ରାକ୍ଷୀରେ ମିଳିବ ସୁଭଦ୍ରା ଟଙ୍କା : ଏକାଥରେ ଆସିବ ଏତେ ପଇସା

ଭୁବନେଶ୍ୱର, ୧୭/୮: ଅଗଷ୍ଟ ୨୮ ତାରିଖ ରକ୍ଷାବନ୍ଧନ ଅବସରରେ ମିଳିବ ସୁଭଦ୍ରା ଟଙ୍କା। ନୟାଗଡ଼ରେ ଆୟୋଜିତ ହେବାକୁ ଥିବା ସୁଭଦ୍ରା ଯୋଜନାର ରାଜ୍ୟସ୍ତରୀୟ ସମାରୋହରେ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।
ପ୍ରଭାତୀ ପରିଡ଼ାଙ୍କ କହିବା ଅନୁଯାୟୀ, ଏଥର ଏକ କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାର ଟଙ୍କା ପାଇବେ। ଅଗଷ୍ଟ ୨୮ ତାରିଖ ସୁଦ୍ଧା ଯେଉଁ ମହିଳାମାନେ ଆବେଦନ କରିଥିବେ, ସେମାନଙ୍କୁ ଯୋଗ୍ୟତା ଅନୁଯାୟୀ ସୁଭଦ୍ରା ଟଙ୍କା ପ୍ରଦାନ କରାଯିବ।
ସେହିପରି ପୂର୍ବରୁ କୌଣସି କାରଣରୁ ଟଙ୍କା ପାଇବାରୁ ବାଦ୍ ପଡ଼ିଥିବା ଯୋଗ୍ୟ ହିତାଧିକାରୀଙ୍କୁ ଏକାସାଙ୍ଗରେ ୫ଟି କିସ୍ତିର ଟଙ୍କା ମିଳିବ ବୋଲି ମଧ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।

Related Articles

LEAVE A REPLY

Please enter your comment!
Please enter your name here

Stay Connected

5,000FansLike
10,000SubscribersSubscribe

ସର୍ବଶେଷ ପ୍ରବନ୍ଧ