିନି ଯେ, ନିଜ କର୍ମ ଫଳ ନିଜକୁ ହିଁ ଭୋଗିବାକୁ ପଡେ । ଯଦି ଜମେ ଭଲ କାମ କରିଥିବ ସେ ମୃତ୍ୟୁ ଲପରେ ସ୍ୱର୍ଗ ପ୍ରାପ୍ତି କରେ । ଆଉ ଯଦି ଜଣେ ଖରାପ କାମ କରୁଚି ତାକୁ ମିଳେ ନର୍କ ପ୍ରାପ୍ତି । ସବୁ ଜାଣି ବି ଭୁଲ ପରେ ଭୁଲ କରିଚାଲିଛି ଆଜି ର ଏ ମଣିଷ ସମାଜ । ତେବେ ଏ ସବୁ ଖରାପ କାମରୁ ଦୂରେଇବା ପାଇଁ , ନିଜ ଜୀବନରେ ସୁଧାର ଆଣିବା ପାଇଁ ରହିଛି ବିଭିନ୍ନ ପ୍ରକାର ଉପାୟ । ତା ଭିତରୁ ଗୋଟିଏ ହେଲା ଚାଣକ୍ୟ ନୀତି ।
ଆଚାର୍ଯ୍ୟ ଚାଣକ୍ୟ ନିତୀକୁ ଯଦି ଆପଣ ଜୀବନରେ ଆଣିବେ, ତେବେ ନିଶ୍ଚିତ ଭାବେ ସଫଳତା ପାଇପାରିବେ । କାରଣ ସେ ନିଜ ଜୀବନରେ କରିଥିବା ଅନୁଭୂତିକୁ ଚାଣକ୍ୟନୀତିରେ ବର୍ଣ୍ଣନା କରିଛନ୍ତି । ତାହେଲେ ଚାଲନ୍ତୁ ଜାଣିବା କଣ କୁହେ ଚାଣକ୍ୟ ବାଣୀ
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି, ଦୁଷ୍ଟ ଓ ନିଚ୍ଚ ପ୍ରବୃତି ରଖୁଥିବା ଲୋକେ ମୃତ୍ୟୁ ପରେ ନର୍କ ଯନ୍ତ୍ରଣା ଭୋଗିବା ପାଇଁ ଉପଯୁକ୍ତ ରୁହନ୍ତି । ଏଭଳି ପ୍ରକୃତିର ଲୋକେ ଅନ୍ୟ ଲୋକଙ୍କୁ ଅସୁବିଧାରେ ପକାନ୍ତି । ଆଉ ଏଭଳି ଲୋକଙ୍କୁ ଜୀବନରେ କେବେ ବି ସ୍ୱର୍ଗ ପ୍ରାପ୍ତି ହୁଏ ନାହିଁ ।
ଏହାବାଦ ଅଧିକ ମାତ୍ରାରେ ରାଗି ଯାଉଥିବା ଲୋକଙ୍କୁ ନିଜ ଉପରେ କେବେ ବି ନିୟନ୍ତ୍ରଣ ରୁହେ ନାହିଁ । କ୍ରୋଧାନ୍ୱିତ ହୋଇ ସେମାନେ ଏପଟ ସେପଟ ଭୁଲ କାମ କରି ବସନ୍ତି ଏବଂ ବନି ଯାଆନ୍ତି ପାପର ଭାଗିଦାର । ଆଉ ଏଭଳି ଲୋକଙ୍କୁ ସେମାନଙ୍କ ମୃତ୍ୟୁ ପରେ କେବଳ ନର୍କରେ ସ୍ଥାନ ମିଲେ ।
ଚାଣକ୍ୟ ଖାଲି ଏତିକି କହିନାହାନ୍ତି । ବରଂ ଚାଣକ୍ୟଙ୍କ କହିବା ହିସାବରେ, ଅନ୍ୟକୁ ମାତ୍ରାଧିକ ଦୁଃଖ ଦେଉଥିବା ପ୍ରତିଟି ମଣିଷଙ୍କୁ ପ୍ରାପ୍ତି ହୋଇଥାଏ କେବଳ ନର୍କ । ନର୍କର ଅଧିକାରୀ ସେମାନେ ହୋଇଥାନ୍ତି । ଯେଉଁମାନେ ନିଜ ଲୋକଙ୍କୁ ଇର୍ଷା କରନ୍ତି, ସେମାନେ ଶେଷ ନିଶ୍ୱାସ ତ୍ୟାଗ କରିବା ପରେ ସ୍ୱର୍ଗ ପରିବର୍ତେ ପ୍ରାପ୍ତ କରିଥାନ୍ତି ନର୍କ । ନିଚ ମଣିଷଙ୍କ ସେବା କରୁଥିବା ବ୍ୟକ୍ତି ମଧ୍ୟ ସମାନ ଦଷା ଭୋଗିଥାଏ । ଖରାପ ଲୋକମାନଙ୍କ ସହ ରହୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନର୍କର ଶିକାର ହେବାକୁ ପଡ଼ିବ ବୋଲି ଆଚାର‌୍ୟ୍ୟ ଚାଣକ୍ୟ କହିଛନ୍ତି। ଯେଉଁମାନେ ନିଚ ଲୋକଙ୍କର ସେବା କରନ୍ତି ଏବଂ ସେମାନଙ୍କର ସବୁ କଥା ମାନନ୍ତି ସେମାନେ ମୃତ୍ୟୁ ପରେ ନର୍କକୁ ଯାଆନ୍ତି।
ତେବେ ଆଚାର୍ଯ୍ୟ ଚାଣକ୍ୟ କୁହନ୍ତି, ଅନ୍ୟ ଲୋକଙ୍କୁ କଡା ବଚନ କହୁଥିବା ବ୍ୟକ୍ତି ଦୁଃଖର କାରଣ ବନନ୍ତି । ସେମାନଙ୍କର କଡା କଥା ଅନ୍ୟକୁ ଆଘାତ ଦିଏ । ଆଉ ଏଭଳି କଥା କହୁଥିବା ବ୍ୟକ୍ତି ସର୍ବଦା ମୃତ୍ୟୁ ପରେ ନର୍କ ର ହିଁ ହକଦାର ହୋଇଥାଏ ।
ତେବେ ଦର୍ଶକବନ୍ଧଉ ଏସବୁ ଥିଲା ଚାଣକ୍ୟ ନୀତି । ଯାହାକୁ ଆପଣାଇବା ଦ୍ୱାରା ଜୀବନରେ ସୁଧାର ଆସିପାରିବ ଏବଂ ଆପଣ ନର୍କ ଯନ୍ତ୍ରଣାରୁ ପାର୍ ପାଇପାରିବେ ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ