ରାକ୍ଷୀ ବାନ୍ଧିବାର ଶୁଭ ସମୟ କଣ ? କେଉଁ ସମୟରେ ପାଳିବେ ରାକ୍ଷୀ ପୂର୍ଣ୍ଣିମା ?

ରକ୍ଷା ବନ୍ଧନ ହେଉଛି ଭାଇ-ଭଉଣୀଙ୍କ ଅତୁଟ ସ୍ନେହ, ଭଲପାଇବା ଓ ବିଶ୍ୱାସର ପର୍ବ। ଏହି ଦିନ ଭଉଣୀ ଭାଇଙ୍କ ହାତରେ ରାଖୀ ବାନ୍ଧି ତାଙ୍କ ସୁଖ ଓ ସମୃଦ୍ଧି କାମନା କରିଥାନ୍ତି। ଭାଇ ମଧ୍ୟ ଭଉଣୀଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦିଅନ୍ତି।

ଚଳିତ ବର୍ଷ ଅଗଷ୍ଟ ୨୮ ତାରିଖ ଶୁକ୍ରବାର ରାଖୀ ପୂର୍ଣ୍ଣିମା ପାଳନ କରାଯିବ। ପାଞ୍ଜି ଅନୁସାରେ, ଏହି ଦିନ ରାଖୀ ବାନ୍ଧିବା ପାଇଁ ସକାଳ ୫ଟା ୫୭ ମିନିଟ୍‌ରୁ ୯ଟା ୪୮ ମିନିଟ୍ ପର୍ଯ୍ୟନ୍ତ ଶୁଭ ସମୟ ରହିଛି। ଅର୍ଥାତ୍ ମୋଟ ୩ ଘଣ୍ଟା ୫୧ ମିନିଟ୍ ରାଖୀ ବାନ୍ଧିବାର ଶୁଭ ମୁହୂର୍ତ୍ତ ମିଳିବ।

ପରମ୍ପରା ଅନୁସାରେ, ରାଖୀ ବାନ୍ଧିବା ସମୟରେ ଭାଇଙ୍କୁ ପୂର୍ବ କିମ୍ବା ଉତ୍ତର ଦିଗକୁ ମୁହଁ କରି ବସାଇବା ଶୁଭ ମନେ କରାଯାଏ। ପ୍ରଥମେ ଭଉଣୀ ଭାଇଙ୍କ କପାଳରେ ତିଳକ ଲଗାଇବେ। ପରେ ଆଳତି କରି ହାତରେ ରାଖୀ ବାନ୍ଧିବେ ଏବଂ ଶେଷରେ ମିଠା ଖୁଆଇବେ।

କାହିଁକି ଅଗଷ୍ଟ ୨୮ରେ ରାଖୀ?

ପାଞ୍ଜି ଅନୁସାରେ, ଶ୍ରାବଣ ପୂର୍ଣ୍ଣିମା ତିଥି ଅଗଷ୍ଟ ୨୭ ସକାଳ ୯ଟା ୦୮ ମିନିଟ୍‌ରେ ଆରମ୍ଭ ହୋଇ ଅଗଷ୍ଟ ୨୮ ସକାଳ ୯ଟା ୪୮ ମିନିଟ୍‌ରେ ଶେଷ ହେବ। ଅଗଷ୍ଟ ୨୮ ତାରିଖ ସୂର୍ଯ୍ୟୋଦୟ ସମୟରେ ପୂର୍ଣ୍ଣିମା ତିଥି ରହୁଥିବାରୁ ସେହି ଦିନ ରାଖୀ ପୂର୍ଣ୍ଣିମା ପାଳନ କରାଯିବ।

ଏଥର ରାଖୀ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ମଧ୍ୟ ହେବ। ତେବେ ଏହି ଗ୍ରହଣ ଭାରତରେ ଦୃଶ୍ୟମାନ ହେବ ନାହିଁ। ତେଣୁ ଭାରତରେ ଏହାର ସୂତକ କାଳ ମାନ୍ୟ ହେବ ନାହିଁ। ଶୁଭ ମୁହୂର୍ତ୍ତରେ ରାଖୀ ବାନ୍ଧିବା ସହ ପୂଜାର ପରମ୍ପରା ମଧ୍ୟ ପାଳନ କରାଯାଇପାରିବ।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ