ମୁଖ୍ୟମନ୍ତ୍ରୀଙ୍କୁ ଡରେଇ ଦେଲା ୬ ବର୍ଷର ଛୁଆ : କହିଲା ‘ ଏ ମୁଖ୍ୟମନ୍ତ୍ରୀ ଶୀଘ୍ର ଇସ୍ତଫା ଦିଅ ‘

୬ ବର୍ଷର ଆଦିତ୍ୟଙ୍କ ଦାବି: ଛାତ୍ରଙ୍କ ପାଇଁ ଚାକିରି ଦିଅ, ନହେଲେ ଇସ୍ତଫା ଦିଅ

ପାଟନା, ୨୬/୦୮ : ବୟସ ମାତ୍ର ୬ ବର୍ଷ। ଏହି ବୟସରେ ଯେଉଁଠି ପିଲାମାନେ ପାଠପଢ଼ା ଓ ଖେଳକୁଦରେ ସମୟ କାଟାନ୍ତି, ସେଠାରେ ବିହାରର ପାଟନାରେ ଏକ ଛୋଟ ପିଲାର ସ୍ୱର ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଛାତ୍ର ଆନ୍ଦୋଳନ ମଧ୍ୟରେ ୬ ବର୍ଷୀୟ ଆଦିତ୍ୟ ସରକାରଙ୍କୁ ଚାକିରି ଓ ଛାତ୍ରଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ କରିଛନ୍ତି। ତାଙ୍କ ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ବିହାରରେ ଟିଆରଇ ପରୀକ୍ଷାରେ ଏକକ ପରୀକ୍ଷା ବ୍ୟବସ୍ଥା ଏବଂ ନେଗେଟିଭ୍ ମାର୍କିଂ ହଟାଇବା ଦାବିରେ ହଜାର ହଜାର ଛାତ୍ର ଆନ୍ଦୋଳନ କରୁଛନ୍ତି। ପାଟନାରେ ଆନ୍ଦୋଳନ ସମୟରେ ପୁଲିସ ସହ ଛାତ୍ରଙ୍କ ମୁହାଁମୁହିଁ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଛି। ଏହି ଆନ୍ଦୋଳନ ମଧ୍ୟରେ ଆଦିତ୍ୟଙ୍କ ଉପସ୍ଥିତି ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ପ୍ରଥମ ଶ୍ରେଣୀରେ ପଢୁଥିବା ଆଦିତ୍ୟ କହିଛନ୍ତି ଯେ, ସରକାର ଛାତ୍ରଙ୍କ ପାଇଁ ଚାକିରିର ବ୍ୟବସ୍ଥା କରିବା ଦରକାର। ଛାତ୍ରମାନେ ବେରୋଜଗାର ହେଉଛନ୍ତି ଏବଂ ଏହା ସେମାନଙ୍କ ଭବିଷ୍ୟତ ଓ କ୍ୟାରିଅର ଉପରେ ପ୍ରଭାବ ପକାଉଛି ବୋଲି ସେ କହିଛନ୍ତି। ସରକାର ଆସୁଛନ୍ତି ଓ ଯାଉଛନ୍ତି, କିନ୍ତୁ ଛାତ୍ରଙ୍କ ଭବିଷ୍ୟତ ସହ ଖେଳିବା ଉଚିତ ନୁହେଁ ବୋଲି ଆଦିତ୍ୟଙ୍କ ମତ।

ଏଥିସହ ସେ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧରୀଙ୍କୁ ମଧ୍ୟ ପ୍ରଶ୍ନ କରିଛନ୍ତି। ଛାତ୍ରଙ୍କୁ ଚାକିରି ଦେବା ନେଇ ଦିଆଯାଇଥିବା ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ସେ ପଚାରିଛନ୍ତି। ଚାକିରି ଦେବା କଥା କହି ସରକାର ଛାତ୍ରଙ୍କୁ ଲାଠି ଦେଉଛନ୍ତି ବୋଲି ଆଦିତ୍ୟ କହିବା ସହ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ମଧ୍ୟ ଦାବି କରିଛନ୍ତି। ତାଙ୍କର ଏହି କଥା ଏବେ ଛାତ୍ର ଆନ୍ଦୋଳନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ